ସଫଳ ବ୍ୟକ୍ତିମାନେ କେବେ ବି କହିନଥାନ୍ତି ଏହି ସବୁ କଥା!

ସଫଳ ବ୍ୟକ୍ତିମାନେ କେବେ ବି କହିନଥାନ୍ତି ଏହି ସବୁ କଥା!

ଶବ୍ଦଗୁଡ଼ିକ ଖୁବ୍‌ ଶକ୍ତିଶାଳୀ। ସଂପର୍କ ଭାଙ୍ଗିପାରନ୍ତି। ସଂପର୍କ ଯୋଡ଼ି ପାରନ୍ତି। ସଫଳତାରେ ସହାୟ ହୋଇପାରନ୍ତି। ବିଫଳତାର ବି ମାଧ୍ୟମ ହୋଇପାରନ୍ତି। ଆମ ପାଟି ଖୋଲିବା ମାତ୍ରେ ଯାହା ସବୁ ବାହାରେ ତାହା କ’ଣ ବାହାରିବା ଉଚିତ? ତେବେ, ଆସନ୍ତୁ ଜାଣିବା ଯେଉଁମାନେ ସଫଳ ସେମାନେ କେଉଁ ସବୁ କଥା କୁହନ୍ତି ନାହିଁ।

ସଫଳ ବ୍ୟକ୍ତିମାନେ ନିଜର ଲକ୍ଷ୍ୟ ଅନ୍ୟଙ୍କୁ କୁହନ୍ତି ନାହିଁ। ଏହା ଏକ ବୁଦ୍ଧିମାନ ଲୋକର କାର୍ଯ୍ୟ। କୌଣସି କାମ ଆରମ୍ଭ ପୂର୍ବରୁ ଲକ୍ଷ୍ୟ ସଂପର୍କରେ ଅନ୍ୟକୁ କହି ଦେଉଥିବା ବ୍ୟକ୍ତି ନାନା ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି।

publive-image

ସଫଳ ବ୍ୟକ୍ତିମାନେ କେବେ କେଉଁ କାମକୁ ଖରାପ ବୋଲି କୁହନ୍ତି ନାହିଁ। କାମରେ ଛୋଟ ଓ ବଡ଼ ବିବେଚନା ନକରି ସବୁ କାମ କରିଚାଲନ୍ତି। ପସନ୍ଦ ମୁତାବକ କାର୍ଯ୍ୟ କରୁଥିବା ବ୍ୟକ୍ତି ସଫଳ ହୁଅନ୍ତି ନାହିଁ। ବରଂ ସବୁ କାମକୁ ସଂପୂର୍ଣ୍ଣ ଆଗ୍ରହର ସହ ସଂପାଦନା କରୁଥିବା ବ୍ୟକ୍ତି ସଫଳ ହୋଇଥାନ୍ତି।

ସଫଳ ବ୍ୟକ୍ତିମାନେ ଅନ୍ୟକୁ ପରାମର୍ଶ ମାଗିବା ପରି ମଧ୍ୟ କୌଣସି କଥା କହନ୍ତି ନାହିଁ। କଥାରେ ନାଇଁ କି ନିଜ ବୁଦ୍ଧିରେ ମାଟି ତାଢ଼ିବା ଅନ୍ୟ ବୁଦ୍ଧିରେ ରାଜା ହେବାଠାରୁ ଶ୍ରେୟସ୍କର। ସଫଳ ବ୍ୟକ୍ତିମାନେ ଏହି କଥାକୁ ବେଶ୍‌ ଧ୍ୟାନ୍‌ ଦେଇଥାନ୍ତି।

ମୁଁ ପାରିବି ନାହିଁ ବୋଲି ବାକ୍ୟଟିଏ ସେମାନେ କେବେ ହେଲେ କହନ୍ତି ନାହିଁ। ସବୁ କାମକୁ ଶ୍ରଦ୍ଧାର ସହ କରିପାରୁଥିବା ବ୍ୟକ୍ତି ହିଁ ଜୀବନରେ ସଫଳ ହୋଇଥାନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe