ଚିନି ଆମର କି କି କ୍ଷତି କରିପାରେ?

Advertisment
ଚିନି ଆମର କି କି କ୍ଷତି କରିପାରେ?

photo-gv13.akamaized.net

ଅନେକ ଲୋକ ମିଠା ଖାଇବାକୁ ଭଲ ପାଆନ୍ତି ନାହିଁ କାରଣ ଏହା ଦେହପାଇଁ କ୍ଷତିକାରକ ବୋଲି ମନେ କରନ୍ତି ସେମାନେ। ତଥାପି ଦୈନନ୍ଦିନ ଜୀବନରେ ଆମେ ଶର୍କରାଯୁକ୍ତ ଖାଦ୍ୟ ଗ୍ରହଣ କରିଥାଉ। ଅନେକ ଲୋକ ମିଠା ଖାଇବାକୁ ଭଲ ପାଆନ୍ତି। ଚିନି ଆମକୁ ମିଠା ଲାଗେ ଓ ଖାଦ୍ୟକୁ ସ୍ୱାଦିଷ୍ଟ କରାଇଥାଏ । ହେଲେ ଏହା ଶରୀର ପାଇଁ ଯେ ଘାତକ ତାହା ଆମେ ଜାଣି ନଥାଉ ବା ଜାଣି ବି ସେଥିରୁ ନିବୃତ୍ତ ହୋଇ ନଥାଉ। ଏବେ ଆସନ୍ତୁ ଜାଣିବା ଚିନି ଆମର କି କ୍ଷତି କରିଥାଏ।

ପ୍ରଥମତଃ ଏହା ମନୁଷ୍ୟର ରୋଗ ପ୍ରତିରୋଧକ କ୍ଷମତା ଉପରେ କୁପ୍ରଭାବ ପକାଇଥାଏ । ଯଦି ସୀମିତ ମାତ୍ରା ଚିନି ନ ଖାଆନ୍ତି, ତେବେ ତାହା ଜହର ସଦୃଶ । ମାତ୍ରାଧିକ ଚିନି ଖାଇଲେ, ଶରୀରେ ଗ୍ଲୁକୋଜ୍‌ -୬ ଫସ୍‌ଫେଟ୍‌ର ମାତ୍ରା ବଢିଥାଏ । ଫଳତଃ ହୃଦ୍‌ଘାତ ଭଳି ସମସ୍ୟା ଉପୁଜିବାର ଆଶଙ୍କା ରହିଛି । ସବୁଠୁ ବଡ଼ କଥା ହେଲା ଏହା ଯୋଗୁଁ ମଧୁମେହ ରୋଗର ଶିକାର ହୋଇଥାଉ।ଏକ ଗବେଷଣାରୁ ଜଣାଯାଇଛିଯେ ଶରୀରର କୋଷ ଓ ମସ୍ତିଷ୍କ ଚିନି କୁପ୍ରଭାବ ପକାଇଥାଏ । ଚିନି ଖାଇଲେ ମଳରେ ବାଇଲ୍‌ ଏସିଡ୍‌ର ମାତ୍ରା ମଧ୍ୟ ବଢ଼ିଯାଏ । ଏହା ଦ୍ୱାରା ଏଭଳି ପଦାର୍ଥ ସୃଷ୍ଟି ହୁଏ, ଯାହା କର୍କଟ ରୋଗର ବାହକ ହୋଇପାରେ ବୋଲି ଗବେଷଣାରୁ ଜଣାଯାଇଛି ।

publive-image photo-shutterstock

ଗର୍ଭାବସ୍ଥାରେ ଅତ୍ୟଧିକ ପରିମାଣରେ ଚିନି ଖାଇଲେ ଗର୍ଭସ୍ଥ ଶିଶୁର ମାଂସପେଶୀ ଦୁର୍ବଳ ହୋଇଯାଏ। କ୍ରମାଗତ ଭାବେ ଚିନି ଖାଇଲେ ବ୍ଲଡ୍‌ ପ୍ରୋଟିନ୍‌ ମଧ୍ୟ ପ୍ରଭାବିତ ହୋଇଥାଏ । ଏହା ଦ୍ୱାରା ଶରୀରରେ ଫ୍ୟାଟ୍‌ ଓ କୋଲେଷ୍ଟ୍ରାଲ୍‌ ଉପରେ ନିୟନ୍ତ୍ରଣ ରଖିବା ସମ୍ଭବ ପର ହୁଏ ନାହିଁ ।
ଯେଉଁମାନେ ମାତ୍ରାଧିକ ମିଠା ଖାଆନ୍ତି ସେମାନେ ଦନ୍ତକ୍ଷୟର ଶିକାର ହୋଇଥାନ୍ତି। ତା’ଛଡ଼ା ପାଟିରେ ସହଜରେ ବ୍ୟାକ୍ଟେରିଆମାନେ ଘର କରିପାରନ୍ତି। ଖାଲି ସେତିକି ନୁହେଁ ଏହା ଯକୃତକୁ ଦୁର୍ବଳ କରିଥାଏ। ମନେ ରଖନ୍ତୁ ଚିନିରେ ବିଶେଷ ପୁଷ୍ଟିସାର ନ ଥାଏ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe