ଆଖୁ ରସର ଔଷଧୀୟ ଗୁଣ ସମ୍ପର୍କରେ ଜାଣନ୍ତୁ

Advertisment
ଆଖୁ ରସର ଔଷଧୀୟ ଗୁଣ ସମ୍ପର୍କରେ ଜାଣନ୍ତୁ

ଦୁନିଆରେ ବ୍ରାଜିଲପରେ ଭାରତରେ ସବୁଠାରୁ ଅଧିକ ପରିମାଣରେ ଆଖୁ ଉତ୍ପାଦନ ହୋଇଥାଏ। ଆଖୁରୁ ପ୍ରସ୍ତୁତ ଚିନି ଓ ଗୁଡ଼ ବ୍ୟତୀତ ଏହାର ରସ ଶରୀରପକ୍ଷେ ବହୁ ଲାଭପ୍ରଦ ହୋଇଥାଏ। ଆଖୁ ରସରେ ଆଣ୍ଟି ଅକ୍ସିଡେଣ୍ଟ ଥାଏ। ଯାହକି ଆମର ପାଚନ କ୍ରିୟା ପାଇଁ ଖୁବ୍‌ ସାହାଯ୍ୟ କରିଥାଏ। ଏତଦ୍‌ବ୍ୟତୀତ ଶରୀରକୁ ବିଭିନ୍ନ ସଂକ୍ରମଣରୁ ରକ୍ଷା କରିଥାଏ।

publive-image

୧. ଆଖୁ ରସରେ ଆଇରନ୍‌, ମେଗନେସିୟମ, କେଲସିୟମ ଓ ବିଭିନ୍ନ ପ୍ରକାର ଇଲେକଟ୍ରୋଲାଇଡସ୍‌ ପ୍ରଚୁରମାତ୍ରାରେ ରହିଥାଏ। ଯାହା ଶରୀରକୁ ସୁସ୍ଥ ରଖିବା ସହିତ ଜ୍ୱର ଓ ସଂକ୍ରମଣ ହେବାକୁ ଦିଏନାହିଁ।

୨. ଆଖୁ ରସ ବିଭିନ୍ନ ପ୍ରକାର ରୋଗକୁ ଭଲ କରିଥାଏ। ଶରୀରରେ ପ୍ରୋଟିନ୍‌ ସ୍ତରକୁ ବୃଦ୍ଧି କରିବାରେ ସହାୟକ ହୋଇଥାଏ। ମୁତ୍ରାଶୟ ଜନିତ ଥିବା ଅସୁବିଧାକୁ ଦୂର କରିଥାଏ।

୩. ଏତଦ୍‌ ବ୍ୟତୀତ କିଡନୀରେ ପଥର ହେବାକୁ ଦିଏ ନାହିଁ। ଆଖୁ ରସ ମହତ୍ତ୍ୱପୂର୍ଣ୍ଣ ଆୟୁର୍ବେଦିକ ଔଷଧ ହୋଇଥାଏ। ଏହା ଆମ ଲିଭରକୁ ଶକ୍ତି ପ୍ରଦାନ କରିଥାଏ।

publive-image

୪. ଦଣ୍ଡିଜରୁ ମୁକ୍ତି ପାଇବା ପାଇଁ ଆଖୁ ରସ ରାମବାଣ ସଦୃଶ କାମ କରିଥାଏ। ଆଖୁ ରସ ମୁଖ ଦୁର୍ଗନ୍ଧ ଦୂର କରିଥାଏ।

୫. ଆଖୁ ରସରେ ଗ୍ଲାଇକେମିକ୍‌ ଇଣ୍ଡେକ୍ସ ବହୁତ କମ୍‌ ହୋଇଥାଏ। ଏଥିପାଇଁ ମଧୁମେହ ରୋଗୀଙ୍କ ପାଇଁ ଏହା ଔଷଧ ଭଳି କାମ କରିଥାଏ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe