ମହିଳାଙ୍କ ପାଖରେ ଦେଖାଯାଉଥିବା ଏହି ରୋଗରେ ପୀଡିତ ଅଛନ୍ତି ସୁମୋନା ଚକ୍ରବର୍ତ୍ତୀ

Advertisment
ମହିଳାଙ୍କ ପାଖରେ ଦେଖାଯାଉଥିବା ଏହି ରୋଗରେ ପୀଡିତ ଅଛନ୍ତି ସୁମୋନା ଚକ୍ରବର୍ତ୍ତୀ

ମୁମ୍ବାଇ: ଟିଭି ସୋ 'ଦି କପିଲ ଶର୍ମା ସୋ'ରେ ଅଭିନୟ ଏବଂ କମେଡି ସହିତ ସମସ୍ତଙ୍କ ହୃଦୟ ଜିତିଥିବା ଅଭିନେତ୍ରୀ ସୁମୋନା ଚକ୍ରବର୍ତ୍ତୀ ସୋସିଆଲ ମିଡିଆରେ ବହୁତ ସକ୍ରିୟ ଅଛନ୍ତି। ବାସ୍ତବରେ, ସୁମୋନା ନିକଟରେ ଏକ ପୋଷ୍ଟ ମାଧ୍ୟମରେ ପ୍ରକାଶ କରିଛନ୍ତି ଯେ ଦୀର୍ଘଦିନ ଧରି ସେ ଏମିତି ଏକ ରୋଗରେ ପୀଡିତ ଅଛନ୍ତି ଯାହାକି ତାଙ୍କୁ ୧୦ ବର୍ଷ ହେଲା କଷ୍ଟ ଦେଇଆସୁଛି | ସୁମୋନା ନିଜର ଇନ୍ସଟାଗ୍ରାମ ପୋଷ୍ଟରେ ଉଲ୍ଲେଖ କରିଛନ୍ତି ଯେ 'ଗୋଟିଏ କଥା ଅଛି ଯାହା ମୁଁ କେବେବି ସେୟାର କରି ନାହିଁ। ମୁଁ ୨୦୧୧ ଠାରୁ ଏଣ୍ଡୋମେଟ୍ରିଓସିସ୍ ନାମକ ରୋଗ ସହିତ ଲଢେଇ କରୁଛି ଏବଂ ବହୁ ବର୍ଷ ଧରି ଏହାର ଚତୁର୍ଥ ପର୍ଯ୍ୟାୟରେ ଅଛି | ଭଲ ଖାଇବା ଅଭ୍ୟାସ, ବ୍ୟାୟାମ ଏବଂ ଚାପ ନ ନେବା ମୋ ସ୍ୱାସ୍ଥ୍ୟ ପାଇଁ ଗୁରୁତ୍ୱପୂର୍ଣ୍ଣ କିନ୍ତୁ ମୋ ପାଇଁ ଲକଡାଉନ୍ କଷ୍ଟସାଧ୍ୟ ହୋଇଛି | ଏହି କଥାଟି କହିବା ମୋ ପାଇଁ ସହଜ ନଥିଲା | କିନ୍ତୁ କାହାକୁ ଯଦି ପ୍ରେରଣା ଦେଇପାରୁଛି ତାହା ମୋ ପାଇଁ ଯଥେଷ୍ଟ | ସମସ୍ତେ ନିଜ ଜୀବନରେ କିଛି ସମସ୍ୟା ସହିତ ଲଢ଼ୁଛନ୍ତି' |

ଉଲ୍ଲେଖନୀୟ କଥା ହେଉଛି, କପିଲ ଶର୍ମା ଶୋ ବ୍ୟତୀତ ସୁମୋନା ଚକ୍ରବର୍ତ୍ତୀ ମଧ୍ୟ 'ବଡେ ଅଛେ ଲଗତେ ହେଁ', 'ଖୋଟେ ସିକେ' ଏବଂ 'ନୀର ଭରେ ତେରେ ନେନା ଦେବୀ' ଭଳି ଟିଭି ଶୋ’ରେ ଅଭିନୟ କରିଛନ୍ତି।

ଏଣ୍ଡୋମେଟ୍ରିଓସିସ୍ କ'ଣ?
ଏଣ୍ଡୋମେଟ୍ରିଓସିସ୍ ହେଉଛି ଏକ ଗର୍ଭାଶୟ ରୋଗ ଯେଉଁଥିରେ ଏଣ୍ଡୋମେଟ୍ରିଆଲ୍ ଟିସୁ ଗର୍ଭାଶୟ ଭିତରେ ଅସ୍ୱାଭାବିକ ଅଭିବୃଦ୍ଧି ହୋଇଥାଏ ଏବଂ ଗର୍ଭାଶୟ ବାହାରେ ଥିବା ଅନ୍ୟ ଅଙ୍ଗକୁ ବ୍ୟାପିଥାଏ। ଏଣ୍ଡୋମେଟ୍ରିଓସିସ୍ ଏକ ସାଧାରଣ ସମସ୍ୟା ଅଟେ। ଅନେକ ମହିଳାଙ୍କର ଏହି ରୋଗ ବିଷୟରେ କୌଣସି ଧାରଣା ନାହିଁ | ୧୮ ରୁ ୩୫ ବର୍ଷ ବୟସର ମହିଳାମାନଙ୍କଠାରେ ଏହା ଅଧିକ ଦେଖାଯାଏ | ଏହାର ପ୍ରଥମ ଏବଂ ସାଧାରଣ ଲକ୍ଷଣ ହେଉଛି ଋତୁସ୍ରାବ ସମୟରେ ଅତ୍ୟଧିକ ଯନ୍ତ୍ରଣା ହୁଏ | କିନ୍ତୁ ମହିଳାମାନେ ଭାବନ୍ତି ଯେ ଋତୁସ୍ରାବ ସମୟରେ କିଛି ଯନ୍ତ୍ରଣା ହୁଏ ଏବଂ ଏହି ସମସ୍ୟା ବାବଦରେ ସେମାନେ ଜାଣିପାରନ୍ତି ନାହିଁ |

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe