୬୨ ବର୍ଷ ବୟସରେ ବି ଯୁବକ ପରି ଦିଶନ୍ତି ସୁନୀଲ; ୮ ବର୍ଷ ହେବ ଏହି ରଂଗର ସମସ୍ତ ଖାଦ୍ୟକୁ କରିଛନ୍ତି ‘ଅଲ୍‌ବିଦା’

Advertisment
୬୨ ବର୍ଷ ବୟସରେ ବି ଯୁବକ ପରି ଦିଶନ୍ତି ସୁନୀଲ; ୮ ବର୍ଷ ହେବ ଏହି ରଂଗର ସମସ୍ତ ଖାଦ୍ୟକୁ କରିଛନ୍ତି ‘ଅଲ୍‌ବିଦା’

www.google.com

ମୁମ୍ବାଇ: ଧୀରେ ଧୀରେ ସବୁ କଳାକାର ପ୍ରାୟ ଡିଜିଟାଲ୍‌ ଆଡ଼େ ମୁହାଁଇଥିବା ବେଳେ ନିକଟରେ ସୁନୀଲ ସେଟ୍ଟୀ ମଧ୍ୟ ତାଙ୍କର ଡିଜିଟାଲ୍‌ ଡେବ୍ୟୁ କରି ସାରିଛନ୍ତି। ସୁନୀଲଙ୍କୁ ୬୨ ବର୍ଷ ହୋଇଥିବା ବେଳେ ସେ ତାଙ୍କ ୱେବ୍‌ ସରିଜ୍‌ରେ ଜଣେ ୬୦ ବର୍ଷୀୟ ବ୍ୟକ୍ତିଙ୍କ ଭୂମିକା ନିଭାଇଛନ୍ତି। ମାତ୍ର ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ ସେ ନିଜକୁ ୬୨ ବର୍ଷୀୟ ବୋଲି ଜଣାଇବାକୁ ଜବର୍‌ଦସ୍ତ ମେକ୍‌ଅପ୍‌ ନେଇଛନ୍ତି। ୬୦ ବର୍ଷୀୟ ସୁନୀଲଙ୍କୁ ୬୨ ବର୍ଷୀୟ ଦିଶିବା ପାଇଁ ଯଦି ମେକ୍‌ଅପ୍‌ର ଆବଶ୍ୟକତା ପଡୁଛି ତ ଆପଣ ଜାଣି ପାରୁଥିବେ ସେ କେତେ ଫିଟ୍‌। ଏବେ ବି ଆପଣ ତାଙ୍କୁ ଦେଖି କେଉଁ ଯୁବ କଳାକାର ବୋଲି ଭାବିବେ। ବଲିଉଡ୍‌ର କିଛି ଫିଟ୍‌ କଳାକାରଙ୍କ ମଧ୍ୟରୁ ସୁନୀଲ ଅନ୍ୟତମ। ଏହି ଅବସରରେ ସୁନୀଲ ତାଙ୍କ ଫିଟ୍‌ ରହିବାର ମନ୍ତ୍ର ସେୟାର୍‌ କରିଛନ୍ତି।

ନିଜର ଦୈନନ୍ଦିନ ତାଲିକା ସେୟାର କରି ସୁନୀଲ କହିଛନ୍ତି ଯେ ସେ କେତେ ବି ବିଳମ୍ବରେ ଶୁଅନ୍ତୁ ପଛେ କେବେ ବି ସକାଳ ୬.୩୦ ପରେ ଉଠନ୍ତି ନାହିଁ। ସବୁବେଳେ ୬ଟାରୁ ୬.୩୦ ଭିତରେ ‌ଉଠିପଡ଼ିଥାନ୍ତି। ତାପରେ ସେ ପ୍ରାୟ ୧ ଘଣ୍ଟା ବ୍ୟାୟାମ କରିଥାନ୍ତି।

ସୁନୀଲ ସେଟ୍ଟୀ ନିଜର ଖାଦ୍ୟ ସଂପର୍କରେ କୁହନ୍ତି ଯେ ସବୁବେଳେ ଭାଗ ମାପରେ ଖାଦ୍ୟ ଗ୍ରହଣ କରିଥାନ୍ତି। ଯାହା ଇଚ୍ଛା ତାହା ଖାଆନ୍ତି ନାହିଁ। ଶରୀରକୁ ଦେଖି ଚାହିଁ ଖାଦ୍ୟ ଖାଇଥାନ୍ତି। ସେ କହନ୍ତି କି ସେ ତାଙ୍କ ଜୀବନରୁ ସମସ୍ତ ଧଳା ରଂଗର ଖାଦ୍ୟ ସାମଗ୍ରୀକୁ ବାୟ କରି ଦେଇଛନ୍ତି। ଚିନି, ଲୁଣ, ଖିର ଓ ଧଳା ଭାତ ଆଦୌ ବି ଖାଆନ୍ତି ନାହିଁ। ସେ ପ୍ରାୟ ୮ ବର୍ଷ ତଳୁ ଏସବୁ ଖାଇବା ଛାଡ଼ି ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe