ଆୟୋଡିନ୍‌ ଅଭାବର ଲକ୍ଷଣ

Advertisment

ଆମ ଶରୀର ପାଇଁ ଆୟୋଡିନ୍‌ ଖଣିଜସାର ଏକ ଗୁରୁତ୍ବପୂର୍ଣ୍ଣ ପୋଷକ ହୋଇଥିଲେ ହେଁ ଅନେକ ତାହାକୁ ଅଣଦେଖା କରିଥା’ନ୍ତି। କହିବା ବାହୁଲ୍ୟ, ଥାଇରଏଡ୍‌ ପରି ହରମୋନ୍‌ ପ୍ରସ୍ତୁତି ପାଇଁ ଅପରିହାର୍ଯ୍ୟ...

ଆମ ଶରୀର ପାଇଁ ଆୟୋଡିନ୍‌ ଖଣିଜସାର ଏକ ଗୁରୁତ୍ବପୂର୍ଣ୍ଣ ପୋଷକ ହୋଇଥିଲେ ହେଁ ଅନେକ ତାହାକୁ ଅଣଦେଖା କରିଥା’ନ୍ତି। କହିବା ବାହୁଲ୍ୟ, ଥାଇରଏଡ୍‌ ପରି ହରମୋନ୍‌ ପ୍ରସ୍ତୁତି ପାଇଁ ଅପରିହାର୍ଯ୍ୟ...

fsfsfs

ଆମ ଶରୀର ପାଇଁ ଆୟୋଡିନ୍‌ ଖଣିଜସାର ଏକ ଗୁରୁତ୍ବପୂର୍ଣ୍ଣ ପୋଷକ ହୋଇଥିଲେ ହେଁ ଅନେକ ତାହାକୁ ଅଣଦେଖା କରିଥା’ନ୍ତି। କହିବା ବାହୁଲ୍ୟ, ଥାଇରଏଡ୍‌ ପରି ହରମୋନ୍‌ ପ୍ରସ୍ତୁତି ପାଇଁ ଅପରିହାର୍ଯ୍ୟ ଥିବା ଏହି ଖଣିଜସାର ଶରୀରର ବିଭିନ୍ନ ରାସାୟନିକ ପ୍ରକ୍ରିୟା(ମେଟାବୋଲିଜିମ୍‌) ଠାରୁ ଆରମ୍ଭ କରି ମସ୍ତିଷ୍କ କ୍ରିୟା ଯାଏ ସବୁକୁ ପ୍ରଭାବିତ କରିଥାଏ। ତେବେ ଶରୀରରେ ଯେତେବେଳେ ଆବଶ୍ୟକ ପରିମାଣର ଆୟୋଡିନ୍‌ର ଅଭାବ ରହେ, ସେତେବେଳେ ଶରୀର ମଧ୍ୟ ଉପଯୁକ୍ତ ସଂକେତ ସ୍ବରୂପ ବିଭିନ୍ନ ଲକ୍ଷଣ ଦେଖାଇଥାଏ। ମାତ୍ର ସେସବୁ ଲକ୍ଷଣ ବେଳେ ବେଳେ ଅଣଦେଖା ରହିଯାଇଥାଏ। ଆଜି ସେଭଳି କିଛି ଆୟୋଡିନ୍‌ ଅଭାବ ଜନିତ ଶାରୀରିକ ଲକ୍ଷଣ ବାବଦରେ ଜାଣିବା। 

ଶରୀରରେ ଆୟୋଡିନ୍‌ର ଅଭାବ ରହିଲେ ଆଖି ଦୁଇଟି ଫୁଲି ଯାଇଥାଏ। କାରଣ ରକ୍ତରେ ନିମ୍ନ ସ୍ତରର ଆୟୋଡିନ୍‌ ଶରୀରର ତରଳ ପଦାର୍ଥ ସନ୍ତୁଳନରେ ବିଭ୍ରାଟ ଆଣି ମୁଖମଣ୍ଡଳ ପରି ଅପ୍ରତ୍ୟାଶିତ ସ୍ଥାନରେ ଫୁଲିବା ଦେଖାଯାଇଥାଏ। ସେହିପରି ତଣ୍ଟି ବସିଯିବା ବା କିଛି ଲାଖିଥିଲା ଭଳି ତଣ୍ଟି ଫୁଲିଯିବା ଅନୁଭବ ମଧ୍ୟ ହେଉଛି ଆୟୋଡିନ୍‌ ଅଭାବର ଅନ୍ୟତମ ଲକ୍ଷଣ। ଆୟୋଡ଼ିନ୍‌ ଅଭାବରୁ ମଧ୍ୟ ହୃଦ୍‌ସ୍ପନ୍ଦନରେ ଅନିୟମିତତା ଦେଖାଯାଇଥାଏ। କାରଣ ଆୟୋଡିନ୍‌ ଉପରେ ନିର୍ଭର କରୁଥିବା ଥାଇରଏଡ୍‌ ହରମୋନ୍‌ ହିଁ ଏକ ସୁସ୍ଥ ତଥା ନିୟମିତ ହୃଦ୍‌ସ୍ପନ୍ଦନ ପାଇଁ ସାହାଯ୍ୟ କରେ। ବେଳେ ବେଳେ ମାତ୍ରାଧିକ ଉତ୍କଣ୍ଠା ବଢ଼ିଯିବା ବା ମନୋଭାବରେ ଅସ୍ବାଭାବିକ ପରିବର୍ତ୍ତନ ବା ଭୀଷଣ ଭାବେ ଚିଡ଼ିଚିଡ଼ା ଲାଗିବା ମଧ୍ୟ ଅନ୍ୟତମ ଲକ୍ଷଣ। ଆୟୋଡିନ୍‌ ଅଭାବ ଯୋଗୁଁ ମସ୍ତିଷ୍କର ରାସାୟନିକ ସନ୍ତୁଳନରେ ବ୍ୟାଘାତ ଘଟି ଏପରି ହୋଇଥାଏ। ସେହିପରି ଗୋଡ଼ ଓ ହାତରେ ହଠାତ୍‌ କଣ୍ଟା ଫୋଡ଼ିହେଲା ପରି ଅନୁଭବ ମଧ୍ୟ ଆୟୋଡିନ୍‌ ଅଭାବର ଲକ୍ଷଣ। କାରଣ ଆୟୋଡିନ୍‌ କମିଗଲେ ଥାଇରଏଡ୍‌ ହରମୋନ୍‌ ସ୍ତର କମିଯାଇ ସ୍ନାୟୁକ୍ରିୟାକୁ ଧିମେଇ ଦେଇଥାଏ। ମହିଳାମାନଙ୍କ ଠାରେ ଅନିୟମିତ ଋତୁସ୍ରାବ ମଧ୍ୟ ଆୟୋଡିନ୍‌ ଅଭାବରୁ ହୋଇଥାଇପାରେ। ସେହିପରି ଆମ ଶରୀରରେ କୌଣସି କ୍ଷତ ଶୁଖିବା ବିଳମ୍ବିତ ହେବା ମଧ୍ୟ ଆୟୋଡିନ୍‌ ଅଭାବର ଅନ୍ୟତମ ଲକ୍ଷଣ। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe