ସପ୍ତାହରେ ଅତି କମ୍‌ରେ ଗୋଟିଏ କମଳା ଖାଇଲେ , ଏହିସବୁ  ଫାଇଦା ମିଳିବ !

ସପ୍ତାହରେ ଅତି କମ୍‌ରେ ଗୋଟିଏ କମଳା ଖାଇଲେ , ଏହିସବୁ  ଫାଇଦା ମିଳିବ !

ଯଦି ଆପଣ ଚାହୁଁଛନ୍ତି ଆପଣଙ୍କର ଦୃଷ୍ଟିଶକ୍ତି ଭଲ ରହୁ,ତେବେ ନିୟମିତ ଭାବେ କମଳା ଖାଆନ୍ତୁ। କୁହାଯାଏ ଯେ, ପ୍ରତିଦିନ ନ ହେଲେ ବି  ଯଦି ସପ୍ତାହରେ ଅତି କମ୍‌ରେ ଗୋଟିଏ କମଳା ଖାଇବେ,ତେବେ ଆପଣଙ୍କ ଆଖି ସୁସ୍ଥ ରହିବ ଓ କୌଣସି ପ୍ରକାରର ସଂକ୍ରମଣର ଆଶଙ୍କା ରହିବ ନାହିଁ।

ଏକ ଗବେଷଣାରୁ ଜଣାଯାଇଛି ଯେ, ବୟସ ବଢ଼ିବା ସଙ୍ଗେ ସଙ୍ଗେ ଆଖିରେ ଥିବା ମ୍ୟାକୁଲରର କ୍ଷୟ ମଧ୍ୟ ଆରମ୍ଭ ହୋଇଥାଏ। ଏହା  ଫଳରେ ଦୃଷ୍ଟିଶକ୍ତି ଦୁର୍ବଳ ହୋଇଥାଏ ଓ ଦେଖିବାରେ ଅସୁବିଧା ସୃଷ୍ଟି ହୋଇଥାଏ।

ଏହି ଗବେଷଣାରେ କୁହାଯାଇଛି ଯେ, ଯେଉଁ ଲୋକ ପ୍ରତିଦିନ ଗୋଟିଏ କମଳା ଖାଆନ୍ତି,ସେମାନଙ୍କର ୧୫ ବର୍ଷ ପରେ ମ୍ୟାକୁଲର କ୍ଷୟର ଆଶଙ୍କା ୬୦ ପ୍ରତିଶତ ହ୍ରାସ ପାଇଥାଏ। ଏହା କମଳାରେ ଥିବା ଫ୍ଲୋବନାଏଡ୍‌ସ ଯୋଗୁଁ  ହ୍ରାସ ପାଇଥାଏ। ଏହା ଦୃଷ୍ଟିଶକ୍ତି ହାନିକୁ ରୋକିଥାଏ। ଫ୍ଲୋବନଏଡ୍‌ସ ହେଉଛି ପ୍ରଭାବଶାଳୀ ଆଣ୍ଟି ଅକ୍ସିଡେଣ୍ଟ,ଯାହା ଅଧିକାଂଶ ଫଳ ଓ ପରିବାରେ ମିଳିଥାଏ। ଏହା ରୋଗ ପ୍ରତିରୋଧକ କ୍ଷମତା ମଧ୍ୟ ବୃଦ୍ଧି କରିଥାଏ।

ସିଡ଼ନି ବିଶ୍ୱବିଦ୍ୟାଳୟର ବିମିନି ଗୋପୀନାଥ କହିଛନ୍ତି ଯେ,ସେମାନେ ୫୦ ବର୍ଷରୁ ଅଧିକ ବୟସ୍କ  ଦୁଇ ହଜାର ବ୍ୟକ୍ତିଙ୍କ ଉପରେ ଅଧ୍ୟୟନ କରିଥିଲେ। ଏହି ଗବେଷଣାର ସର୍ନ୍ଦର୍ଭ ଆମେରିକାର କ୍ଲିନିକାଲ୍‌ ନ୍ୟୁଟ୍ରିସନ୍‌ ପତ୍ରିକାରେ ପ୍ରକାଶିତ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe