ଏହି ସବୁ କାମ ପରେ ନିଶ୍ଚୟ ସ୍ନାନ କରନ୍ତୁ

Advertisment
ଏହି ସବୁ କାମ ପରେ ନିଶ୍ଚୟ ସ୍ନାନ କରନ୍ତୁ

ପ୍ରତ୍ୟେକ ମଣିଷ ଦିନକୁ ଥରୁଟିଏ ସ୍ନାନ ନିଶ୍ଚୟ କରିଥାନ୍ତି ସେହି ଥରୁଟିଏ ସ୍ନାନକୁ ବାଦ୍‌ ଦେଲା ପରେ ଆଉ କିଏ କେତେ ଥର ସ୍ନାନ କରିବେ ତାହା ସଂପୂର୍ଣ୍ଣ ଇଚ୍ଛାଧୀନ। ମାତ୍ର ଯଦି ଏମିତି କିଛି ପରିସ୍ଥିତି ଆସେ ତେବେ ସ୍ନାନ କରିସାରିଥିଲେ ବି ଆଉ ଥରେ ସ୍ନାନ ନିଶ୍ଚୟ କରନ୍ତୁ। ନହେଲେ ନାନା ରୋଗର ଶିକାର ହେବାର ସମ୍ଭାବନା ରହିଛି।

publive-image

ଡାକ୍ତରଖାନାରୁ ଫେରିବା ପରେ ନିଶ୍ଚୟ ସ୍ନାନ କରନ୍ତୁ। ଡାକ୍ତରଖାନା ଯେତେ ପରିଷ୍କାର ହେଲେ ବି ସେଠାରେ ଭିଭିନ୍ନ ଧରଣର ରୋଗୀ ଥିବାରୁ ରୋଗ ସଂକ୍ରମଣ ହେବାର ସମ୍ଭାବନା ରହିଥାଏ। ତେଣୁ ଡାକ୍ତରଖାନାରୁ ଫେରିବା ପରେ ଗାଧୋଇବାକୁ ଭୁଲନ୍ତୁ ନାହିଁ।

publive-image

ଦୂର ଯାତ୍ରା କରିବା ପରେ ବି ଗାଧୋଇବା ଉଚିତ। ବହୁତ ବାଟ ଯାତ୍ରା କରିବା ଫଳରେ ମଇଳା ଧୂଳି ସବୁ ନାକ, ପାଟିରେ ପଶିଥିବା ହେତୁ ରୋଗ ହେବାର ଅନେକ ସମ୍ଭାବନା ରହିଛି। ତେଣୁ ଦୂର ଯାତ୍ରା କରିବା ପରେ ଗାଧୋଇବା ନିହାତି ଦରକାର।

publive-image

ପାରୁଛନ୍ତି ଯଦି ଅଗାଧୁଆ ପୂର୍ବରୁ ହିଁ ଘର ଝଡ଼ାଝଡ଼ି କିମ୍ବା ଘର ସଜାଡ଼ିବା କାମ ସାରି ଦିଅନ୍ତୁ। ନଚେତ ଘର ଛାଡ଼ିବା ବା ଘର ସଜାଡ଼ିବା ବେଳ ଥାକ, କୋଣ ଆଦି ଝାଡ଼ିବା ବେଳେ ଧୂଳି ସବୁ ଶରୀରର ବିଭିନ୍ନ ଅଙ୍ଗରେ ପଶିଯିବା ଫଳରେ ଆପଣ ବେମାର ପଡ଼ିପାରନ୍ତି। ଯଦି କୌଣସି କାରଣରୁ ଆପଣଙ୍କୁ ଗାଧୋଇବା ପରେ ସେ କାମ କରିବାକୁ ପଡୁଛି ତେବେ କାମ ସାରିବା ପରେ ଆଉ ଥରେ ଗାଧୋଇବାକୁ ଭୁଲନ୍ତୁ ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe