ଆପଣଙ୍କ ତ୍ବଚା ମଳିନ ଦିଶୁଛି କି? ଆପଣାନ୍ତୁ ଏହି ସବୁ ଉପାୟ

ଆପଣଙ୍କ ତ୍ବଚା ମଳିନ ଦିଶୁଛି କି? ଆପଣାନ୍ତୁ ଏହି ସବୁ ଉପାୟ

Boston Magazine

ଖରା ଦିନ ଅପେକ୍ଷା ଶୀତ ଦିନେ ତ୍ବଚା ଟିକେ ମଳିନ ଦିଶିଥାଏ। ରୁକ୍ଷ ଦିଶିବା ସହ ରଂଗ ମଧ୍ୟ କମ୍‌ ଲାଗିଥାଏ। ଏହା ପଛରେ ଅନେକ କାରଣ ଅଛି। ଶୀତ ଦିନେ ଲୋକମାନେ ଜଳଠାରୁ ନିଜକୁ ଟିକେ ଦୂରେଇ ରଖିଥାନ୍ତି। ବରାବର ପାଣି ସଂସ୍ପର୍ଶରେ ନ ଆସିବା ବା ପ୍ରଚୁର ପରିମାଣର ପାଣି ନ ପିଇବା ତ୍ବଚା ମଳିନ ଦିଶିବାର କାରଣ ହୋଇଥାଏ।। ଖାଲି ସେତିକି ନୁହେଁ, ଶୀତ ଦିନେ ଶରୀରରୁ ଝାଳ ମଧ୍ୟ ବାହାରି ନଥାଏ। ଶରୀରରୁ ଯେତେ ଝାଳ ବାହାରେ ତାହା ତ୍ବଚା ପାଇଁ ସେତେ ଭଲ ହୋଇଥାଏ। ଝାଳ ବାହାରିଲେ ତ୍ବଚା ଉଜ୍ଜ୍ବଳ ଦିଶେ। ଶୀତ ଦିନ‌େ ଝାଳ ନବାହାରିବା କାରଣରୁୁ ତ୍ବଚା ସାମାନ୍ୟ ବିପରୀତ ଦିଶିଥାଏ। ଏହା ବ୍ୟତୀତ ଆମେ ଶୀତ ଦିନେ କମ୍ବଳ ଭିତରେ ମୁହଁ ପୂରାଇ ଶୋଇଥାନ୍ତି। ଆମ ନିଜ ନିଶ୍ବାସ ନିଜ ଦେହରେ ବାଜିବା ଦ୍ବାରା ତ୍ବଚା ରୁକ୍ଷ ହୋଇଥାଏ। ତେବେ, ଏହି ତ୍ବଚାର ଏହି ରୁକ୍ଷପଣକୁ ଆମେ ଚାହିଁଲେ ଦୂରେଇ ଦେଇ ପାରିବା। ଚାଲନ୍ତୁ ଜାଣିବା କିପରି...

ଇଚ୍ଛା ନ ହଉଥିଲେ ବି ପ୍ରଚୁର ପରିମାଣର ପାଣି ପିଅନ୍ତୁ। ପାଣି ପିଇବାର କୌଣସି ବିକଳ୍ପ ନାହିଁ। ପ୍ରଚୁର ପାଣି ପିଉଥିଲେ ଆପଣଙ୍କ ତ୍ବଚା କେବେ ବି ରୁକ୍ଷ ଦିଶିବ ନାହିଁ।

ଗାଧୋଇବା ପୂର୍ବରୁ ଦେହରେ ଓ ମୁହଁରେ ମହୁ ମାଲିସ୍‌ କରି ଗାଧାନ୍ତୁ। ଏହା ସଂସାରର ସବୁଠାରୁ ଭଲ ବଡି ଲୋସନ। ଗାଧୋଇବା ପୂର୍ବରୁ ମହୁ ଲଗାଇ ଗାଧୋଇଲେ ଆପଣଙ୍କୁ ବଡି ଲୋସନର ବି ଆବଶ୍ୟକତା ପଡ଼ିବ ନାହିଁ।

ଶୀତ ଦିନେ ପେଟ ଗରମ ହେବାର ବିଶେଷ ସମ୍ଭାବନା ଥିବା କାରଣରୁ ଆପଣ ନିୟମିତ ପଇଡ଼ ପାଣି ଓ ମିଶିରି ପାଣି ପିଅନ୍ତୁ।

ଗାଧୁଆ ପାଣିରେ କେଇ ବୁନ୍ଦା ନଡ଼ିଆ ତେଲ ମିଶାଇ ଗାଧୋଇଲେ ଭଲ। ଏପରି କଲେ ଆପଣଙ୍କ ତ୍ବଚା ମସୃଣ ରହିବ।

ରାତିରେ ଶୋଇବା ବେଳେ ନାହିରେ ନଡ଼ିଆ ତେଲ ଲଗାଇ ଶୁଅନ୍ତୁ, ମୁଖମଣ୍ଡଳ ଉଜ୍ଜ୍ବଳ ଦିଶିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe