କମ୍‌ ଜଳ ପିଇବା ଠିକ୍‌ , ଜାଣନ୍ତୁ କାରଣ

କମ୍‌ ଜଳ ପିଇବା ଠିକ୍‌ , ଜାଣନ୍ତୁ କାରଣ

ସାଧାରଣତଃ ଚିକିତ୍ସକମାନେ ସୁସ୍ଥ ରହିବା ପାଇଁ ଅଧିକ ମାତ୍ରାରେ ଜଳ ପିଇବା ଲାଗି ପରାମର୍ଶ ଦେଇଥା’ନ୍ତି। କିନ୍ତୁ ଆପଣମାନେ କ’ଣ ଜାଣନ୍ତି ଯେ,ଯଦି ମଧୁମେହ ,ରକ୍ତଚାପ ବା ଥାଇରଏଡ଼୍‍ ଭଳି ରୋଗରେ ପୀଡ଼ିତ ,ତେବେ ଅଧିକ ପାଣି ପିଇବା ମଧ୍ୟ କ୍ଷତିକାରକ।
ଡ଼ାଇବେଟିସ୍‌ ,ଥାଇରଏଡ଼୍‍ ଓ ରକ୍ତଚାପ ର ଶିକାର ହୋଇଥିଲେ ରୋଗୀର କିଡ଼ିନିର କାର୍ଯ୍ୟ କ୍ଷମତା କମ୍‌ ହୋଇ ଯାଇଥାଏ। ଏଣୁ ଅଧିକ ପାଣି ପିଇଲେ ,ଶରୀର ଫୁଲିଯାଇଥାଏ ଓ କିଡ଼ିନି ମଧ୍ୟ ଖରାପ ହୋଇପାରେ। ଏଭଳି ସ୍ଥିତି ଉପୁଜିଲେ ,ରୋଗୀକୁ ନେଫ୍ରୋଲୋଜି ବିଭାଗରେ ଚିକିତ୍ସିତ ହେବାର ଆବଶ୍ୟକତା ପଡ଼େ।

publive-image
ଅଧିକ ଜଳ ପିଇଲେ ପରିସ୍ରା ଥଳି ଫୁଲି ଯାଇଥାଏ। ଖାଲି ସେତିକି ନୁହେଁ ମୂତ୍ରଜନିତ ସମସ୍ୟା ବି ଦେଖା ଦେଇଥାଏ। ମନେ ରଖନ୍ତୁ କିଡ଼ିନିି କମ୍‌ କାର୍ଯ୍ୟକ୍ଷମ ହେଲେ ,କମ୍‌ ପାଣି ପିଇବା ଉଚିତ। କାରଣ ଏଭଳି ନ କଲେ ମୂତ୍ର ସଂକ୍ରମଣର ଶିକାର ମଧ୍ୟ ହୋଇପାରନ୍ତି। ଗର୍ଭାବସ୍ଥାରେ ବି ଯଦି ଉଚ୍ଚ ରକ୍ତଚାପ ବା ମଧୁମେହ ରୋଗରେ ପୀଡ଼ିତ ଥାଆନ୍ତି,ତେବେ ଏହାର ବିଶେଷକୁ ପ୍ରଭାବ ପଡ଼େ ନାହିଁ, ଯଦି ଆପଣ କମ୍‌ ଜଳ ପିଉଥିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe