ମୁଗ ଡାଲିର ପାଣି ପିଅନ୍ତୁ ଓ ଜାଣନ୍ତୁ ଏହାର ଫାଇଦା କ’ଣ!

Advertisment
ମୁଗ ଡାଲିର ପାଣି ପିଅନ୍ତୁ ଓ ଜାଣନ୍ତୁ ଏହାର ଫାଇଦା କ’ଣ!

ମୁଗ ଡାଲି ଖାଇବାକୁ ସମସ୍ତେ ପସନ୍ଦ କରିଥାନ୍ତି।ଏଥିରେ ପ୍ରୋଟିନ୍‌,କାର୍ବୋହାଇଡ୍ରେଟସ ଓ ଫସଫରସ୍‌ ପ୍ରଚୁର ମାତ୍ରାରେ ରହିଛି। ହେଲେ ଆପଣ ଜାଣନ୍ତି କି ମୁଗ ଡାଲିର ପାଣି ପିଇଲେ ତାହା କି ଉପକାର କରିଥାଏ। ତାହା ଆସନ୍ତୁ ଜାଣିବା....

ମୁଗ ଡାଲି ପାଣିରେ ଶରୀରର ରୋଗ ପ୍ରତିରୋଧକ ଶକ୍ତି ରହିଥାଏ।ଏଥିରେ ପ୍ରଚୁର ମାତ୍ରାରେ କାଲସିଅମ୍‌,ମ୍ୟାଗ୍ନେସିଅମ୍‌,ପଟାସିଅମ୍‌ ଓ ସୋଡିଅମ୍‌ ରହିଛି। ତା’ଛଡ଼ା ଏଥିରେ ଭିଟାମିନ୍‌ -ସି,କାର୍ବସ ଓ ପ୍ରୋଟିନ୍‌ ମଧ୍ୟ ରହିଛି।
ମୁଗ ଡାଲିର ପାଣି ପିଇଲେ ନିମ୍ନ ଉପକାର ମିଳିଥାଏ:-ଏହାକୁ ପିଇଲେ ଓଜନ ହ୍ରାସ ପାଇଥାଏ। ଏହା ପିଇଲେ କାଲୋରି ମଧ୍ୟ କମିଯାଏ। ମୁଗ ଡାଲି ପାଣି ପିଇଲେ ବେଶି ସମୟ ଯାଏଁ ଭୋକ ଲାଗି ନଥାଏ। ତା’ ଛଡ଼ା ଏହା ଆପଣଙ୍କୁ କାମ କରିବା ପାଇଁ ଫୂର୍ତ୍ତି ଯୋଗାଇଥାଏ।

publive-image
ପିଲାମାନଙ୍କୁ ମଧ୍ୟ ମୁଗ ଡାଲି ପାଣି ପିଇବାକୁ ଦିଆଯାଏ। କାରଣ ଶିଶୁମାନଙ୍କ ପାଇଁ ସ୍ୱାସ୍ଥ୍ୟବର୍ଦ୍ଧକ। ଏହା ସହଜରେ ହଜମ ହୋଇଯାଇଥାଏ। ଏସବୁ ଫାଇଦା ପାଇବାକୁ ହେଲେ ଆପଣଙ୍କୁ ଗୋଟିଏ ତାଟିଆ ମୁଗ ଡାଲି ପାଣି ପିଇବାକୁ ପଡ଼ିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe