ଆପଣ ପ୍ରତ୍ୟେକ ଦିନ ବେଶି ଥର ଚା’ ପିଉଛନ୍ତି କି , ଭୋଗି ପାରନ୍ତି ଏହି କଷ୍ଟ

Advertisment
ଆପଣ ପ୍ରତ୍ୟେକ ଦିନ ବେଶି ଥର ଚା’ ପିଉଛନ୍ତି କି , ଭୋଗି ପାରନ୍ତି ଏହି କଷ୍ଟ

PHOTO-express.co.uk

ବ୍ରିଟିସ୍‌ ମେଡ଼ିକଲ୍‌ ଜର୍ନାଲରେ ପ୍ରକାଶିତ ପାଠ୍ୟକ୍ରମ ଅନୁଯାୟୀ ଅଧିକ ମାତ୍ରାରେ ଚା’ର ସେବନ ଯୋଗୁଁ ବ୍ୟକ୍ତିକୁ କ୍ୟାନ୍‌ସର୍‌ ଭଳି ଗମ୍ଭୀର ସମସ୍ୟା ହେବାର ସମ୍ଭାବନା ବଢ଼ିଥାଏ।ଏତଦ୍‌ବ୍ୟତୀତ ଅଧିକ ମାତ୍ରାରେ ଚା’ର ସେବନ ଦ୍ୱାରା ବ୍ୟକ୍ତି ସ୍ୱାସ୍ଥ୍ୟ ପାଇଁ ଏହା ସମସ୍ୟା ଉପଜିଥାଏ। ଏହି କାରଣରୁ ଆପୋଲୋ ବିଏସ୍‌ ଆର୍‌ ହସ୍ପିଟାଲ୍‌ର ମୁଖ୍ୟ ଡ଼ାଇଟିସିୟାନ୍‌ ସ୍ୱିଟି ଯାଦବଗୋଟିଏ ଦିନରେ ତିନିରୁ ଅଧିକ କପ୍‌ ଚା’ ନ ପିଇବାକୁୁ ପରାମର୍ଶ ଦେଇଛନ୍ତି। ଆଉ ଯଦି ବ୍ୟକ୍ତି ଏହାର ଅତ୍ୟଧିକ ସେବନ କରେ,ତେବେ ଏହା ବ୍ୟକ୍ତିର ଶରୀରରେ ୫ଟି ସମସ୍ୟାକୁ ଆଣି ଦେଇଥାଏ।

୧-ସାଧାରଣତଃ ଅଧିକ ମାତ୍ରାରେ ଗରମ ହୋଇଥିବା ଚା’କୁ ପିଇବା ଦ୍ୱାରା ବ୍ୟକ୍ତିର ପେଟରୁ ମୁହଁକୁ ଯୋଡ଼ୁଥିବା ନଳୀଗୁଡ଼ିକ ଡ଼୍ୟାମେଜ୍‌ ହୋଇଯାଏ,ଯାହାକି ବ୍ୟକ୍ତିଠାରେ କ୍ୟାନ୍‌ସର୍‌ ସମସ୍ୟାକୁ ଉପୁଜାଇଥାଏ।
୨-ଏଥିସହିତ ଚା’ରେ କ୍ଲୋରାଇଡ଼୍‍ ରହିବା କାରଣରୁ ଅଧିକ ମାତ୍ରାରେ ଚା’ର ସେବନ ଯୋଗୁଁ ବ୍ୟକ୍ତିର ହାଡ଼ଗୁଡ଼ିକ ଦୁର୍ବଳ ହେବାକୁ ଲାଗିଥାଏ।
୩-ଏତଦ୍‌ବ୍ୟତୀତ ଅଧିକ ମାତ୍ରାରେ ଚା’ର ସେବନ ଯୋଗୁଁ ବ୍ୟକ୍ତିକୁ ବାରମ୍ବାର ହିଁ ପରିସ୍ରା ଲାଗିଥାଏ।ଏହା ଦ୍ୱାରା ସୋଡ଼ିୟମ୍‌,ପୋଟାସିୟମ୍‌ ଭଳି ମିନେରାଲ୍ସ ମଧ୍ୟ ଶରୀରରୁ ବାହାରକୁ ଚାଲିଆସେ,ଯାହାକି ବ୍ୟକ୍ତିକୁ ଦୁର୍ବଳ କରିଦିଏ।
୪-ଏଥିସହିତ ଚା’ରେ ଟୈନିନ୍‌ ଟାୟାଲିନ୍‌ ରହିଥିବା କାରଣରୁ ,ଏହାଦ୍ୱାରା ବ୍ୟକ୍ତିକୁ ବଦହଜମି ଜନିତ ସମସ୍ୟା ହୋଇଥାଏ, ଯାହାକି ପେଟଜନିତ ସମସ୍ୟା ଆଦିକୁ ବୃଦ୍ଧି କରିଥାଏ।
୫-ଏତଦ୍‌ବ୍ୟତୀତ ଚା’ରେ କୈଫିନ୍‌ ରହିଥିବା ଯୋଗୁଁ ,ବାରମ୍ବାର ଚା’ର ସେବନ ଯୋଗୁଁ ବ୍ୟକ୍ତିକୁ ମୁଣ୍ଡବ୍ୟଥା,କ୍ଳାନ୍ତଜନିତ ସମସ୍ୟା ବି ଦେଖା ଦେଇଥାଏ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe