ଚା’ ହୋଇ ସାରିବା ପରେ ବଳି ପଡ଼ୁଥିବା ଚା’ ପତିକୁ ଫିଙ୍ଗି ଦେଉଛନ୍ତି କି, ଜାଣନ୍ତୁ ଏହାର ଉପକାରିତା ବିଷୟରେ

Advertisment
ଚା’ ହୋଇ ସାରିବା ପରେ ବଳି ପଡ଼ୁଥିବା ଚା’ ପତିକୁ ଫିଙ୍ଗି ଦେଉଛନ୍ତି କି, ଜାଣନ୍ତୁ ଏହାର ଉପକାରିତା ବିଷୟରେ

ସାଧାରଣତଃ ଚା’ ପିଇବାକୁ ସମସ୍ତେ ଭଲ ପାଆନ୍ତି। ତେବେ ଏହା ଅତ୍ୟଧିକ ପିଇବା ଦ୍ବାରା ଶରୀରପକ୍ଷେ କ୍ଷତି ବୋଲି ଡାକ୍ତର ପରାମର୍ଶ ଦେଇଥାଆନ୍ତି। ଅନେକ ଲୋକ ଚା’ ବନାଇବା ପରେ ଚା’ପତିଙ୍କୁ ପିଙ୍ଗି ଦେଇଥାଆନ୍ତି। କିନ୍ତୁ ଏହି ଚା’ପତିରେ ବି ଅନେକ ଉପକାରିତା ଗୁଣ ରହିଛି।

ଚାହା ପତିରେ ଆଣ୍ଟି ଅକ୍ସିଡାଣ୍ଟ ମିଳିଥାଏ। କୈାଣସି କାରଣରୁ ଯଦି ଖଣ୍ଡିଆ ହୋଇଯାଉଛି ତେବେ ଉକ୍ତ ସ୍ଥାନରେ ଚା’ ପତିର ଲେପ ଦେଇ ଦେଲେ ଆରାମ ମିଳିଥାଏ।

ଚାହା ପତିର ପାଣି ଏକ ଲାଭଦାୟକ କଣ୍ଡିସନର ହୋଇଥାଏ। ଚାହା ପତିକୁ ଧୋଇ ଆଉଥରେ ଫୁଟାଇ ଦିଅନ୍ତୁ। ଏହି ପାଣିରେ କେଶକୁ ଧୁଅନ୍ତୁ। ଦେଖିବେ ଏପରି କିଛି ଦିନ କଲା ପରେ ଆପଣଙ୍କ କେଶ ସାଇନ କରିବ।

କେବଳ ଏତିକି ନୁହେଁ, ଚାହା ପତିକୁ କାଠରେ ନିର୍ମିତ ହୋଇଥିବା ଆସବାବ ପତ୍ରରେ ବି ବ୍ୟବହାର କରି ପାରିବେ। ଏଥିସହିତ କୁଣ୍ଡରେ ଲଗାଯାଇଥିବା ଗଛରେ ମଝିରେ ମଝିରେ ସାର ଦେବା ଉଚିତ୍। ସେଥିପାଇଁ ବଞ୍ଚିଥିବା ଚାହା ପତିକୁ କୁଣ୍ଡରେ ପକାଇ ଦିଅନ୍ତୁ। ଏହା ଉପଯୁକ୍ତ ସାର ଭାବେ କାମ କରିବ।

ପ୍ରସ୍ତୁତ ହୋଇଥିବା ଚାହା ପତିକୁ ଆଉ ଥରେ ପାଣିରେ ଫୁଟାନ୍ତୁ। ଏହି ପାଣି ଦ୍ବାରା ଘିଅ ଓ ତେଲ ଡବାକୁ ସଫା କରନ୍ତୁ। ଏପରି କରିବା ଦ୍ବାରା ଡବାରୁ ଦୁର୍ଗନ୍ଧ ଦୂର ହୋଇଥାଏ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe