ଏବେ ଚା’ରେ କରନ୍ତୁ ଆପଣଙ୍କ କେଶ ସାମ୍ପୁ! ଚମକିବ ଆପଣଙ୍କ କେଶ!

Advertisment
ଏବେ ଚା’ରେ କରନ୍ତୁ ଆପଣଙ୍କ କେଶ ସାମ୍ପୁ! ଚମକିବ ଆପଣଙ୍କ କେଶ!

ଯଦି ଆପଣ ଭାବୁଛନ୍ତିି ଆପଣଙ୍କ କେଶର ଚମକ ପୂର୍ବାପେକ୍ଷା କମିଯାଇଛି, ତେବେ ଚିନ୍ତା କରିବାର କୌଣସି କାରଣ ନାହିଁ। କାହିଁକିନା ଆଜି ଆମେ ଆପଣଙ୍କୁ ଏଥିରୁ ମୁକ୍ତି ପାଇବାକୁ ଏପରି ଏକ ଉପାୟ ବିଷୟରେ ଜଣାଇବୁ,ଯେଉଁଥିପାଇଁ ଆପଣଙ୍କୁ ଅଧିକ ପରିଶ୍ରମ କରିବାକୁ ପଡ଼ିବନି। ସହଜରେ ଆପଣଙ୍କ କେଶ ଚମକି ଉଠିବ।

ଚା’ଯେ କେବଳ ପିଇବା ପାଇଁ ବ୍ୟବହାର ହୋଇଥାଏ ତାହା ନୁହେଁ ବରଂ ଏହାର ବ୍ୟବହାର
ଦ୍ୱାରା ଚମକହୀନ କେଶ ମଧ୍ୟ ଚମକିବାକୁ ଲାଗେ! ଆସନ୍ତୁ ଜାଣିବା ଚା’ପତି ଦ୍ୱାରା କେମିତି କେଶକୁ ଚମକାଇବେ।

ପ୍ରଥମତଃ ଆପଣ ଗୋଟିଏ ପାତ୍ରରେ ୨ କପ୍‌ ପାଣି ନିଅନ୍ତୁ। ଏହାପରେ ଆପଣ ଏହାକୁ ଫ୍ରିଜ୍‌ରେ ରଖିଦେଇ,ଏଥିରେ ଅଳ୍ପ ପରିମାଣର ଗୋଲାପ ଜଳକୁ ମିଶ୍ରଣ କରନ୍ତୁ। ଏହାପରେ ଗୋଲାପ ଜଳ ମିଶ୍ରିତ ଏହି ପାଣିରେ ଆପଣ ଆପଣଙ୍କ ଘରେ ପ୍ରସ୍ତୁତ ହୋଇଥିବା ‘ବ୍ଲାକ୍‌ ଟି’(ନାଲି ଚା’)କୁ ମିଶାଇ ଦେଇ ଏଥିରେ ୧/୪ ଚାମଚ ପରିମାଣର ସାମ୍ପୁକୁ ମିଶ୍ରଣ କରନ୍ତୁ। ଏହାପରେ ଆପଣ ସମସ୍ତ ସାମଗ୍ରୀକୁ ଭଲଭାବରେ ମିଶ୍ରଣ କରି ୧୫ମିନିଟ୍‌ ପର୍ଯ୍ୟନ୍ତୁ ରଖିଦିଅନ୍ତୁ।ଏହାକୁ ଆପଣଙ୍କ କେଶରେ ଲଗାଇ ୧୦ ମିନିଟ୍‌ ପର୍ଯ୍ୟନ୍ତ ରଖି ସାମ୍ପୁ କରିଦିଅନ୍ତୁ। ଦେଖିବେ ଏପରି ଅଭ୍ୟାସ ଦ୍ୱାରା ଧୀରେ ଧୀରେ କେଶ ଚମକି ଉଠିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe