ଟେଡ଼ି ବିୟର ଶିଶୁଙ୍କ ସ୍ୱାସ୍ଥ୍ୟ ପ୍ରତି ହାନିକାରକ

Advertisment
ଟେଡ଼ି ବିୟର ଶିଶୁଙ୍କ ସ୍ୱାସ୍ଥ୍ୟ ପ୍ରତି ହାନିକାରକ

Everyday Family

ନୂଆଦିଲ୍ଲୀ : ଶିଶୁ ଠାରୁ ଆରମ୍ଭ କରି ମହିଳାମାନଙ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ ଟେଡ଼ି ଭାରି ପସନ୍ଦ ଥାଏ। ଶିଶୁମାନଙ୍କୁ ଟେଡ଼ି ଏତେ ପସନ୍ଦ ଥାଏ ଯେ ସେମାନେ ଘର ହେଉ ବା ବାହାର ନିଜ ସାଙ୍ଗରେ ଟେଡ଼ି ଧରି ବୁଲିବା ପାଇଁ ପସନ୍ଦ କରିଥାନ୍ତି। ଏପରି କି ଖାଇବାଠାରୁ ଶୋଇବା ପର୍ଯ୍ୟନ୍ତ ଶିଶୁମାନେ ପାଖରେ ଥାଏ ଟେଡ଼ି ବିୟର । ହେଲେ ଏକ ଗବେଷଣାରୁ ଜଣାପଡ଼ିଛି ଯେ ଟେଡ଼ି ବିୟର ଶିଶୁମାନଙ୍କ ସ୍ୱାସ୍ଥ୍ୟ ପ୍ରତି ହାନିକାରକ ହୋଇଥାଏ। ୮୦ ପ୍ରତିଶତ ଟେଡ଼ି ବିୟରରେ ମଧ୍ୟରେ ମାରାତ୍ମକ ବ୍ୟାକ୍ଟେରିଆ ରହିଥାଏ। ତେବେ ଆସନ୍ତୁ ଜାଣିବା ଏହା ବିଷୟରେ ବିସ୍ତାରରେ ।

publive-image picwallz.com

ଟେଡ଼ି ବିୟରରେ ଥିବା ଜୀବାଣୁ ଦ୍ୱାରା ଶିଶୁମାନଙ୍କୁ ଝାଡ଼ାବାନ୍ତି ଭଳି ରୋଗ ହୋଇଥାଏ । ୯୦ ପ୍ରତିଶତ ଟେଡ଼ି ବିୟରରେ ଧୂଳି ଓ ଜୀବାଣୁ ଲାଗି ରହିଥାଏ । ୪ ଟି ମଧ୍ୟରୁ ୩ ଟେଡ଼ି ବିୟରକୁ ସଫା କରାଯାଉ ନଥିବା ଗବେଷଣାରୁ ଜଣାପଡ଼ିଛି ।

publive-image Time and Date

ଏହି ଜୀବାଣୁମାନଙ୍କ କବଳରୁ ଶିଶୁମାନଙ୍କୁ ରକ୍ଷା କରିବା ପାଇଁ ଟେଡ଼ି ବିୟରକୁ ଆଣ୍ଟି ବ୍ୟାକ୍ଟିରିଆ କ୍ଲିଞ୍ଜର କିମ୍ବା ଡ଼ିଟରଜେଣ୍ଟରେ ସଫା କରି ବ୍ୟବହାର କରିପାରିବେ । କୌଣସି କପଡ଼ା ସହ ମିଶାଇ ଟେଡ଼ି ବିୟରକୁ ନ ଧୋଇ ଅଲଗା ସଫା କରନ୍ତୁ ।

publive-image Today I Found Out

ଏହା ଦ୍ୱାରା ଅନ୍ୟ କପଡ଼ାରେ ଲାଗିଥିବା ବ୍ୟାକ୍ଟେରିଆ ଟେଡ଼ିରେ ଲାଗି ନଥାଏ । ଶିଶୁ ଖେଳୁଥିବା ଟେଡ଼ି ବିୟରକୁ ପ୍ରତିଦିନ ଓଦା କପଡ଼ାରେ ସଫା କରନ୍ତୁ ଫଳରେ ଏଥିରେ ଲାଗିଥିବା ଜୀବାଣୁ ସଫା ହୋଇଯାଇଥାଏ । ଯାହା ପିଲମାନଙ୍କୁ ସୁସ୍ଥ ରଖିବାରେ ସହାୟକ ହୋଇଥାଏ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe