Testosterone: ଟେଷ୍ଟୋ‌ଷ୍ଟେରୋନ୍‌ ସ୍ତର ବଜାୟ ରଖିବେ କିପରି? ଏଥିପାଇଁ କିଛି ସହଜ ଉପାୟ....

Advertisment

ଆମ ଶରୀର ଦ୍ବାରା ସଂପନ୍ନ ଯୌନ କ୍ରିୟା, ଅସ୍ଥି ସ୍ବାସ୍ଥ୍ୟ, ମାନସିକ ସ୍ଥିରତା, ମାଂସପେଶୀ ବୃଦ୍ଧି ଏବଂ ଲୋହିତ ରକ୍ତକଣିକା ସୃଷ୍ଟି ପରି ବହୁବିଧ କାର୍ଯ୍ୟ ପାଇଁ ଟେଷ୍ଟୋ‌େଷ୍ଟରୋନ୍‌ ହରମୋନ୍‌ ସ୍ତର ସନ୍ତୁଳିତ ରହିବା ଦରକାର।

ଆମ ଶରୀର ଦ୍ବାରା ସଂପନ୍ନ ଯୌନ କ୍ରିୟା, ଅସ୍ଥି ସ୍ବାସ୍ଥ୍ୟ, ମାନସିକ ସ୍ଥିରତା, ମାଂସପେଶୀ ବୃଦ୍ଧି ଏବଂ ଲୋହିତ ରକ୍ତକଣିକା ସୃଷ୍ଟି ପରି ବହୁବିଧ କାର୍ଯ୍ୟ ପାଇଁ ଟେଷ୍ଟୋ‌େଷ୍ଟରୋନ୍‌ ହରମୋନ୍‌ ସ୍ତର ସନ୍ତୁଳିତ ରହିବା ଦରକାର।

how_to_boost_testosterone_naturally_with_food_480x480

Photograph: (google)

ଆମ ଶରୀର ଦ୍ବାରା ସଂପନ୍ନ ଯୌନ କ୍ରିୟା, ଅସ୍ଥି ସ୍ବାସ୍ଥ୍ୟ, ମାନସିକ ସ୍ଥିରତା, ମାଂସପେଶୀ ବୃଦ୍ଧି ଏବଂ ଲୋହିତ ରକ୍ତକଣିକା ସୃଷ୍ଟି ପରି ବହୁବିଧ କାର୍ଯ୍ୟ ପାଇଁ ଟେଷ୍ଟୋ‌ଷ୍ଟେରୋନ୍‌ ହରମୋନ୍‌ ସ୍ତର ସନ୍ତୁଳିତ ରହିବା ଦରକାର। ମାତ୍ର ତ୍ରୁଟିପୂର୍ଣ୍ଣ ଜୀବନଚର୍ଯ୍ୟା ଓ ଅସ୍ବାସ୍ଥ୍ୟକର ଖାଦ୍ୟଶୈଳୀ ଆପଣେଇବା ଆଦି କାରଣରୁ ଏହି ସ୍ତର ବଜାୟ ରହିପାରେନାହିଁ। ସୁତରାଂ ଯେଉଁ ସବୁ କାର୍ଯ୍ୟରେ ଟେଷ୍ଟୋ‌ଷ୍ଟେରୋନ୍‌ର ଭୂମିକା ରହିଛି, ସେସବୁରେ ଅହେତୁକ ବ୍ୟତିକ୍ରମ ଦେଖାଦେବା ସହ ଜୀବନ ନିରସ ହୋଇପଡ଼େ। ତେଣୁ ଶରୀରର ଟେଷ୍ଟୋ‌ଷ୍ଟେରୋନ୍‌ ସ୍ତର ବଜାୟ ରଖିବା ପାଇଁ କିଛି ସହଜ ଉପାୟ ସମ୍ପର୍କରେ ଜାଣିବା।

ଆହୁରି ପଢ଼ନ୍ତୁ: ଘରେ ତିଆରି କରନ୍ତୁ ଅର୍ଗାନିକ୍‌ କାଜଲ

  • ଅତି ମାତ୍ରାରେ ପ୍ରକ୍ରିୟାକୃତ ଖାଦ୍ୟ, ଅଧିକ ଶର୍କରାଯୁକ୍ତ ଖାଦ୍ୟ, ସୋୟା, ଫ୍ଲାକ୍ସସିଡ୍‌, ମଦ୍ୟ, ମିଣ୍ଟ ପରି କିଛି ଖାଦ୍ୟ ଶରୀରର ଟେଷ୍ଟୋ‌ଷ୍ଟେରୋନ୍‌ ସ୍ତର ଉପରେ ନକାରାତ୍ମକ ପ୍ରଭାବ ପକାଇଥାଏ। ସୁତରାଂ ସେହି ସବୁ ଖାଦ୍ୟର ଯଥାସମ୍ଭବ କମ୍‌ ବ୍ୟବହାର କରିବା ଉଚିତ।
  • ନାନା ସ୍ବାସ୍ଥ୍ୟ ସମସ୍ୟା ଆଣୁଥିବା ମୋଟାପଣ ବା ମେଦବହୁଳତାର ଟେଷ୍ଟୋ‌ଷ୍ଟେରୋନ୍‌ ସ୍ତର ହ୍ରାସ କରିଦେଇଥାଏ। ତେଣୁ ସ୍ବାସ୍ଥ୍ୟପ୍ରଦ ଉପାୟରେ ଓଜନ କମାଇପାରିଲେ ଟେଷ୍ଟୋ‌ଷ୍ଟେରୋନ୍‌ ସ୍ତର ସ୍ବାଭାବିକ ସ୍ତରକୁ ଆଣିହେବ।
  • ଦୈନିକ ଆବଶ୍ୟକ ସମୟ ନିଦ୍ରା ନଗଲେ ଆମର ମନୋଭାବରେ ପରିବର୍ତ୍ତନ, ଓଜନବୃଦ୍ଧି, ଉଚ୍ଚ ରକ୍ତଚାପ ପରି ସମସ୍ୟା ଦେଖାଦେଇଥାଏ। ପରୋକ୍ଷରେ ଏହା ଟେଷ୍ଟୋ‌ଷ୍ଟେରୋନ୍‌ ସ୍ତରକୁ ମଧ୍ୟ ପ୍ରଭାବିତ କରିଥାଏ। ତେଣୁ ଯେତେ ବ୍ୟସ୍ତବହୁଳ ଜୀବନ କଟାଇଲେ ମଧ୍ୟ ଦୈନିକ ସାତରୁ ଆଠ ଘଣ୍ଟା ଗାଢ଼ ନିଦ୍ରା ଯିବା ଦରକାର।
  • ରକ୍ତଶର୍କରା ଓ ଉଚ୍ଚ ରକ୍ତଚାପ ଅନିୟନ୍ତ୍ରିତ ହୋଇଗଲେ ଟେଷ୍ଟୋ‌ଷ୍ଟେରୋନ୍‌ ସ୍ତର କମିଯିବାର ଯଥେଷ୍ଟ ଆଶଙ୍କା ରହିଛି। ସେହିପରି ରକ୍ତରେ କୋଲେଷ୍ଟ୍ରୋଲ୍‌ ସ୍ତର ବଢ଼ିଗଲେ ମଧ୍ୟ ଅନୁରୂପ ଭାବେ ଟେଷ୍ଟୋ‌ଷ୍ଟେରୋନ୍‌ ସ୍ତର କମିଯାଏ। ତେଣୁ ତନ୍ତୁଯୁକ୍ତ ତଥା ସବୁଜ ପନିପରିବା ଓ ଫଳମୂଳ ପରି ସନ୍ତୁଳିତ ଖାଦ୍ୟ ଖାଇଲେ କୋଲେଷ୍ଟ୍ରଲ୍‌ ସ୍ତର କମିବା ସହ ଟେଷ୍ଟୋ‌ଷ୍ଟେରୋନ୍‌ ସ୍ତର ବଢ଼ିପାରିବ। 

ଆହୁରି ପଢ଼ନ୍ତୁ: ମନୋଜ କୁମାର ବେହେରାଙ୍କ ଅନୁଦିତ ଗଳ୍ପ ‘ସ୍ୱପ୍ନରେ ଈଶ୍ୱରଙ୍କ ଦର୍ଶନ’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe