କୋଭିଡ୍‌ ଭୂତାଣୁ: ୬୧୩ ଦିନରେ ୫୦ରୁ ଅଧିକ ରୂପାନ୍ତର

କୋଭିଡ୍‌ ଭୂତାଣୁ: ୬୧୩ ଦିନରେ ୫୦ରୁ ଅଧିକ ରୂପାନ୍ତର

ନେଦରଲାଣ୍ଡର ଗବେଷକମାନେ ନିକଟରେ ବିଶ୍ବର ସବୁଠୁ ଦୀର୍ଘସ୍ଥାୟୀ ସାର୍ସ-କୋଭ୍‌-୨ ସଂକ୍ରମଣ ବାବଦରେ ସୂଚନା ଦେଇଛନ୍ତି। କୋଭିଡ୍‌-୧୯ରେ ପୀଡ଼ିତ ଉକ୍ତ ବ୍ୟକ୍ତିଙ୍କୁ ସାର୍ସ-କୋଭ୍‌-୨ ଭୂତାଣୁ ଦୀର୍ଘ ୬୧୩ ଦିନ ଧରି ସଂକ୍ରମିତ କରି ରଖିବା ସହ ୫୦ରୁ ଅଧିକ ଥର ନୂତନ ରୂପ ନେଇଥିବା ଜଣାଯାଇଛି। ପୂରା ପରିଚୟ ପ୍ରଘଟ କରାଯାଇ ନଥିବା ଏହି ୭୨ ବର୍ଷୀୟ ବ୍ୟକ୍ତି ଜଣକ ୨୦୨୨ ମସିହାରେ ସାର୍ସ-କୋଭ୍‌-୨ର ଅନ୍ୟତମ ରୂପାନ୍ତର ‘ଓମିକ୍ରନ୍‌’ ଦ୍ବାରା ସଂକ୍ରମିତ ହୋଇଥିଲେ। ଏକାଧିକ କୋଭିଡ୍‌ ଟିକା ନେଇ ମଧ୍ୟ ତାଙ୍କଠାରେ ରୋଗ ପ୍ରତିରୋଧକ ଶକ୍ତିର ଘୋର ଅଭାବ ପରିଲକ୍ଷିତ ହୋଇଥିଲା ଏବଂ ୬୧୩ ଦିନ ପରେ ଗତବର୍ଷ ଅକ୍‌ଟୋବର ମାସରେ ତାଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଥିଲା। ପୂର୍ବରୁ କୋଭିଡ୍‌ ସଂକ୍ରମଣର ଅନ୍ୟତମ ଦୀର୍ଘସ୍ଥାୟୀ ମାମଲା ବାବଦରେ ଜଣାଥିବା ବେଳେ ଏହା ହିଁ ହେଉଛି ସବୁଠୁ ଦୀର୍ଘସ୍ଥାୟୀ ବୋଲି ସ୍ପଷ୍ଟ ହୋଇଛି।

ପ୍ରାୟ କୋଡ଼ିଏ ମାସରୁ ଅଧିକ କାଳ ଧରି ସଂକ୍ରମିତ ଥିବା ଉକ୍ତ ବୃଦ୍ଧଙ୍କ ଠାରେ ସଂକ୍ରମଣ କମାଇବା ପାଇଁ ଡାକ୍ତରମାନେ ନାନା ପ୍ରୟାସ କରିଥିଲେ ହେଁ ତାହା କାମ କରିନଥିଲା। ସାଧାରଣତଃ ସାର୍ସ-କୋଭ୍‌-୨ ଭୂତାଣୁ ଦ୍ବାରା ସଂକ୍ରମିତ ବ୍ୟକ୍ତି ଚିକିତ୍ସାରେ ରହିଲେ କିଛି ଦିନ ବା କିଛି ସପ୍ତାହ ପରେ ଭୂତାଣୁମୁକ୍ତ ହୋଇଯାଇଥା’ନ୍ତି। ମାତ୍ର ଏହି ବୃଦ୍ଧଙ୍କ ମାମଲା ସଂପୂର୍ଣ୍ଣ ନିଆରା ଥିଲା। ତାଙ୍କ ଠାରେ କୋଭିଡ୍‌-୧୯ର ଉପଚାର ପାଇଁ ବ୍ୟବହୃତ ‘ସୋତ୍ରୋଭିମାବ’ ନାମକ ଆଣ୍ଟିବଡି ପ୍ରୟୋଗର ୨୧ ଦିନ ପରେ ତାଙ୍କ ଶରୀରରେ ଥିବା କରୋନାଭୂତାଣୁ ତାହା ପ୍ରତି ସହନଶୀଳ ହୋଇଯାଇଥିଲା। ଉକ୍ତ ସଂକ୍ରମଣ ଅବଧି ଭିତରେ ଡାକ୍ତରମାନେ ତାଙ୍କଠାରୁ ନିୟମିତ ରକ୍ତ ନମୁନା ସଂଗ୍ରହ କରି ଭୂତାଣୁର ଜୈବିକ ସଂରଚନା ଅଧ୍ୟୟନ କରିଥିଲେ। ସେଥିରୁ ଜଣାପଡ଼ିଥିଲା ଯେ, ମୂଳ କରୋନାଭୁତାଣୁର ‘ଓମିକ୍ରନ୍‌ ବିଏ୧’ ପ୍ରଜାତି ଉକ୍ତ ବୃଦ୍ଧଙ୍କ ଶରୀରରେ ୫୦ରୁ ଅଧିକ ଥର ରୂପ ବଦଳାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe