ଚିନିଯୁକ୍ତ ପାନୀୟର ଘାତକ ଗୁଣ

Advertisment

ଆମର ତୃଷା ନିବାରଣ ସହିତ ମନରେ କ୍ଷୁଧାଭାବ ଜାଗ୍ରତ କରିବା ପାଇଁ ବିଭିନ୍ନ ପ୍ରକାର ସୋଡ଼ା ଓ ଶକ୍ତିବର୍ଦ୍ଧକ ପାନୀୟ ବଜାରରେ ଉପଲବ୍‌ଧ। ମସ୍ତିଷ୍କର ଆନନ୍ଦ କେନ୍ଦ୍ରକୁ ଉତ୍‌ପ୍ରେରିତ କରିବା ପାଇଁ ସେଗୁଡ଼ିକୁ ମାତ୍ରାଧିକ ମଧୁମିଶ୍ରିତ କରାଯାଇଥାଏ।

ଆମର ତୃଷା ନିବାରଣ ସହିତ ମନରେ କ୍ଷୁଧାଭାବ ଜାଗ୍ରତ କରିବା ପାଇଁ ବିଭିନ୍ନ ପ୍ରକାର ସୋଡ଼ା ଓ ଶକ୍ତିବର୍ଦ୍ଧକ ପାନୀୟ ବଜାରରେ ଉପଲବ୍‌ଧ। ମସ୍ତିଷ୍କର ଆନନ୍ଦ କେନ୍ଦ୍ରକୁ ଉତ୍‌ପ୍ରେରିତ କରିବା ପାଇଁ ସେଗୁଡ଼ିକୁ ମାତ୍ରାଧିକ ମଧୁମିଶ୍ରିତ କରାଯାଇଥାଏ।

sfff

ଆମର ତୃଷା ନିବାରଣ ସହିତ ମନରେ କ୍ଷୁଧାଭାବ ଜାଗ୍ରତ କରିବା ପାଇଁ ବିଭିନ୍ନ ପ୍ରକାର ସୋଡ଼ା ଓ ଶକ୍ତିବର୍ଦ୍ଧକ ପାନୀୟ ବଜାରରେ ଉପଲବ୍‌ଧ। ମସ୍ତିଷ୍କର ଆନନ୍ଦ କେନ୍ଦ୍ରକୁ ଉତ୍‌ପ୍ରେରିତ କରିବା ପାଇଁ ସେଗୁଡ଼ିକୁ ମାତ୍ରାଧିକ ମଧୁମିଶ୍ରିତ କରାଯାଇଥାଏ। ଏଭଳି ପାନୀୟରେ ପୋଷକ ତତ୍ତ୍ବ ଅତ୍ୟନ୍ତ ନ୍ୟୂନ ରହିଥାଏ; ସେଗୁଡ଼ିକୁ ଅଭ୍ୟାସଗତ ଭାବେ ପାନ କରିବା ଦ୍ବାରା ଦନ୍ତକ୍ଷୟ, ମେଦବହୁଳତା, ଟାଇପ୍‌-୨ ମଧୁମେହ ଓ ହୃଦ୍‌ରୋଗ ପରି ସ୍ବାସ୍ଥ୍ୟ ସମସ୍ୟାକୁ ଆମନ୍ତ୍ରଣ କରିବା ସାର ହେବ ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ସତର୍କ କରାଇ ଦେଇଛନ୍ତି। 

ଆମେରିକାର ଟଫ୍‌ଟସ୍‌ ବିଶ୍ବବିଦ୍ୟାଳୟର ବିଶେଷଜ୍ଞମାନଙ୍କ ଅନୁଧ୍ୟାନ ଅନୁଯାୟୀ, ଚିନିଯୁକ୍ତ ମଧୁର ପାନୀୟ ପିଇ ସାରା ବିଶ୍ବରେ ପ୍ରତିବର୍ଷ ପ୍ରାୟ ୧୨ ଲକ୍ଷ ଲୋକ ହୃଦ୍‌ରୋଗ ଓ ୨୨ ଲକ୍ଷ ଲୋକ ଟାଇପ୍‌-୨ ମଧୁମେହ ରୋଗୀ ତାଲିକାଭୁକ୍ତ ହେଉଛନ୍ତି। ଏଥିଯୋଗୁଁ ବର୍ଷକୁ ୮୦ ହଜାର ଲୋକଙ୍କର ଟାଇପ୍‌-୨ ମଧୁମେହରେ ଏବଂ ୨ ଲକ୍ଷ ୫୮ ହଜାର ଲୋକଙ୍କର ହୃଦ୍‌ରୋଗରେ ମୃତ୍ୟୁ ଘଟୁଛି। ସତେତନତା ଯୋଗୁଁ କିଛି ବିକଶିତ ରାଷ୍ଟ୍ରରେ ମଧୁର ପାନୀୟର ଚାହିଦା କମି ଆସିଛି, ତେବେ ଭାରତ ପରି ବିକାଶଶୀଳ ରାଷ୍ଟ୍ରଗୁଡ଼ିକରେ ଚାହିଦା ବଢ଼ିବା ସହ ବିପଜ୍ଜନକ ପରିଣତି ମଧ୍ୟ ଦେଖିବାକୁ ମିଳୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe