ଅସଲ ବିଜେତାଙ୍କ ହାତରେ ଓସ୍କାର୍ ଟ୍ରଫି

ଅସଲ ବିଜେତାଙ୍କ ହାତରେ ଓସ୍କାର୍ ଟ୍ରଫି

ଚଳିତବର୍ଷ ଶ୍ରେଷ୍ଠ କ୍ଷୁଦ୍ର ବୃତ୍ତଚିତ୍ର ଭାବେ ଓସ୍କାର ପୁରସ୍କାର ଲାଭ କରିଥିବା ‘ଦି ଏଲିଫେଣ୍ଟ ହ୍ବିସ୍‌ପରର୍ସ’ର ଦୁଇ ଭାରତୀୟ ତାରକା (ଏକଦା ଅନାମଧେୟ ଥିବା) ବୋମ୍ମନ ଓ ବେଲିଙ୍କ ପାଖରେ ସେହି ବିରଳ ଓସ୍କାର ଟ୍ରଫି ପହଞ୍ଚିଛି। ବୋମ୍ମନ ଓ ବେଲି ଓସ୍କାର ଟ୍ରଫି ଧରିଥିବାର ଦୃଶ୍ୟକୁ ନିର୍ଦ୍ଦେଶକ କାର୍ତ୍ତିକୀ ଗଞ୍ଜାଲ୍‌ବିସ ନିଜର ଇନ୍‌ଷ୍ଟାଗ୍ରାମ ପୃଷ୍ଠାରେ ଛାଡ଼ିଲା ପରେ ଅନୁଗାମୀମାନେ ଶ୍ରଦ୍ଧା ଓ ଶୁଭକାମନା ବରଷି ଚାଲିଛନ୍ତି। ତାହାକୁ ଛୁଇଁ ସେମାନଙ୍କ ମୁହଁରେ ଭାସି ଆସିଥିବା ନିଷ୍କପଟ ହସ ଏବେ ସଭିଙ୍କୁ ମୁଗ୍‌ଧ କରିଛି। ଟ୍ରଫିଟି ସେମାନଙ୍କ ହାତରେ ଶୋଭା ପାଇବା ପରେ ସିନେପ୍ରେମୀମାନେ ଉଭୟଙ୍କୁ ସେହି ଓସ୍କାର ପୁରସ୍କାରର ଅସଲ ବିଜେତା ବୋଲି କହୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe