ଜଣା-ଅଜଣା : ପୃଥିବୀର ଏହି ସବୁ ଅଞ୍ଚଳରେ ସାପ ଦେଖାଯା’ନ୍ତି ନାହିଁ

ଜଣା-ଅଜଣା : ପୃଥିବୀର ଏହି ସବୁ ଅଞ୍ଚଳରେ ସାପ ଦେଖାଯା’ନ୍ତି ନାହିଁ

Scroll.in

ଥିବୀର ସବୁଠୁ ଭୟାଳୁ ପ୍ରାଣୀ ସାପକୁ ହିଂସ୍ର ଭାବି ଅଧିକାଂଶ ଲୋକ ଭୟ କରିଥା’ନ୍ତି। ତେବେ ଆୟର୍ଲାଣ୍ଡ, ଆଇସଲାଣ୍ଡ ଓ ନ୍ୟୁଜିଲାଣ୍ଡ ସମେତ ପୃଥିବୀର ଉଭୟ ମେରୁ ଅଞ୍ଚଳରେ ସେହି ଭୟ ନାହିଁ। କାରଣ ସେଠାରେ ସାପ ଦେଖାଯା’ନ୍ତି ନାହିଁ। ଅନେକଙ୍କ ପାଇଁ ଚିତ୍ତାକର୍ଷକ ମନେ ହେଉଥିବା ଏହି ସରୀସୃପ ନିଜ ଉପରକୁ ବିପଦ ଆସିଲେ ହିଁ ପ୍ରତିରକ୍ଷା ସ୍ବରୂପ ଦଂଶନ କରିଥାଏ। ତେବେ ଆଦିମ କାଳରେ ସାପ ନିଜ ଗୋଡ଼ରେ ଚାଲୁଥିବା ବେଳେ ଏହା ଅନ୍ୟ ପ୍ରାଣୀଙ୍କ ଠାରୁ ନିଜକୁ ଲୁଚାଇ ରଖିବା ଲାଗି ବାରମ୍ବାର ଛପିଯିବାକୁ ପସନ୍ଦ କରୁଥିଲା। ଫଳରେ ବିବର୍ତ୍ତନ କ୍ରିୟା ଯୋଗୁଁ ତା’କୁ ଗୋଡ଼ ହରାଇବାକୁ ପଡ଼ିଥିଲା ଏବଂ ଘୁଷୁରି ଘୁଷୁରି ଗତି କରିବା ତାହାର ଅଭ୍ୟାସରେ ପରିଣତ ହୋଇଛି।

publive-image Live Science

ସର୍ପ ବିଶେଷଜ୍ଞମାନେ ୭୨୫ ପ୍ରଜାତିର ବିଷଧର ସାପ ଚିହ୍ନଟ କରିଥିବା ବେଳେ ସେଥିରୁ ମାତ୍ର ୨୫୦ ପ୍ରଜାତି ମନୁଷ୍ୟ ପାଇଁ ଘାତକ। ସାପର ଗୋଟିଏ ଦଂଶନ ମଣିଷକୁ ମୃତ୍ୟୁମୁଖରେ ପକାଇବା ଲାଗି ଯଥେଷ୍ଟ। ସାପର ମୁଣ୍ଡ କଟିଗଲେ, ତାହା କ୍ଷତି କରିପାରିବନି ବୋଲି ଅନେକ ଭାବନ୍ତି। ମାତ୍ର ବାସ୍ତବରେ ଏହାର କଟାମୁଣ୍ଡ ମଧ୍ୟ ଦଂଶନ କରିପାରେ ଏବଂ ଜଣକ ମୃତ୍ୟୁ ପାଇଁ ଯଥେଷ୍ଟ ବିଷ ନିର୍ଗତ କରିପାରେ। ବେଳେ ବେଳେ ସାପ-ନେଉଳ ଲଢ଼େଇ କଥା ଆମେ ଶୁଣିବାକୁ ପାଉ। ତେବେ ବାସ୍ତବରେ ନେଉଳ ହେଉଛି ଏପରି ଏକ ପ୍ରାଣୀ ଯାହା ଦେହରେ ସର୍ପବିଷ ଆଦୌ କାମ କରେନାହିଁ। ପ୍ରାୟ ପାଞ୍ଚ ପ୍ରକାରର ସାପ ଅଛନ୍ତି ଯେଉଁମାନେ ଉଡ଼ିପାରନ୍ତି। ଏପରିକି କୌଣସି ଡାଳରୁ ନଡେଇଁ ଭୂଇଁରୁ ମଧ୍ୟ ସେମାନେ ସିଧାସଳଖ ଶହେ ମିଟର ଉଚ୍ଚ ଯାଏ ଉଡ଼ିପାରନ୍ତି। ସତୁରି ପ୍ରତିଶତ ସାପ ପ୍ରଜାତି ଅଣ୍ଡା ଦେଇଥା’ନ୍ତି ଏବଂ ପ୍ରାୟ ଥଣ୍ଡା ଅଞ୍ଚଳରେ ବାକି ସାପଗୁଡ଼ିକ ଛୁଆ ଜନ୍ମ ଦେଇଥା’ନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe