ଆମର ଏହି ୫ଟି ଭୁଲ ଶରୀରରୁ ଉର୍ଜାକୁ କରିଥାଏ କମ

ଆମର ଏହି ୫ଟି ଭୁଲ ଶରୀରରୁ ଉର୍ଜାକୁ କରିଥାଏ କମ

ISRAEL21c

ମହିଳା ହୁଅନ୍ତୁ ଅବା ପୁରୁଷ, ସମସ୍ତଙ୍କୁ ଘର କାମ ଠାରୁ ଆରମ୍ଭ କରି ଅଫିସ କାମ ପର୍ଯ୍ୟନ୍ତ ସବୁ କାମ କରିବାକୁ ପଡ଼ିଥାଏ । ଯାହା ପାଇଁ ଶରୀର ଅଧିକ ଶକ୍ତି ବା ଉର୍ଜା ଦରକାର କରିଥାଏ । କିନ୍ତୁ ଦୈନଦିନ ଜୀବନରେ ଲୋକମାନେ କରୁଥିବା ଏହି ସବୁ ଭୁଲ ପାଇଁ ସେମାନଙ୍କ ଶରୀରରୁ ଶକ୍ତି କମିବାକୁ ଲାଗିଥାଏ । ଆସନ୍ତୁ ଜାଣିବା ସେ ବିଷୟରେ...

୧. ଯେତେବେଳେ ଲୋକମାନଙ୍କର ନିଦ ପୂରା ହୋଇ ନଥାଏ, ସେତେବେଳେ ସେମାନେ ଥକିଯିବା ଭଳି ଅନୁଭବ କରିଥାନ୍ତି । ସେଥିପାଇଁ ପ୍ରତିଦିନ୬-୭ଘଣ୍ଟା ଶୋଇବା ପାଇଁ ଚେଷ୍ଟା କରନ୍ତୁ । ଏପରି କରିବା ଦ୍ୱାରା ଆପଣଙ୍କ ଶରୀରକୁ ଶକ୍ତି ମିଳିବା ସହ ଶରୀର ସୁସ୍ଥ ରହିଥାଏ ।

publive-image Cleveland Clinic Health Essentials

୨. କୌଣସି କଥାକୁ ନେଇ ବେଶି ଚିନ୍ତା କରିବା ଦ୍ୱାରା ଆପଣ ଧିରେ ଧିରେ ଦୁର୍ବଳ ହେବାକୁ ଲାଗିବେ । କୌଣସି କାମ କରିବାକୁ ଇଚ୍ଛା ନ ହେବା ସହ ଶରୀରକୁ ଠିକ ଭାବରେ ଶକ୍ତି ମିଳି ପାରିବ ନାହିଁ । ସେଥିପାଇଁ ସକାଳୁ ଉଠି ପ୍ରତିଦିନ ଯୋଗ କରନ୍ତୁ ।

publive-image healthywomen.org

୩. ଶରୀରରେ ଚର୍ବି ବଢ଼ିବା ଦ୍ୱାରା ଲୋକେ ଧିରେ ଧିରେ ଅଳସୁଆ ହେବାକୁ ଲାଗିଥାନ୍ତି । କୌଣସି କାମ କରିବାକୁ ମନ ହୋଇ ନଥାଏ । ଏଭଳି ପରିସ୍ଥିତିରେ ପ୍ରତିଦିନ ବ୍ୟାୟାମ କରି ନିଜକୁ ସୁସ୍ଥ ରଖିବାକୁ ଚେଷ୍ଟା କରନ୍ତୁ ।

୪. ଜଙ୍କ ଫୁଡ୍‌ ବା ତୈଳଯୁକ୍ତ ଖାଦ୍ୟ ଅଧିକ ଖାଇବା ଦ୍ୱାରା ଶରୀରର ଉର୍ଜା ଧିରେ ଧିରେ କମ ହେବାକୁ ଲାଗିଥାଏ । ଏଥିରେ ଥିବା ବ୍ୟାକ୍ଟେରିଆ ଏବଂ ଜୀବାଣୁ ଶରୀରକୁ ଦୁର୍ବଳ କରି ଦେଇଥାଏ ।

publive-image nari.punjabkesari.in

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe