ପେଟ ବଢ଼ିବାକୁ ରୋକିବା ପାଇଁ ଚାହୁଁଛନ୍ତି କି? ଆଜି ହିଁ ପରିତ୍ୟାଗ କରନ୍ତୁ ଏହି ୩ଟି ଖାଦ୍ୟ...

Advertisment
ପେଟ ବଢ଼ିବାକୁ ରୋକିବା ପାଇଁ ଚାହୁଁଛନ୍ତି କି? ଆଜି ହିଁ ପରିତ୍ୟାଗ କରନ୍ତୁ ଏହି ୩ଟି ଖାଦ୍ୟ...

nari.punjabkesari.in

ମୋଟାପଣ ଆଜିକାଲି ସମସ୍ତଙ୍କ ପାଇଁ ଏକ ସମସ୍ୟା ପାଲଟି ଗଲାଣି । ଅଧିକାଂଶ ଲୋକ କମ ଖାଇ ମଧ୍ୟ ମୋଟାପଣର ଶିକାର ହେଉଛନ୍ତି । ଏଥିପାଇଁ ଲୋକମାନେ ଖାଦ୍ୟପେୟରେ ନିୟନ୍ତ୍ରଣ କରି ମଧ୍ୟ ସେମାନଙ୍କୁ କୌଣସି ସୁଫଳ ମିଳୁ ନାହିଁ । କିନ୍ତୁ ଏହାର ପ୍ରକୃତ କାରଣ ହେଉଛି ଜଙ୍କ ଫୁଡ଼୍‍ । ଘର ତିଆରି ଖାଦ୍ୟ ନ ଖାଇ ଲୋକମାନେ ବାହାର ଖାଦ୍ୟ ଖାଇବାକୁ ପସନ୍ଦ କରୁଛନ୍ତି । ଯାହା ଫଳରେ ସେମାନଙ୍କ ଶରୀରର ଓଜନ ବଢ଼ିବା ସହ ପେଟ ମଧ୍ୟ ବଢ଼ୁଛି । ଆପଣମାନେ ଆପଣଙ୍କ ଅଜାଣତରେ ଏମିତି କିଛି ଜିନିଷ ଖାଇଥାନ୍ତି ଯାହାଦ୍ୱାରା ଆପଣଙ୍କ ଶରୀରର ଓଜନ ବଢ଼ିଥାଏ । ତେବେ ଆସନ୍ତୁ ଜାଣିବା ପେଟ ବଢ଼ାଉଥିବା ଏହି ଅସ୍ୱାସ୍ଥ୍ୟକର ଖାଦ୍ୟ ବିଷୟରେ...

୧. ଆଳୁ ଚିପ୍ସ ଖାଇବାକୁ ଆଜିକାଲି ସବୁ ଯୁବକ-ଯୁବତୀମାନେ ପସନ୍ଦ କରୁଛନ୍ତି । କିନ୍ତୁ ଆପଣ ଜାଣିଛନ୍ତି କି? ପେଟରେ ଚର୍ବି ବଢ଼ାଇବା ପାଇଁ ଆଳୁ ଚିପ୍ସର ଭୂମିକା ଅଧିକ । ଏଥିରେ ସାଚୁରେଟେଡ଼୍‍ ଫ୍ୟାଟ୍‌ ଏବଂ କ୍ୟାଲୋରି ରହିଥାଏ । ଯାହା ଏବ୍‌ଡ଼ୋମିନଲ ଫ୍ୟାଟ୍‌କୁ ଶୀଘ୍ର ବଢ଼ାଇଥାଏ । ଏହି ସମସ୍ୟାକୁ ଦୂର କରିବା ପାଇଁ ଆଜି ହିଁ ଆଳୁ ଚିପ୍ସ ଖାଇବା ବନ୍ଦ କରନ୍ତୁ ।

publive-image nari.punjabkesari.in

୨. ବେଳେ ବେଳେ ଲୋକମାନେ ଓଜନ କମ କରିବା ପାଇଁ ଡ଼ାଏଟ୍‌ ସୋଡ଼ା ପିଇବା ଆରମ୍ଭ କରିଥାନ୍ତି । କିନ୍ତୁ ଏହାକୁ ପିଇବା ଦ୍ୱାରା ଖୁବ୍‌ ଶୀଘ୍ର ପେଟରେ ଚର୍ବି ବଢ଼ିଥାଏ । ଡ଼ାଏଟ୍‌ ସୋଡ଼ାରେ କମ କ୍ୟାଲୋରି ଥିବା ଭାବି ଲୋକମାନେ ଏହାକୁ ପିଇଥାନ୍ତି । କିନ୍ତୁ ଏହାକୁ ଅଧିକ ପିଇବା ଦ୍ୱାରା ଶରୀରରେ କ୍ୟାଲୋରି ଜମା ହୋଇ ପେଟର ଚର୍ବିକୁ ବଢ଼ାଇଥାଏ ।

publive-image nari.punjabkesari.in

୩. ପିଜ୍ଜା ଖାଇବା ଆଜିକାଲି ସବୁ ଯୁବପିଢ଼ିଙ୍କୁ ପସନ୍ଦ । କିନ୍ତୁ ଏହାକୁ ଖାଇବା ଦ୍ୱାରା ଶରୀରର ଓଜନ ବଢ଼ିଥାଏ । ଏଥିରେ ଥିବା ସାଚୁରେଟେଡ଼୍‍ ଫ୍ୟାଟ୍‌ ପେଟର ଚର୍ବିକୁ ବଢ଼ାଇବାରେ ସାହାଯ୍ୟ କରିଥାଏ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe