ପେଟଜନିତ ସମସ୍ୟା ଥିଲେ କିଛି ସମୟ ମଧ୍ୟରେ ଠିକ୍‌ କରିଥାଏ ଏହି ୭ଟି ସୁପରଫୁଡ଼୍‍

Advertisment
ପେଟଜନିତ ସମସ୍ୟା ଥିଲେ କିଛି ସମୟ ମଧ୍ୟରେ ଠିକ୍‌ କରିଥାଏ ଏହି ୭ଟି ସୁପରଫୁଡ଼୍‍

nari.punjabkesari.in

ପରିବର୍ତ୍ତନଶୀଳ ଜୀବନଶୈଳୀ ପାଇଁ ଖାଇବା ପିଇବାରେ ମଧ୍ୟ ଠିକ୍‌ ଠିକଣା ରହୁ ନାହିଁ । ସମୟ ଅଭାବ ହେତୁ ଠିକ୍‌ ସମୟରେ ନ ଖାଇବା ବା ବାହାର ଖାଦ୍ୟ ଖାଇବା ଦ୍ୱାରା ଅନେକ ଶାରୀରିକ ସମସ୍ୟା ଦେଖା ଦେଇଥାଏ । ମୁଖ୍ୟତଃ ବାହାର ଖାଦ୍ୟ ଖାଇ ଅତ୍ୟଧିକ ଲୋକଙ୍କର ପେଟ ଖରାପ ହୋଇଥାଏ । ପାଚନକ୍ରିୟା ଖରାପ ହେବା ଦ୍ୱାରା ଖାଦ୍ୟ ଠିକ୍‌ ଭାବରେ ହଜମ ନ ହେବାରୁ ଶରୀରରୁ ଖାଦ୍ୟର ପୋଷଣ ମଧ୍ୟ ମିଳି ନଥାଏ । ଏଭଳି ସମସ୍ୟାର ସମ୍ମୁଖୀନ ଆପଣ ମଧ୍ୟ ହେଉଥିବେ । କିନ୍ତୁ ଏଭଳି ସମସ୍ୟା ହେଲେ ଆପଣ ଏହାର ସମାଧାନ ପାଇଁ ବଜାରରେ ମିଳୁଥିବା ବିଭିନ୍ନ ପ୍ରକାରର ଓଷଧ କିଣି ଖାଉଥିବେ । କିନ୍ତୁ ଆପଣ ଜାଣିଛନ୍ତି କି? ଘରେ ମିଳୁଥିବା କିଛି ସୁପରଫୁଡ଼୍‍ ମାଧ୍ୟମରେ ଆପଣ ଏହି ସମସ୍ୟାକୁ ଦୂର କରି ପାରିବେ । ଆସନ୍ତୁ ଜାଣିବା ସେ ବିଷୟରେ...

୧. ପାଚିଲା ଅମୃତଭଣ୍ଡାରେ ଥିବା ଏନ୍‌ଜାଇମ୍‌ ପ୍ରୋଟିନ୍‌ ଖାଦ୍ୟକୁ ହଜମ କରିବାରେ ସାହାଯ୍ୟ କରିଥାଏ । ଏହାକୁ ଖାଇବାର ୨୪ଘଣ୍ଟା ମଧ୍ୟରେ ଆପଣଙ୍କ ପାଚନକ୍ରିୟ ସମ୍ପୂର୍ଣ୍ଣ ଭାବରେ ଠିକ ହୋଇ ଯାଇଥାଏ ।

publive-image nari.punjabkesari.in/

୨. ଦହିରେ ଥିବା ରସାୟନିକ ପଦାର୍ଥ ଖାଦ୍ୟକୁ ହଜମ କରିବାରେ ସାହାଯ୍ୟ କରିଥାଏ । ଖାଦ୍ୟ ଖାଇବା ସମୟରେ ଯଦି ଆପଣ ଦହି ଖାଉଛନ୍ତି, ତେବେ ଏହା ଖାଦ୍ୟକୁ ତୁରନ୍ତ ହଜମ କରିବାରେ ସାହାଯ୍ୟ କରିଥାଏ । ଯଦି କେବେ ଆପଣଙ୍କ ଖାଦ୍ୟ ହଜମ ହେଉନାହିଁ ତେବେ ଗୋଟେ ପାତ୍ରରେ ଦହି ଆଣି ଖାଆନ୍ତୁ । ଏପରି କଲେ ଆପଣଙ୍କ ପେଟଜନିତ ସମସ୍ୟା ଦୂର ହେବ ।
୩. ପେଟଜନିତ ସମସ୍ୟା ଦେଖାଗଲେ ପାଣିରେ ହଳଦୀ ମିଶାଇ ପିଅନ୍ତୁ । ଏହା ସହ ଆପଣ କଞ୍ଚା ହଳଦୀକୁ ମଧ୍ୟ ସେବନ କରି ପାରିବେ ।

publive-image nari.punjabkesari.in/

୪. ଖାଦ୍ୟ ରନ୍ଧିବା ସମୟରେ ନଡ଼ିଆ ତେଲ ବ୍ୟବହାର କରନ୍ତୁ । ଏହା ଦ୍ୱାରା କେବେ ବି ଆପଣଙ୍କ ପେଟ ଜନିତ ସମସ୍ୟା ଉପୁଜିବ ନାହିଁ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe