ଏହି ସବୁ ଭୁଲ୍‌ ପାପ ପଦବାଚ୍ୟ ନୁହେଁ; ଏମିତି କ୍ଷେତ୍ରରେ ପତ୍ନୀଙ୍କ ପାଦ ଛୁଇଁଥାନ୍ତି ପତି, ମିଛ ବି ହୋଇଥାଏ ଶହେ ସତ ସହ ସମାନ!

Advertisment
ଏହି ସବୁ ଭୁଲ୍‌ ପାପ ପଦବାଚ୍ୟ ନୁହେଁ; ଏମିତି କ୍ଷେତ୍ରରେ ପତ୍ନୀଙ୍କ ପାଦ ଛୁଇଁଥାନ୍ତି ପତି, ମିଛ ବି ହୋଇଥାଏ ଶହେ ସତ ସହ ସମାନ!

ପାପ ଓ ପୂଣ୍ୟ ଦୁଇଟି ଆପେକ୍ଷିତ ତତ୍ତ୍ୱ। ଏମିତି ଗୁଡ଼ାଏ କାମ ଅଛି ଯାହାକୁ ପାପ ବୋଲି ବିବେଚନା କରାଯାଉଥିଲେ ବି ସମୟେ ସମୟେ ତାହା ପୂଣ୍ୟ ପ୍ରମାଣିତ ହୋଇଥାଏ। ସେହିପରି ପୂଣ୍ୟ ପରି ଲାଗୁଥିବା ଏମିତି ଗୁଡ଼ାଏ କଥା କୌଣସି ପାପାଠାରରୁ ବି କମ୍‌ ହୋଇନଥାଏ।

ଯେପରି ଭାରତୀୟ ସଂସ୍କୃତି ଅନୁସାରେ ପତିଙ୍କୁ ଈଶ୍ୱର ବୋଲି ବିବେଚନା କରାଯାଏ। ଯୁଗ ବଦଳିବା ପତି ସବୁବେଳେ ଜଣେ ପତ୍ନୀ ପାଇଁ ସମ୍ମାନୀୟ ହୋଇଥାନ୍ତି। ଆପଣ ଏକଥା ବି ଜାଣିଥିବେ ଯେ କୌଣସି ସମ୍ମାନସ୍ପଦ ବ୍ୟକ୍ତିଙ୍କୁ ହିନ୍ଦୁ ଧର୍ମରେ ଚରଣ ସ୍ପର୍ଶ କରିବାକୁ ଦିଆ ଯାଇନଥାଏ। ସ୍ୱାମୀ ଯେହେତୁ ଜଣେ ପତ୍ନୀ ପାଇଁ ସମ୍ମାନୀୟ ହୋଇଥାନ୍ତି ସେ ପତ୍ନୀଙ୍କ ଚରଣ ଛୁଇଁବା ଶୀର୍ଷକଟି ଆପଣଙ୍କୁ ଅଡୁଆ ଲାଗୁଥିବ ନିଶ୍ଚୟ। ମାତ୍ର ଜାଣିରଖନ୍ତୁ ଯେ ଏପରି କିଛି କ୍ଷେତ୍ରରେ ସ୍ୱାମୀ ସ୍ତ୍ରୀଙ୍କ ପାଦ ଛୁଇଁଲେ ଆଦୌ ବି ପାପ ଲାଗିନଥାଏ।

publive-image

ହିନ୍ଦୁ ବିଭାଘରରେ ବେଦୀ ଉପରେ ପତି ପତ୍ନୀଙ୍କୁ ପାଦ ଛୁଇଁବାର ରୀତି ରହିଛି। ବିଶେଷ କରି ବ୍ରାହ୍ମଣ ବିବାହରେ ଏହି ରୀତି ଦେଖିବାକୁ ମିଳେ। ବେଦୀ ଉପରେ ପତି ତାଙ୍କ ପତ୍ନୀଙ୍କ ପାଦ ଛୁଇଁ କ୍ଷମା ପ୍ରାର୍ଥନା କରନ୍ତି। କାଳେ ପୂର୍ବ ଜନ୍ମରେ ତାଙ୍କ ପତ୍ନୀ ତାଙ୍କର ମାଆ, ଭଉଣୀ କିମ୍ବା ଅନ୍ୟ କୌଣସି ସଂପର୍କର ହୋଇଥିବେ ସେଥିପାଇଁ ସେ ପ୍ରଥମେ ତାଙ୍କୁ କ୍ଷମା ମାଗି ପତ୍ନୀ ରୂପେ ବରଣ କରନ୍ତି।

ଯଦି ପତ୍ନୀଙ୍କର ଶରୀର ଅସୁସ୍ଥ ଥାଏ। ସେ ତାଙ୍କ ପତିଙ୍କୁ ଆବଶ୍ୟକ ମନେ କରୁଥାନ୍ତି। ସେହି ସମୟରେ ପତ୍ନୀଙ୍କ ଯତ୍ନ ନେବାକୁ ଯାଇ ଆବଶ୍ୟକସ୍ଥଳେ ପତି ତାଙ୍କ ଗୋଡ଼ ମୋଡ଼ି ଦେବା, ପାଦରେ ତେଲ ଲଗାଇବା ଭଳି କାର୍ଯ୍ୟ କରିପାରନ୍ତି। ଏହା ଆଦୌ ଅବାଞ୍ଛନୀୟ ନୁହେଁ।

କେବଳ ଏହି ପାଦ ଛୁଆଁ କଥା ନୁହେଁ। ଅନେକ ସମୟରେ ଆମର ମିଛ କହିବା ବି ଏକ ପ୍ରକାର ପୂଣ୍ୟ ହୋଇଥାଏ। ଯଦି ସେ ମିଛ ଆଉ କାହାର ମଙ୍ଗଳ ସାଧନ କରେ। ବେଳେ ବେଳେ ଆମର ସତ କହିବା ଦ୍ୱାରା ଯଦି କେହି ନିରୀହ ଦଣ୍ଡିତ ହୁଅନ୍ତି ଆମେ ସେ ସମୟ ସତ୍ୟବାଦୀ ନୁହଁନ୍ତି ବରଂ ନିର୍ଦୟ ବୋଲାଇବା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe