ସବାଧାନ! ଆପଣଙ୍କ କିଡ୍‌ନିକୁ ଅକାମୀ କରିଦେଇପାରେ ଏହି ସବୁ ଖାଦ୍ୟ

ସବାଧାନ! ଆପଣଙ୍କ କିଡ୍‌ନିକୁ ଅକାମୀ କରିଦେଇପାରେ ଏହି ସବୁ ଖାଦ୍ୟ

Endocrinology Advisor

ସବୁ ସୁଆଦିଆ ଖାଦ୍ୟ ‌ପାଟି ପାଇଁ ଭଲ ହୋଇଥାଉ ପଛେ ଶରୀର ପାଇଁ କିନ୍ତୁ ଭଲ ହୋଇ ନଥାଏ। ଅନେକ ଖାଦ୍ୟ ଅଛି ଯାହା ଶରୀର ଉପରେ ଖରାପ ପ୍ରଭାବ ପକାଇଥାଏ। କିଡନି ହେଉଛି ଶରୀରର ଏକ ପ୍ରମୁଖ ଅଙ୍ଗ । କିଡନି ହିଁ ଶରୀରର ସବୁ କ୍ରିୟାକୁ ସନ୍ତୁଳିତ କରି ରଖିଥାଏ । ଆମ ଶରୀରର ୪୦୦ ରୁ ଅଧିକ କାମ କରିଥାଏ କିଡନି । ଶରୀରର ସନ୍ତୁଳନ ରଖିବା କାମ କିଡନି ହିଁ କରିଥାଏ । କିଡନିର ସବୁଠାରୁ ମହତ୍ତ୍ୱପୂର୍ଣ୍ଣ କାମ ଶରୀରରୁ ବିଷାକ୍ତ ପଦାର୍ଥକୁ ବାହାର କରି  ରକ୍ତକୁ ପରିଷ୍କାର କରିଥାଏ ।

ଆପଣ ଯଦି ନିଜ କିଡ୍‌ନିକୁ ସୁସ୍ଥ ରଖିବାକୁ ଚାହାନ୍ତି ତେବେ ଜଙ୍କ୍‌ ଫୁଡ୍‌ ଆ‌‌ଦୌ ବି ଖାଆନ୍ତୁ ନାହିଁ। ଜଙ୍କ୍ ଫୁଡ୍ ସ୍ୱାସ୍ଥ୍ୟ ପାଇଁ ଖୁବ୍ କ୍ଷତିକାରକ ହୋଇଥାଏ । ବଜାରରୁ ମିଳୁଥିବା ବିଭିନ୍ନ ପ୍ରକାର ଜଙ୍କ୍ ଫୁଡ୍ ଆପଣଙ୍କ କିଡନିକୁ ଖରାପ କରିବା ପାଇଁ ଯଥେଷ୍ଟ । ଆଜିର ସମୟରେ ଲୋକମାନେ ମାଂସ ଖାଇବାକୁ ଖୁବ୍ ପସନ୍ଦ କରନ୍ତି । ଭାରତରେ ଶାକାହାରୀଙ୍କ ଠାରୁ ଅଧିକ ମାଂସାହାରୀ ଅଛନ୍ତି । କିନ୍ତୁ ଯଦି ଆପଣ ଆବଶ୍ୟକତାଠାରୁ ଅଧିକ ମାଂସ ସେବନ କରୁଛନ୍ତି ତେବେ ଏହା ଆପଣଙ୍କ ଶରୀର ପାଇଁ ଖୁବ୍ କ୍ଷତିକାରକ ହୋଇପାରେ । ଏହା ମଧ୍ୟ କିଡ୍‌ନି ଖରାପର ଅନ୍ୟତମ କାରଣ। ଅଧିକାଂଶ ଲୋକ ଧୂମପାନ କରିବାକୁ ମଧ୍ୟ ଖୁବ୍ ଭଲ ପାଆନ୍ତି । କିନ୍ତୁ ଧୂମପାନ ଶରୀର ପାଇଁ ଖୁବ୍ କ୍ଷତିକାରକ ହୋଇଥାଏ ଯାହା କିଡନିକୁ ଅକାମୀ କରିଦିଏ ।

ବର୍ତ୍ତମାନ ଲୋକଙ୍କର ଫାଷ୍ଟଫୁଡ୍ ଖାଇବା ଅଧିକ ପସନ୍ଦ । କିନ୍ତୁ ଏହି ଫାଷ୍ଟଫୁଡ୍ ଯେ ଶରୀର ପାଇଁ କେତେ କ୍ଷତିକାରକ ଆପଣ ଏବେ ନହେଲେ ପରେ ନିଶ୍ଚିତ ଜାଣିପାରିବେ । କିନ୍ତୁ ସେତେବେଳେ ଜାଣିଲା ବେଳକୁ ବହୁତ ବିଳମ୍ବ ହୋଇଯାଇଥିବ । ଆଜିକାଲିର ସମୟରେ ସମସ୍ତେ ଜଲଦି ଜଲଦି ହୋଇ ନିଜ ସ୍ୱାସ୍ଥ୍ୟକୁ ଅବହେଳା କରୁଛନ୍ତି । ତେବେ ଆପଣଙ୍କ ଏହି ଅବହେଳା ଯେ ଶରୀରକୁ ଖରାପ କରିଦେବ ଏହା ପ୍ରତି କେହି ସଜାଗ ନାହାନ୍ତି । ଆପଣ ଯଦି କିଡନିର ଠିକ୍ ଭାବେ ଧ୍ୟାନ ନ ରଖିବେ ତେବେ କିଡନି ସମ୍ପୂର୍ଣ୍ଣ ରୁପେ ଖରାପ ହୋଇଯିବ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe