ଏହି ସବୁ ଖାଦ୍ୟକୁ ସୀମା ଭିତରେ ଖାଇବା ଶରୀର ପାଇଁ ଭଲ

ଏହି ସବୁ ଖାଦ୍ୟକୁ ସୀମା ଭିତରେ ଖାଇବା ଶରୀର ପାଇଁ ଭଲ

ଆଜିକାଲି ବିଭିନ୍ନ ପ୍ରକାରର ରୋଗବୈରାଗ ଓ ମୋଟାପଣ ଏକ ସାଧାରଣ ସମସ୍ୟା ହୋଇଥିବାରୁ ଲୋକେ ଦିନକୁ ଦିନ ବେଶି ବେଶି ଖାଦ୍ୟକୁ ନେଇ ସ‌େଚତନତା ଅବଲମ୍ବନ କରୁଛନ୍ତି। ଏମିତି ଅନେକ ଖାଦ୍ୟ ରହିଛି ଯାହାକୁ ଆମେ ଦେହ ପାଇଁ ସୁସ୍ଥକର ଭାବି ଅଧିକାଂଶ ସମୟରେ ଭକ୍ଷଣ କରିଥାଉ ତାହା କିନ୍ତୁ ଅସୁସ୍ଥକର ହୋଇଥାଏ। ତେବେ ଚାଲନ୍ତୁ ଜାଣିବା ସେସବୁ କ’ଣ।

ଅଣ୍ଡାରେ ପ୍ରଚୁର ପରିମାଣର ପ୍ରୋଟିନ୍‌ ରହିଛି ବୋଲି ଆମେ ପ୍ରାୟ ସମସ୍ତେ ଜାଣନ୍ତି। ପ୍ରୋଟିନ୍‌ ସବୁ ମଣିଷଙ୍କ ଦେହ ପାଇଁ ଦରକାରୀ। ମାତ୍ର ଜାଣିରଖନ୍ତୁ ଯେ ଅଣ୍ଡା ଖାଇବା ଦ୍ୱାରା ଶରୀରରେ କୋଲେଷ୍ଟ୍ରଲ୍‌ ମଧ୍ୟ ବଢ଼ିଥାଏ। ତେଣୁ ପରିମାଣ ଭିତରେ ଅଣ୍ଡା ଖାଇବା ପାଇଁ ଡାକ୍ତରମାନେ ପରାମର୍ଶ ଦେଇଥାନ୍ତି।

publive-image
YouTube

ଆପଣ ଆଲମଣ୍ଡ୍‌ ଯେତେ ପରିମାଣର ବି ଖାଇପାରନ୍ତି। ଏଥିରେ ଭିଟାମିନ୍‌ ଇ ରହିଛି। ଏହା ଓଜନ ହ୍ରାସ କରାଇବାରେ ବି ସହାୟକ ହୋଇଥାଏ। ଏହାକୁ ଖାଇବା ଦ୍ୱାରା ଶରୀରରେ ଶକ୍ତି ଆସିଥାଏ।

କଙ୍କଡ଼ା ଅଧିକାଂଶ ଲୋକଙ୍କର ପ୍ରିୟ ଆମିଷ ଖାଦ୍ୟ ହୋଇଥାଏ। ମାତ୍ର ହୋଇଥିବା ଗବେଷଣାରୁ ଜାଣିବାକୁ ମିଳିଛି ଯେ କଙ୍କଡ଼ା ଖାଇବା ଦ୍ୱାରା ଶରୀରରେ ମୋଟାପା ବଢ଼ିଥାଏ।

କଫି ପିଇବା ଆଜିକାଲି ସମସ୍ତଙ୍କର ପ୍ରାୟ ଏକ ସଉକ। ମାତ୍ର ଡାକ୍ତମରମାନେ ପରାମର୍ଶ କରିଛନ୍ତି ଯେ କଫି ପିଇବା ସମୟରେ ଲେମ୍ବୁ ଚା’ ପିଇବା ଅଭ୍ୟାସ କରନ୍ତୁ। ଲେମ୍ବୁ ଚା’ ଶରୀର ପାଇଁ ଖୁବ୍‌ ଭଲ ହୋଇଥାଏ। ଚକ୍‌ଲେଟ୍‌ରେ ଜଣାପଡୁ ନଥିଲେ ବି ପ୍ରବଳ ଫ୍ୟାଟ୍‌ ରହିଥାଏ। ଆପଣ ଯଦି ନିଜର ଓଜନ ହ୍ରାସ କରିବା ଲକ୍ଷରେ ଅଛନ୍ତି ତାହାଲେ ଆଦୌ ଚକ୍‌ଲେଟ୍‌ ଖାଆନ୍ତୁ ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe