ନିମ୍ବ ଓ ଗଙ୍ଗଶିଉଳୀ ପରି ଏହି ସବୁ ଗଛକୁ ମଧ୍ୟ ଆପଣଙ୍କ ବାରିରେ ରଖନ୍ତୁ, ଉଚିତ ସମୟ‌ରେ କାମରେ ଆସିବ

ନିମ୍ବ ଓ ଗଙ୍ଗଶିଉଳୀ ପରି ଏହି ସବୁ ଗଛକୁ ମଧ୍ୟ ଆପଣଙ୍କ ବାରିରେ ରଖନ୍ତୁ, ଉଚିତ ସମୟ‌ରେ କାମରେ ଆସିବ

Twitter

ଆମର ସାମାନ୍ୟତମ ଦେହ ଅସୁସ୍ଥ ହେଲେ ଆମେ ତତ୍‌କ୍ଷଣାତ ଡାକ୍ତରଖାନା ଯିବାକୁ ପସନ୍ଦ କରିଥାନ୍ତି। ମାତ୍ର ଏମିତି ଅନେକ ଔଷଧୀୟ ଗଛ ଆମ ଚାରିପାଖରେ ଥାଇ ମଧ୍ୟ ଆମେ ତାହାକୁ ଚିହ୍ନି ପାରନ୍ତି ନାହିଁ। ଆଜି ସେମିତି କିଛି ଗଛ ସଂପର୍କରେ ଆଲୋଚନା କରବା, ଯେଉଁଗୁଡ଼ିକ ବେଶ୍‌ ଆବଶ୍ୟକୀୟ ଏବଂ ଆମ ହାତ ପାହାନ୍ତାରେ ମିଳିଥାଏ।

ଯଦି ଆପଣ ଯକ୍ଷ୍ମା ରୋଗରେ ଆକ୍ରାନ୍ତ ତେବେ ଗଙ୍ଗଶିଉଳୀ ଗଛର ପତ୍ର ଆପଣଙ୍କ ସକାଶେ ଖୁବ୍‌ ଲାଭପ୍ରଦ। ଦୈନିକ ସକାଳୁ ଦୁଇ ଚାରୋଟି ଗଙ୍ଗଶିଉଳୀ ପତ୍ର ନେଇ ବାଟି କରି ପିଅନ୍ତୁ। ଆପଣ ଅପେକ୍ଷାକୃତ ସୁସ୍ଥ ରହିବେ।

ଆପଣଙ୍କ ବାଡ଼ିରେ ମଞ୍ଜୁଆତି ଗଛ ଅଛି କି? ଏହାର ପତ୍ର ମଧ୍ୟ ଖୁବ୍‌ ଉପକାରୀ। ଯଦି ଆପଣଙ୍କର କେଶ ଝଡ଼ିବା ସମସ୍ୟା ରହିଛି ତେବେ ଏହି ପତ୍ରକୁ ବାଟି କରି ମୁଣ୍ଡରେ ଲଗାନ୍ତୁ। ଦେଖିବେ କେଶ ଝଡ଼ିବା ସମସ୍ୟା କମ୍‌ ଅନୁଭୂତ ହେବ।

publive-image

ଏହା ବ୍ୟତୀତ ଭ୍ରୁଷଙ୍ଗ ଓ ଧନିଆ ଗଛର ପତ୍ର ବି ଖୁବ୍‌ ଭଲ ଦେହ ପାଇଁ। ଏହି ଦୁଇଟି ଯାକ ପତ୍ର ପେଟ ସମସ୍ୟା ଦୂର କରିଥାନ୍ତି। ଡାଲିରେ ପକାଇ ଛୁଙ୍କ ମାରନ୍ତୁ କିମ୍ବା କଞ୍ଚା ଖାଆନ୍ତୁ ଏହାକୁ ଖାଇଲେ ହଜମ ଭଲ ହୋଇଥାଏ।

ପିଆଜ ପତ୍ର ବି ଆପଣଙ୍କ ପାଇଁ ଖୁବ୍‌ ଲାଭଦାୟକ। ଏହାକୁ ଲୋକେ ପିଆଜ ଷଣ୍ଢା ନାମରେ ଜାଣନ୍ତି। ଏହାକୁ ଖାଇଲେ ଥଣ୍ଡା, ଶ୍ୱାସ, କଫ ସମସ୍ୟା ଦୂର ହୋଇଥାଏ।

ନିମ୍ବ ଗଛ ଯଦି ବାଡ଼ିରେ ଅଛି ଆପଣଙ୍କର ଆଉ ଚର୍ମ ରୋଗ ହେବ ନାହିଁ। ଲିମ୍ବ ପତ୍ରରୁ ଦୈନିକ ୭, ୮ଟି ବାଟି କରି କିମ୍ବା ସିଝାଇ କରି ତାହାର ପାଣି ପିଅନ୍ତୁ। ଚର୍ମ ରୋଗ ସଂପୂର୍ଣ୍ଣ ଭଲ ହୋଇଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe