ନିର୍ବନ୍ଧରୁ ବିବାହ ଭିତରେ ଥିବା ସମୟରେ କରନ୍ତୁ ନାହିଁ ଏହି କାମ!

Advertisment
ନିର୍ବନ୍ଧରୁ ବିବାହ ଭିତରେ ଥିବା ସମୟରେ କରନ୍ତୁ ନାହିଁ ଏହି କାମ!

photo-loverelationshipideals trulyheart.com

ଏନଗେଜ୍‌ମେଣ୍ଟ୍‌ ଓ ମ୍ୟାରେଜ୍‌ ବା ନିର୍ବନ୍ଧ ରୁ ବିିବାହ ଭିତରେ ଥିବା ସମୟ ପ୍ରତ୍ୟେକ ବର-କନ୍ୟାଙ୍କ ପାଇଁ ସ୍ୱତନ୍ତ୍ର,ଏହାକୁ ସୁବର୍ଣ୍ଣ ସମୟ ବୋଲି କୁହାଯାଏ। ଯଦି ପ୍ରସ୍ତାବିତ ବିବାହ ହୋଇଥାଏ,ତେବେ ଏହି ସମୟ ଭିତରେ ବର ଓ କନ୍ୟାଙ୍କ ପରସ୍ପରକୁ ଜାଣିବାକୁ ବେଶି ଆଗ୍ରହ ଦେଖାଇଥା’ନ୍ତି।କିନ୍ତୁ ଏହି ସମୟରେ ଏ ଦୁହେଁ ଏଭଳି କିଛି ତ୍ରୁଟି କରି ଥାଆନ୍ତି,ଯାହା ପରେ ପାରସ୍ପରିକ ସଂପର୍କରେ ଫାଟ ସୃଷ୍ଟି କରିବାରେ ସହୟକ ହୋଇଥାଏ।କିନ୍ତୁ ମନେ ରଖିବା ଉଚିତ ଯେ,ଏସବୁ କଥା ଉପରେ ଧ୍ୟାନ ଦେବା ଦରକାର।

ଏନଗେଜ୍‌ମେଣ୍ଟ୍‌ ଭାବୀ ସ୍ୱାମୀ- ଓ ଭାବୀ ସ୍ତ୍ରୀ ଫୋନରେ ଗପ ହୁଅନ୍ତି,ଆବଶ୍ୟକସ୍ଥଳେ ପରିବାରର ସମ୍ମତି ନେଇ ମିଳାମିଶା ବି କରନ୍ତି। କିନ୍ତୁ ଏହି ସମୟରେ କେବେ ହେଲେ ନିଜ ବିଷୟରେ ଅଯଥା ଲୋକ ଦେଖାଣିଆ ବଡ଼ିମା କରନ୍ତୁ ନାହିଁ,କେବେ ବି ମିଥ୍ୟା ତଥ୍ୟ ଦିଅନ୍ତୁ ନାହିଁ, କାରଣ ବିବାହ ପରେ ଯେତେବେଳ ଅସଲ କଥା ସାମ୍ନାକୁ ଆସିବ,ସେତେବେଳେ ମନ ଖରାପ ହେବ ଓ ସନ୍ଦେହ ମଧ୍ୟ ଉପୁଜିବାର ଆଶଙ୍କା ରହିଛି।

publive-image photo-speakingtree-

ବିବାହ ପୂର୍ବରୁ ପରସ୍ପରର ସ୍ୱଭାବ,ପସନ୍ଦ,ନାପସନ୍ଦ ଜାଣିବା ଉଚିତ,ହେଲେ ପାର୍ଟନରଙ୍କୁ ନିଜର ଦୁର୍ବଳତା ସଂପର୍କରେ କେବେ ବି କିଛି ସୂଚନା ଦିଅନ୍ତୁ ନାହିଁ। ଏଥିରୁ ନିଜକୁ ରକ୍ଷା କରିବା ଉଚିତ। କାରଣ ବେଳେବେଳେ ଦୁର୍ବଳ ହୋଇ ଦୁହେଁ ଶାରୀରିକ ସଂପର୍କରେ ବି ଲିପ୍ତ ହୋଇ ପାରନ୍ତି।ଏଣୁ ଏଭଳି ପଦକ୍ଷେପ ନେବା ଆଗରୁ ଚିନ୍ତା କରିବା ଏକାନ୍ତ ଆବଶ୍ୟକ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe