ଦୈନିକ ଗାଜର, ବିଟ୍‌ ଓ ସେଓ ଖାଇବା ଦ୍ବାରା ହୁଏ ନାହିଁ ଏହି ଶାରୀରିକ ସମସ୍ୟା

Advertisment
ଦୈନିକ ଗାଜର, ବିଟ୍‌ ଓ ସେଓ ଖାଇବା ଦ୍ବାରା ହୁଏ ନାହିଁ ଏହି ଶାରୀରିକ ସମସ୍ୟା

Food Network

ଯଦି ଆପଣ ବାରମ୍ବାର ଥକ୍କାପଣ, ମୁଣ୍ଡ ବୁଲାଇବା, ଓଜନ ବଢିବା ଏବଂ ମାଂସପେଶୀ ଦୁର୍ବଳ ଲାଗିବା ଭଳି ସମସ୍ୟାର ସମ୍ମୁଖୀନ ହେଉଛନ୍ତି ତେବେ ଆପଣଙ୍କର ଥାଇରଏଡ୍‌ ଥାଇପାରେ ବୋଲି ଧରିନିଅନ୍ତୁ। ଏଭଳି ସମୟରେ ଫାଇବର୍‌ ଯୁକ୍ତ ଖାଦ୍ୟ ଖାଇବା ଦ୍ୱାରା ଏହି ରୋଗରୁ ମୁକ୍ତି ମିଳିପାରିବ।

ଥାଇରଏଡ୍‌ ଭଳି ସମସ୍ୟାକୁ ନିଜଠାରୁ ଦୂରେଇବା ପାଇଁ ଦୈନିକ ଗାଜର ଖାଆନ୍ତୁ। ଗାଜରରେ ଆଣ୍ଟିଅକ୍ସିଡେଣ୍ଟସ୍‌ ଏବଂ ବିଟା କେରୋଟିନ୍‌ ତତ୍ତ୍ୱ ଥାଏ ଯାହା ଥାଇରଏଡ୍‌ର ହାମୋର୍ସକୁ ନିୟନ୍ତ୍ରିତ କରିଥାଏ। ତେଣୁ ପ୍ରତିଦିନ ଗୋଟିଏ ଲେଖାଁ ଗାଜର ଖାଇଲେ ଥାଇରଏଡ୍‌ରୁ ମୁକ୍ତି ମିଳିବ। ଏଥିରେ ଆଇରନ୍‌ ଏବଂ ଫାଇବର ଅଧିକ ଥିବାରୁ ଥାଇରଏଡ୍‌ ପାଇଁ ବହୁତ ଭଲ ହୋଇଥାଏ। ଯଦି ଆପଣ ୨୦ ଦିନ ଲଗାତାର ଗାଜର ଖାଇବେ ତେବେ ଆପଣଙ୍କ ଥାଇରଏଡ୍‌ ସମସ୍ୟା କମିଯିବ।

publive-image

ସେଓରେ ମଧ୍ୟ ପେକ୍ଟିନ୍‌ ଏବଂ ଫାଇବର୍‌ ଥାଏ, ଯାହା ଶରୀରର ବିଷାକ୍ତ ପଦାର୍ଥକୁ ବାହାର କରିବାରେ ସଫଳ ହୋଇଥାଏ। ଦିନରେ ଗୋଟିଏ ବିଟ୍‌ ମଧ୍ୟ ଖାଇବାକୁ ଚେଷ୍ଟା କରନ୍ତୁ। ଏଥିରେ ଥାଇରଏଡ୍‌ କମ୍‌ କରିବାର ତତ୍ତ୍ୱ ଥାଏ। ଏଥିରେ ଇମ୍ୟୁନ୍‌ ସିଷ୍ଟମ୍‌ ବଢିଥାଏ ଏବଂ ଥାଇରଏଡ୍‌ ହରମୋନ୍‌ ନିୟନ୍ତ୍ରିତ ହୋଇଥାଏ।

ଯେଉଁ ଲୋକଙ୍କଠାରେ ଥାଇରଏଡ୍‌ ଭଳି ସମସ୍ୟା ଦେଖାଯାଏ ସେମାନେ ଆଖୁ ଖାଆନ୍ତୁ ନାହିଁ। ଥଣ୍ଡାପାନୀୟ, ଦହି, ଚକଲେଟ୍‌ , କୁକିଜ୍‌ , ପେଷ୍ଟ୍ରି ଆଦିର ସେବନ କରନ୍ତୁ ନାହିଁ। ଏହାଛଡ଼ା ଅଧିକ ଲୁଣ ଖାଇବା ଦ୍ୱାରା ମଧ୍ୟ ଥାଇରଏଡ୍‌ ଅଧିକ ବଢିଥାଏ। ଯଦି ଆପଣ ପୂର୍ବରୁ ଏହି ରୋଗରେ ପୀଡିତ ଅଛନ୍ତି ତେବେ ମିଠା,ଲୁଣି,ରାଗ ଅଧିକ ଖାଆନ୍ତୁ ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe