ଏହି ସବୁ ଖାଦ୍ୟ ସ୍ମରଣ ଶକ୍ତିରେ ବୃଦ୍ଧିରେ ସହାୟକ ହୁଏ

Advertisment
ଏହି ସବୁ ଖାଦ୍ୟ ସ୍ମରଣ ଶକ୍ତିରେ ବୃଦ୍ଧିରେ ସହାୟକ ହୁଏ

Academy of Nutrition and Dietetics

କଥା କଥାରେ ଭୁଲିଯିବା ସମସ୍ୟାଟି ବ୍ୟକ୍ତିର ସବୁଠୁ ଖରାପ ଅଭ୍ୟାସ ହୋଇଥାଏ। କାହିଁକିନା ଏହି ଅଭ୍ୟାସ ଯୋଗୁଁ ନା ଯେ କେବଳ ବ୍ୟକ୍ତି ଜଣକ ଚିନ୍ତାରେ ପଡ଼ିଥାଏ ବରଂ ଏଥିପାଇଁ ତ ସହିତ ଜଡ଼ିତ ରହିଥିବା ଲୋକ ମଧ୍ୟ ଚିନ୍ତାରେ ପଡ଼ିଯା’ନ୍ତି। ତେବେ ଏହି ସମସ୍ୟା ସାଧାରଣତଃ ସମସ୍ତ ପ୍ରକାରର ଲୋକଙ୍କ ଠାରେ ଦେଖାଯାଇଥାଏ। ଆଉ ଏହାର ପ୍ରାଥମିକ କାରଣ ହେଉଛି ବ୍ୟକ୍ତିଠାରେ ଦେଖାଯାଉଥିବା ଏକାଗ୍ରତା ଭାବ ହ୍ରାସ ହୋଇଥାଏ। ତେବେ ଆଜି ଆମେ ଆପଣଙ୍କୁ ଏପରି କିଛି ଖାଦ୍ୟ ବିଷୟରେ କହିବୁ ,ଯାହାର ସେବନ ଫଳରେ ଆପଣଙ୍କ ସ୍ମରଣ ଶକ୍ତି ବୃଦ୍ଧି ହେବ!

୧- ପେସ୍ତା ବାଦାମ:-ସାଧାରଣତଃ ପେସ୍ତାବାଦାମ ସ୍ମରଣ ଶକ୍ତି ବୃଦ୍ଧି କରିବାରେ ବିଶେଷ ସହାୟକ ହୋଇଥାଏ। ତେଣୁ ଆପଣ ରାତିରେ ପେସ୍ତାବାଦାମକୁ ପାଣିରେ ଭିଜାଇ ଦେଇ ସକାଳରେ ତାର ଚୋପାକୁ ଛଡ଼ାଇ ଦିଅନ୍ତୁ ଏ ଏହାପରେ ଏହାକୁ ବାଟି ପେଷ୍ଟ୍‍ ବନାନ୍ତୁ। ଏକ ଗ୍ଲାସ୍‌ ଉଷୁମ୍‌ କ୍ଷୀରରେ ଏହି ପେସ୍ତାବାଦାମର ପେଷ୍ଟ୍‍କୁ ମିଶାଇ ସେଥିରେ ୩ ଚାମଚ ମହୁକୁ ମିଶ୍ରଣ କରି କ୍ଷୀର ଥଣ୍ଡା ହେବା କ୍ଷଣି ତୁରନ୍ତ ହିଁ ପିଇଦିଅନ୍ତୁ। ତେବେ ଏହାକୁ ପିିଇବାର ୨ ଘଣ୍ଟା ପର୍ଯ୍ୟନ୍ତ ଯେପରି କିଛି ନ ଖାଆନ୍ତି!

publive-image Honest Cooking

୨-କଫି ପିଅନ୍ତୁ:ଯେଉଁ ଲୋକ ଅଧିକାଂଶ ମାତ୍ରାରେ କଫି ପିଅନ୍ତି,ସେମାନଙ୍କ ଠାରେ ବି ସ୍ମରଣଶକ୍ତିରେ ବୃଦ୍ଧି ଘଟିଥାଏ।

୩-ବ୍ରାହ୍ମୀ: ବ୍ରାହ୍ମି ଲତା ସ୍ମରଣ ଶକ୍ତି ବୃଦ୍ଧି କରିବାରେ ବିଶେଷ ଲାଭପ୍ରଦ ହୋଇଥାଏ। ତେଣୁ ଆପଣ ଏହାର ପତ୍ରକୁ ଚୋବାଇକି ଖାଆନ୍ତୁ କିମ୍ବା ଏକ ଚାମଚ ବ୍ରହ୍ମିର ରସ ବାହାର କରି ପ୍ରତ୍ୟେକ ଦିନ ପିଇପାରନ୍ତି।

୪-ସେଓ: ଏଥିସହିତ ସେଓର ସେବନ ମଧ୍ୟ ସ୍ମରଣ ଶକ୍ତି ବୃଦ୍ଧିରେ ବିଶେଷ ସହାୟକ ହୋଇଥାଏ।

୫-ଗ୍ରିନ୍‌ ଟି : ଗ୍ରିନ୍‌ ଟି ବି ବ୍ୟକ୍ତିର ସ୍ମରଣ ଶକ୍ତିକୁ ବୃଦ୍ଧି କରିବାରେ ସହାୟକ ହୋଇଥାଏ।

୬-ମାଛ: ମାଛର ସେବନ ଯୋଗୁଁ ମସ୍ତିଷ୍କକୁ ପୋଷକ ତତ୍ତ୍ୱ ମିଳିଥାଏ। ଯାହାକି ସ୍ମରଣ ଶକ୍ତି ବୃଦ୍ଧିରେ ସାହାଯ୍ୟ କରିଥାଏ।

୭-ଦହି:-ସାଧାରଣତଃ ଦହିର ସେବନ ବି ବ୍ୟକ୍ତର ଏକାଗ୍ରତା ବଢ଼ାଇବାରେ ସହାୟକ ହୋଇଥାଏ।

୮-ତୁଳସୀ:ପ୍ରତ୍ୟେକ ଦିନ ୨ରୁ ୪ଟି ତୁଳସୀ ପତ୍ରର ସେବନ ଯୋଗୁଁ ବ୍ୟକ୍ତିର ବାରମ୍ବାର ଭୁଲିଯାଉଥିବା ସମସ୍ୟା ମଧ୍ୟ ଦୂର ହୋଇଥା।ଏ।

publive-image Webfeed360

୯-ହଳଦୀ: ନିୟମିତ ହଳଦୀ ଖାଇଲେ ଏହା ମସ୍ତିଷ୍କର କ୍ଷତିଗ୍ରସ୍ତ କୋଷିକାକୁ ସଜାଡ଼ିବାରେ ସହାୟକ ହୋଇଥାଏ।

୧୦- କଳାମରିଚ: କଳାମରିଚରେ ପେପରିଅନ୍‌ ନାମକ ରାସାୟନିକ ତତ୍ତ୍ୱ ରହିଥିବା କାରଣରୁ ଏହା ଶରୀର ଏବଂ ମସ୍ତିଷ୍କର କୋଷିକାକୁ ସକ୍ରିୟ କରିଥାଏ।

୧୧-ଡ଼ାଲ୍‌ଚିନି: ଆଜାଇମର୍‌ ରୋଗୀଙ୍କ ପାଇଁ ଡ଼ାଲ୍‌ଚିନି ଏକ ଶକ୍ତିଶାଳୀ ଔଷଧ ଅଟେ। ଯାହାର ନିୟମିତ ସେବନ ଯୋଗୁଁ ବ୍ୟକ୍ତିର ସ୍ମରଣ ଶକ୍ତି ବଢ଼ିଥାଏ ଏବଂ ମସ୍ତିଷ୍କ ମଧ୍ୟ ସୁସ୍ଥ ରହେ!

୧୨-ଷ୍ଟ୍ରବେରୀ-ଏତଦ୍‌ବ୍ୟତୀତ ଷ୍ଟ୍ରବେରିରେ ରହିଥିବା ଆଣ୍ଟି ଆକ୍ସିଡ଼େଣ୍ଟ୍‌ କାରଣରୁ ଏହା ସ୍ମରଣ ଶକ୍ତିର ବୃଦ୍ଧିରେ ବିଶେଷ ରୂପରେ ସହାୟକ ହୋଇଥାଏ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe