ଯେଉଁମାନେ ନିୟମିତ ଏହି ଫଳ ଖାଆନ୍ତି, ସେମାନେ ସହଜରେ ଥକିପଡ଼ନ୍ତିନି!

Advertisment
ଯେଉଁମାନେ ନିୟମିତ ଏହି ଫଳ ଖାଆନ୍ତି, ସେମାନେ ସହଜରେ ଥକିପଡ଼ନ୍ତିନି!

photo-today.com

ଆମ ସମସ୍ତଙ୍କୁ ଜଣା ଯେ ପିଜୁଳି ଦେହପାଇଁ ଭଲ। ତେବେ ଆପଣ କ’ଣ ଜାଣନ୍ତି କି ଯେ ପିଜୁଳି ଖାଇଲେ ଭଲ ନିଦ ହେବ।ଖାଦ୍ୟ ବିଶେଷଜ୍ଞଙ୍କ ମତ ଅନୁଯାୟୀ ପିଜୁଳି ହେଉଛି ଭିଟାମିନ୍‌ ଓ ମିନେରାଲସ୍‌ ର ଶକ୍ତି କେନ୍ଦ୍ର। କୁହାଯାଏ ଯେ ଶହେ ଗ୍ରାମ୍‌ ପିଜୁଳିରେ ଯେତିକି ପରିମାଣରେ ଭିଟାମିନ୍‌ ଓ ମିନେରାଲସ ଅଛି, ତାହା ଶରୀରର ଆବଶ୍ୟକତା ପୂରଣ କରିପାରେ। ଏଥିରେ ଭିଟାମିନ୍‌ ବି-୯ ମଧ୍ୟ ରହିଛି, ଯାହା ଶରୀରର କୋଷ ଓ ଡି.ଏନ୍‌ଏ ର ଓଜନ ହ୍ରାସ କରିବାକୁ ଦରକାର।

ପିଜୁଳିରେ ଅଧିକ ମାତ୍ରାରେ ଫାଇବର୍‌ ଥିବା ହେତୁ ତାହା ସେବନ କରିଲେ କୋଷ୍ଠକାଠିନ୍ୟତା ଦୂର ହୋଇଥାଏ। ପିଜୁଳିରେ ପଟାସିଅମ୍‌ର ମାତ୍ରା ବି ଅଧିକ। ଯେଉଁମାନେ ନିୟମିତ ପିଜୁଳି ଖାଆନ୍ତି, ସେମାନେ କାମ କରିବାବେଳେ ସହଜରେ ଥକି ପଡ଼ନ୍ତି ନାହିଁ। ଏଥିରେ ପ୍ରଚୁର ଆଣ୍ଟି ଅକ୍ସିଡେଣ୍ଟର ତତ୍ତ୍ୱ ଥିବା ହେତୁ ତାହା ରୋଗ ପ୍ରତିରୋଧକ କ୍ଷମତାରେ ମଧ୍ୟ ଭରପୁର। ନିୟମିତଭାବେ ପିଜୁଳି ଖାଇଲେ ଥଣ୍ଡା, କାଶ ହୁଏ ନାହିଁ।

publive-image photo-amarujala

ତ୍ୱଚା  ପାଇଁ ପିଜୁଳି ବେଶ୍‌ ଉପକାରୀ, କାରଣ ଏଥିରେ ପ୍ରଚୁର ମାତ୍ରାରେ ଭିଟାମିନ୍‌ ସି ଓ ଆଇରନ୍‌ ଥାଏ। ପ୍ରତିଦିନ ପିଜୁଳି ଖାଇଲେ ରକ୍ତଚାପ ନିୟନ୍ତ୍ରଣରେ ରହିଥାଏ। ତା’ଛଡା କୋଲେଷ୍ଟ୍ରଲର ସ୍ତର ମଧ୍ୟ ନିୟନ୍ତ୍ରିତ ହୋଇ ରହେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe