ରାତିରେ ଶୋଇବା ପୂର୍ବରୁ ଆପଣ ବି ଶୁଣିଥିବେ ଏଭଳି ଶବ୍ଦ, ସେହି ସମୟରେ କରନ୍ତୁ ଏହି କାମ ହେବ ଚମତ୍କାର

Advertisment
ରାତିରେ ଶୋଇବା ପୂର୍ବରୁ ଆପଣ ବି ଶୁଣିଥିବେ ଏଭଳି ଶବ୍ଦ, ସେହି ସମୟରେ କରନ୍ତୁ ଏହି କାମ ହେବ ଚମତ୍କାର

ନୂଆଦିଲ୍ଲୀ: ଆଜିକାଲିର ସମୟ ପ୍ରତିଯୋଗିତାର ଦୌଡ଼ କହିଲେ ଅତ୍ୟୁକ୍ତି ହେବ ନାହିଁ। ପ୍ରତ୍ୟେକ କ୍ଷେତ୍ରରେ ମନୁଷ୍ୟ ଆଗକୁ ବଢ଼ିବା ପାଇଁ ସକାଳୁ ନେଇ ସନ୍ଧ୍ୟା ଯାଏଁ ପରିଶ୍ରମ କରି ଆସୁଛି। ଫଳରେ ମନୁଷ୍ୟ ଶାରୀରିକ ଓ ମାନସିକସ୍ତରରେ କ୍ଲାନ୍ତ ହୋଇପଡ଼ୁଛି। ଏଭଳି କ୍ଷେତ୍ର୍ରରେ ମନୁଷ୍ୟର ମସ୍ତିଷ୍କ ବି ଯଦି କ୍ଲାନ୍ତ ହୋଇପଡ଼ିବ, ତେବେ ସେ କାମ କିପରି କରିବ। ଜୀବନରେ ସଠିକ୍‌ ଭାବେ ବଞ୍ଚିବା ପାଇଁ ଶାରୀରିକ ଓ ମାନସିକସ୍ତରରେ ସୁସ୍ଥ ରହିବା ନିହାତି ଆବଶ୍ୟକ।

ମନକୁ ଶାନ୍ତ ରଖିବା ପାଇଁ ଦିନ ହେଉ ଅବା ରାତିରେ ଶୋଇବା ପୂର୍ବରୁ କିଛି ସମୟ ନିଜ ସହିତ ବିତାନ୍ତୁ। ରାତିର ସମୟ ଏଥିପାଇଁ ଖାସ୍‌ ହୋଇଥାଏ, କାରଣ ଦିନସାରାର କାମ ଭିତରୁ ମୁକ୍ତ ହୋଇଯାଇଥାଉ। ରାତି ସମୟରେ ବାତାବରଣ ବି ଶାନ୍ତ ରହିଥାଏ। ଏହି ସମୟରେ ଅନ୍ୟ କିଛି ନଭାବି ନିଜ ବିଷୟରେ ଭାବନ୍ତୁ। ମନକୁ ଏକାଗ୍ରତା କରିବା ପାଇଁ ଚେଷ୍ଟା କରନ୍ତୁ। ଏପରି କରିବା ଦ୍ୱାରା ମନକୁ ଶାନ୍ତି ମିଳିଥାଏ, ଆଗାମୀ ସମୟରେ ଏହା ଆପଣଙ୍କୁ କୌଣସି କ୍ଷେତ୍ରରେ ସଠିକ୍‌ ରାସ୍ତା ଦେଖାଇବାକୁ ସାହାଯ୍ୟ କରିଥାଏ।

publive-image

ଏତଦ୍‌ବ୍ୟତୀତ ଏକ ବିଶେଷ କଥା ରହଛି, ଯାହାକୁ ଆପଣାଇ ଆପଣ ମସ୍ତିଷ୍କ ଗତିକୁ ଦ୍ୱିଗୁଣିତ କରିପାରିବେ। ଏଥିପାଇଁ ରାତିରେ ଶୋଇବା ସମୟକୁ ବାଛନ୍ତୁ। ଯେତେବେଳେ ଆପଣଙ୍କ ପାରପାର୍ଶ୍ୱିକ ବାତାବରଣ ଶାନ୍ତ ହୋଇଯାଉଛି, ସେତେବେଳେ ଆପଣ ଧ୍ୟାନ ଦେଇ ଶୁଣନ୍ତୁ, ଆପଣଙ୍କ କାନ୍‌ ପାଖରେ ସୁଁ ସୁଁ ହୋଇ ଏକ ଶବ୍ଦ ଶୁଣାଯିବ। ଏହି ସମୟରେ କାନ ଶୂନ୍ୟ ଭଳି ବି ଅନୁଭବ ହେବ। ଏହି ସମୟର ଆପଣଙ୍କ ମନରୁ ସମସ୍ତ ଚିନ୍ତା ବାହାର କରି ଦିଅନ୍ତୁ। ଏହି ଶବ୍ଦକୁ ବୁଝିବାକୁ ଓ ଏହାର ଗଭୀରତାକୁ ଯିବା ପାଇଁ ଚେଷ୍ଟା କରନ୍ତୁ। ଏହି ଅଜଣା ଶବ୍ଦ ଆମ ଶରୀର ଭିତରୁ ଆସିଥାଏ। ଯଦି ଧ୍ୟାନର ସହିତ ଏହି ଶବ୍ଦକୁ ଶୁଣିବେ, ତେବେ ଆପଣଙ୍କ କୌଣସି ବିଷୟକୁ ନେଇ ସଠିକ୍‌ ଚିନ୍ତା କରିବା ଓ ବୁଝିବା ଶକ୍ତି ବୃଦ୍ଧି ପାଇଥାଏ। ଏତଦ୍‌ବ୍ୟତୀତ ସ୍ମରଣଶକ୍ତି ବି ବଢ଼ିଥାଏ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe