ପରୀକ୍ଷା ଚାପରୁ ମୁକ୍ତ ରହିବାର ସୂତ୍ର

ଏବେ ପରୀକ୍ଷା ଋତୁ ଆରମ୍ଭ ହୋଇଯାଇଛି। ଏହି ସମୟରେ ପରୀକ୍ଷାରେ ନିଜର ପ୍ରଦର୍ଶନ କେମିତି ରହିବ ଭାବି ପରୀକ୍ଷାର୍ଥୀମାନେ ଅଧିକ ଚିନ୍ତା ବା ଚାପରେ ରହିଥା’ନ୍ତି। ତେବେ ମାତ୍ରାଧିକ ଚାପ ଜଣକର...

dggddg

ଏବେ ପରୀକ୍ଷା ଋତୁ ଆରମ୍ଭ ହୋଇଯାଇଛି। ଏହି ସମୟରେ ପରୀକ୍ଷାରେ ନିଜର ପ୍ରଦର୍ଶନ କେମିତି ରହିବ ଭାବି ପରୀକ୍ଷାର୍ଥୀମାନେ ଅଧିକ ଚିନ୍ତା ବା ଚାପରେ ରହିଥା’ନ୍ତି। ତେବେ ମାତ୍ରାଧିକ ଚାପ ଜଣକର କାର୍ଯ୍ୟଦକ୍ଷତା ଓ ଆହ୍ବାନ ମୁକାବିଲା କରିବାର କ୍ଷମତାକୁ ପ୍ରଭାବିତ କରିଥାଏ। ଅନିୟନ୍ତ୍ରିତ ଚାପ ଶାରୀରିକ ତଥା ମାନସିକ ସ୍ବାସ୍ଥ୍ୟକୁ ମଧ୍ୟ ପ୍ରଭାବିତ କରିପାରେ। ତେଣୁ ପରୀକ୍ଷା-ଚାପର ସୁପରିଚାଳନା କରିବା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ। ଆଜି ସେଭଳି କିଛି ରଣନୀତି ବାବଦରେ ଆଲୋଚନା କରିବା। 

 ପ୍ରଥମତଃ ଯଥେଷ୍ଟ ଆଗୁଆ ପଢ଼ା-ନିର୍ଘଣ୍ଟ ପ୍ରସ୍ତୁତ କରିବାକୁ ହେବ। ପାଠ୍ୟ ବିଷୟଗୁଡ଼ିକୁ ସୁବିଧାଜନକ ବିଭାଗରେ ବିଭକ୍ତ କରି ପ୍ରତ୍ୟେକ ପାଇଁ ସମୟ ଦେବା ଦରକାର। ଏପରି କଲେ ଉତ୍କଣ୍ଠା ବଢ଼ାଉଥିବା ଶେଷ ମୁହୂର୍ତ୍ତ ଦ୍ବନ୍ଦ୍ବକୁ ଦୂର କରିହେବ। 
 ମନକୁ ଆରାମ ଦେବା ଲାଗି ଶ୍ବାସକ୍ରିୟା ବ୍ୟାୟାମ, ଧ୍ୟାନ ଓ ଯୋଗ କରିବା ଦରକାର। ଏହାଦ୍ବାରା ଚାପ ହ୍ରାସ ହୋଇ ମନ ଓ ଶରୀର ଶାନ୍ତ ରହିବ। 
 ପାଠ୍ୟ ସାମଗ୍ରୀ ଗୁଡ଼ିକୁ ଶୃଙ୍ଖଳିତ ତଥା ସୁସଂଗତ ଭାବେ ସଜାଡ଼ି ରଖିବା ଦରକାର। 
 ମନକୁ ସର୍ବଦା ସକାରାତ୍ମକ ରଖିବା ଗୁରୁତ୍ବପୂର୍ଣ୍ଣ। ନିଜ ଦକ୍ଷତା ବାବଦରେ ଆତ୍ମସଚେତନ ରହି ନିଜେ ପରୀକ୍ଷା ପାଇଁ ସୁପ୍ରସ୍ତୁତ ବୋଲି ନିଜକୁ ମନେ ପକାଇବା ଉଚିତ।
 ସ୍ବାସ୍ଥ୍ୟପ୍ରଦ ସନ୍ତୁଳିତ ଖାଦ୍ୟଗ୍ରହଣ ମସ୍ତିଷ୍କକୁ ପରିପୁଷ୍ଟ କରିଥାଏ, ତେଣୁ ଘରେ ପ୍ରସ୍ତୁତ ଖାଦ୍ୟ ହିଁ ଖାଇବା ଜରୁରି। 
 ପରୀକ୍ଷା ପାଇଁ ଅନିଦ୍ରା ନହୋଇ ଆବଶ୍ୟକ ପରିମାଣର ନିଦ୍ରା ଯିବା ବାଞ୍ଛନୀୟ। ତାହା ଜ୍ଞାନାତ୍ମକ କ୍ରିୟାକୁ ଜାଗ୍ରତ କରିଥାଏ। 
 ଅଧିକ କ୍ୟାଫିନ୍‌ ସେବନରୁ ନିବୃତ୍ତ ହେବା ଦରକାର। ଯଦିଓ ମନଯୋଗ ସ୍ଥିର କରିବାରେ କ୍ୟାଫିନ୍‌ର ଭୂମିକା ରହିଛି ବୋଲି ଅନେକ ବିଶ୍ବାସ କରନ୍ତି, ତେବେ ମାତ୍ରାଧିକ କ୍ୟାଫିନ ସେବନ ଉତ୍କଣ୍ଠା ବଢ଼ାଇଥାଏ। ତାହା ବଦଳରେ ହର୍ବାଲ ଚା’ ସେବନ କରିବା ଠିକ୍‌ ହେବ। 
 ସବୁଠୁ ଗୁରୁତ୍ବପୂର୍ଣ୍ଣ ହେଲା, ପଢ଼ିବା ସମୟରେ ନିୟମିତ ଅଳ୍ପ ସମୟର ବିରତି ନେଇ ମନକୁ ତାଜା ରଖିବା। କହିବା ବାହୁଲ୍ୟ, ପରୀକ୍ଷା ବେଳେ ଉତ୍କଣ୍ଠା ବଢ଼ିଥାଏ, ତେବେ ସଠିକ୍‌ ରଣନୀତି ଆପଣେଇବା ଦ୍ବାରା ମାନସିକ ଚାପକୁ ସଫଳତାର ସହ ଆୟତ୍ତ କରିହେବ। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe