ଆଜିକାଲି ସମୟରେ ପ୍ରତିଦିନ ନୂଆ ରୋଗ ବାହାରୁଥିବାରୁ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବାକୁ ବିଭିନ୍ନ ଉପାୟ ଅବଲମ୍ବନ କରୁଛନ୍ତି ଲୋକେ। ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବା ସହିତ ସୁଖାଦ୍ୟ ଖାଇବା ହେଉଛି ଅନ୍ୟତମ ଉପାୟ, ଯାହା ଫଳରେ ନିଜକୁ ନିରୋଗ ରଖିହେବ।
ଏହି ସମୟରେ ଆପଣ ରସୁଣ ଓ ତେନ୍ତୁଳିରେ ତିଆରି ରସମ କରି ଖାଇବା ଦ୍ବାରା ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବେ ସମର୍ଥ ହେବେ। ଏହି ରସମ ବନାଇବା ପାଇଁ ଆପଣଙ୍କୁ ଦରକାର-
ଟମାଟୋ - ୧ (କଟା)
ଭ୍ରୁଷଙ୍ଗ ପତ୍ର - ୧୦-୧୨
ମରିଚ ଗୁଣ୍ଡ - ୧-୨ ଚାମଚ
ରସୁଣ- ୪ ପାଖୁଡ଼ା
ହଳଦୀ- ଅଧା ଚାମଚ
ସୋରିଷ - ୧ ଚାମଚ
ଜିରା- ୧ ଚାମଚ
ହେଙ୍ଗୁ- ସାମାନ୍ୟ
ଶୁଖିଲା ଲଙ୍କା, ହଳଦୀ, ଜିରା , ରସୁଣ, ମରିଚ ଗୁଣ୍ଡ ଏବଂ କିଛି ଭ୍ରୁଷଙ୍ଗ ପତ୍ରକୁ ମିଶାଇ ଗ୍ରାଇଣ୍ଡିଂ କରନ୍ତୁ। ଏହି ମିଶ୍ରଣକୁ ଏକତ୍ର ରଖନ୍ତୁ। ଏକ କଡେଇ ନେଇ ତେଲ ଗରମ କରି କଟା ଟମାଟୋ, ବାକି ଭ୍ରୁଷଙ୍ଗ ପତ୍ର, ହଳଦୀ ଏବଂ କିଛି ଲୁଣ ପକାଇ ୩-୪ ମିନିଟ୍ ପାଇଁ ରାନ୍ଧନ୍ତୁ। ସେଥିରେ ତେନ୍ତୁଳି ଏବଂ ୨ କପ୍ ପାଣି ମିଶାନ୍ତୁ। ତା’ପରେ ଢାଙ୍କୁଣୀ ବନ୍ଦ କରନ୍ତୁ ଏବଂ ଏହାକୁ ଅତି କମରେ ୧୦ ମିନିଟ୍ ପାଇଁ ଫୁଟାନ୍ତୁ। ଅନ୍ୟ ଏକ ପ୍ୟାନରେ କିଛି ତେଲ (କିମ୍ବା ଘିଅ)ପକାନ୍ତୁ। ତେଲ ଗରମ ହେବା ପରେ ସୋରିଷ, ଲାଲ୍ ଲଙ୍କା ଗୁଣ୍ଡ ଓ ଟିକେ ହେଙ୍ଗୁ ମିଶାନ୍ତୁ। ଏବେ କଡେଇରେ ପୂର୍ବ ପ୍ରସ୍ତୁତ ମସଲା ମିଶାନ୍ତୁ। ନିଆଁକୁ ବନ୍ଦ କରନ୍ତୁ ଏବଂ ସତେଜ କଟା ଧନିଆ ପତ୍ର ପକାଇ ଓହ୍ଲାଇ ଦିଅନ୍ତୁ। ପ୍ରସ୍ତୁତ ହୋଇଯିବ ରସମ୍।
Follow Us