ଆଜି ଜନ୍ମଦିନ: ଅମୂଲ୍ୟକୃଷ୍ଣ ମିଶ୍ର

Advertisment
ଆଜି ଜନ୍ମଦିନ: ଅମୂଲ୍ୟକୃଷ୍ଣ ମିଶ୍ର

୧୯୩୨ ମସିହା ଆଜି ଦିନରେ ଓଡ଼ିଶାର ମହାନ ଶିକ୍ଷାବିତ୍ ଓ ସାହିତ୍ୟ ସାଧକ ପ୍ରଫେସର ଅମୂଲ୍ୟକୃଷ୍ଣ ମିଶ୍ର ଜନ୍ମଗ୍ରହଣ କରିଥିଲେ। ଆଧୁନିକ ଓଡ଼ିଆ ସାହିତ୍ୟର କାଳଜୟୀ ସ୍ରଷ୍ଟା, ସଂପାଦକ, ସଂଗଠକ ତଥା ସଂଗ୍ରାମୀ ଦୟାନିଧି ମିଶ୍ରଙ୍କ କନିଷ୍ଠ ସନ୍ତାନ ଭାବରେ ତାଙ୍କର ଆବିର୍ଭାବ ହୋଇଥିଲା ସ୍ୱଭାବକବି ଗଙ୍ଗାଧର ମେହେରଙ୍କ ପବିତ୍ର ଜନ୍ମପୀଠ ବରପାଲି ନିକଟସ୍ଥ ତୁଲଣ୍ଡି ଗ୍ରାମଠାରେ। ବିଜ୍ଞାନର ପ୍ରବୀଣ ଅଧ୍ୟାପକ ହୋଇଥିଲେ ମଧ୍ୟ ସେ ତାଙ୍କ ପି.ଏଚ୍.ଡି. ଡିଗ୍ରି ନିମିତ୍ତ ଗବେଷଣାତ୍ମକ ନିବନ୍ଧ ରଚନା କରିଥିଲେ ଭକ୍ତକବି ସାଲବେଗଙ୍କ ଚିରନ୍ତନ ସାହିତ୍ୟକୃତି ଉପରେ।

ଓଡ଼ିଆ ବୈଜ୍ଞାନିକ ସାହିତ୍ୟକୁ ସେ ଯେପରି ସମୃଦ୍ଧଶାଳୀ କରିଛନ୍ତି, ସେହିପରି ଗଳ୍ପ, ନାଟକ, ଉପନ୍ୟାସ ଆଦି ସାହିତ୍ୟର ବିଭିନ୍ନ ବିଭାଗରେ ଲେଖନୀ ଚାଳନା କରି ନିଜସ୍ୱ ସାମାଜିକ ପ୍ରତିବଦ୍ଧତାର ଶ୍ରେଷ୍ଠ ପରିଚୟ ପ୍ରଦାନ କରିଛନ୍ତି। ବିଜ୍ଞାନର ଗବେଷଣା ମାନବ-କଲ୍ୟାଣ ଅଭିମୁଖୀ ହେବାର ବାର୍ତ୍ତା ତାଙ୍କ ସାହିତ୍ୟରେ ଯେପରି ପ୍ରଜ୍ବଳ, ଠିକ୍ ସେହିପରି କଥା ସାହିତ୍ୟ ସୃଷ୍ଟି ମଧ୍ୟରେ ଜାତୀୟ-ସଂହତିର ଶୁଭ ଶଙ୍ଖନାଦ ନିନାଦିତ। ଶହ ଶହ ଛାତ୍ରଛାତ୍ରୀଙ୍କୁ ମଣିଷ ଭାବରେ ନିର୍ମାଣ କରିବା ପାଇଁ ଯେଉଁ ଆନ୍ତରିକତା ସେ ଉତ୍ସର୍ଗ କରିଯାଇଛନ୍ତି, ତାହାର ପୁନଃଜାଗରଣ ସାଂପ୍ରତିକ ପରିସ୍ଥିତିରେ ଏକାନ୍ତ ପ୍ରାସଙ୍ଗିକ। ସେ ତାଙ୍କ ସହଧର୍ମିଣୀ ଶୈଳବାଳା ମିଶ୍ରଙ୍କ ସହଯୋଗିତାରେ ପିତା ଦୟାନିଧି ମିଶ୍ରଙ୍କ ଜୀବନୀ ପୁସ୍ତକ ‘ଗ୍ରସ୍ତସୂର୍ଯ୍ୟ’ ରଚନା କରିଥିଲେ। ୨୦୦୧ ଫେବ୍ରୁଆରି ୨୬ ତାରିଖରେ ଅମୂଲ୍ୟକୃଷ୍ଣଙ୍କର ପରଲୋକ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe