/sambad/media/post_attachments/wp-content/uploads/2017/11/ms-1.jpg)
ମେଷ: ଦିନଟି ଆପଣଙ୍କ ପାଇଁ ଅନୁକୂଳ। ଜଟିଳ ପ୍ରଶ୍ନର ସମାଧାନ ମିଳିବ। ବ୍ୟବସାୟରେ ଫାଇଦା ପାଇଁ କୌଣସି ବ୍ୟକ୍ତି ମିଳିବେ। କୌଣସି ସୁଖଦ ଯାତ୍ରା ଯୋଗ ରହିଛି। ପ୍ରେମ ଆଳାପରେ ସତେଜତା ଅନୁଭବ କରିବେ। ଶୁଭରଙ୍ଗ: ଧଳା। ଆରାଧନା: ବାବା ହରିଶଙ୍କର।
/sambad/media/post_attachments/wp-content/uploads/2017/11/brus-290x300.jpg)
ବୃଷ: ଦିନଟି ଆପଣଙ୍କୁ ସଫଳତା ଓ ପ୍ରଗତି ଆଣିଦେବ। ନିଜ କାମରେ ନିଜେ ଫଇସଲା କରି ସନ୍ତୁଷ୍ଟ ହେବେ। ଅଚାନକ ଧନଲାଭ ଯୋଗ ରହିଛି। ନିଜ ପାଇଁ ପରିଧାନ କିଣିବେ। ବିଜ୍ଞାନ ଛାତ୍ର ଆଜି କିଛି ନୂଆ ଶିକ୍ଷାଲାଭ କରିବେ। ଶୁଭରଙ୍ଗ: ଲାଲ। ଆରାଧନା: ମାଆ ଅମ୍ବିକା।
/sambad/media/post_attachments/wp-content/uploads/2017/11/mithun.jpg)
ମିଥୁନ: ଆଜି ଆପଣ ଊର୍ଜାବାନ ଓ ସକ୍ରିୟ ରହିବେ। ସାମାଜିକ କାର୍ଯ୍ୟରେ ଆପଣଙ୍କର ମହତ୍ତ୍ଵପୂର୍ଣ୍ଣ ଭୂମିକା ରହିବ। ପରିବାରରେ କୌଣସି ବଡ଼ ଖୁସି ଆସିପାରେ। କାରବାର ବୃଦ୍ଧି ପାଇଁ ଉପାୟ ଫଳପ୍ରଦ ହେବ। ଶୁଭରଙ୍ଗ: ଧଳା। ଆରାଧନା: ପ୍ରଭୁ ଶ୍ରୀଜଗନ୍ନାଥ।
/sambad/media/post_attachments/wp-content/uploads/2017/11/karkat.jpg)
କର୍କଟ: ଦିମାକରେ ଲାଗି ରହିଥିବା ଓଲଟପାଲଟ ସମାପ୍ତ ହୋଇଯିବ। ଆଲୋଚକ ରୂପେ କାମ କରିବେ। ବ୍ୟବସାୟୀ ନିଜର ଯୋଜନାକୁ ଗୁପ୍ତ ରଖନ୍ତୁ। ବିଦେଶ ଯିବା ପାଇଁ ଯୋଜନା କରିବେ। ଛାତ୍ରଙ୍କ ପାଇଁ ଦିନଟି ବଢ଼ିଆ ରହିବ। ଶୁଭରଙ୍ଗ: ସବୁଜ। ଆରାଧନା: ବାବା ଗୁପ୍ତେଶ୍ୱର।
/sambad/media/post_attachments/wp-content/uploads/2017/11/singha.jpg)
ସିଂହ: ଅଫିସରେ ଆପଣଙ୍କୁ ଯୋଗ୍ୟ ପ୍ରମାଣିତ କରିବାରେ ସଫଳ ହେବେ। ଗହଣାରେ ନିବେଶ ପାଇଁ ଦିନଟି ଭଲ। ଖେଳାଳିଙ୍କର ପ୍ରଦର୍ଶନ ବଢ଼ିଆ ରହିବ। ଲେଖକଙ୍କୁ ପୁରସ୍କାର ମିଳିପାରେ। ମହିଳାଙ୍କୁ ଅଚାନକ ଧନଲାଭ ହେବ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ବିରଜା।
/sambad/media/post_attachments/wp-content/uploads/2017/11/kanya.jpg)
କନ୍ୟା: ଆପଣଙ୍କର ସ୍ଥଗିତ ଥିବା କାମ ପୂରା ହୋଇଯିବ। ଆପଣଙ୍କର ମାନ-ସମ୍ମାନ ବୃଦ୍ଧି ହେବ। କର୍ମଚାରୀଙ୍କର ଧନଲାଭ ହୋଇପାରେ। ଆପଣଙ୍କର ସ୍ୱାସ୍ଥ୍ୟ ଭଲ ରହିବ। ବୈବାହିକ ଜୀବନରେ ମନର ଆବେଗ ସମାପ୍ତ ହେବ। ଶୁଭରଙ୍ଗ: ଗୋଲାପୀ। ଆରାଧନା: ସୂର୍ଯ୍ୟଦେବ।
/sambad/media/post_attachments/wp-content/uploads/2017/11/tula.jpg)
ତୁଳା: ଆପଣଙ୍କ ମନ ଧର୍ମ ଦିଗରେ ଅଧିକ ଲାଗି ରହିବ। ଆଇନକାନୁନ ମାମଲାର ସମାଧାନ ହୋଇପାରେ। ଅଫିସ୍ରେ ଆପଣଙ୍କ କାମକୁ ଠିକ ଦିଶା ଦେବେ। ଅଚାନକ ଢେର୍ସାରା ଧନ ପାଇବେ। ପରିବାର ସହିତ ଖୁସି ବାଣ୍ଟନ୍ତୁ। ଶୁଭରଙ୍ଗ: ନୀଳ। ଆରାଧନା: ଶ୍ରୀ ଗଣେଶ।
ବିଛା: ଆଜି ଆପଣ ଟିକେ ସତର୍କ ରହିବାର ଆବଶ୍ୟକତା ରହିଛି। ଅଫିସ୍ରେ କୌଣସି କଥାକୁ ନେଇ କର୍ତ୍ତୃପକ୍ଷଙ୍କ ସହିତ ମତଭେଦ ହୋଇପାରେ। ରାଜନୀତି କ୍ଷେତ୍ରକୁ ଯିବା ପାଇଁ ବିଚାର କରିବେ। ବଜେଟକୁ ଧ୍ୟାନରେ ରଖି ଖର୍ଚ୍ଚ କରନ୍ତୁ। ଶୁଭରଙ୍ଗ: ଧୂସର। ଆରାଧନା: ମାଆ କୀଚକେଶ୍ୱରୀ।
/sambad/media/post_attachments/wp-content/uploads/2017/10/dhanu.jpg)
ଧନୁ: କାରବାର ବୃଦ୍ଧି ପାଇଁ ଦିନଟି ଭଲ। ପୁରୁଣା ଚିନ୍ତା ଦୂର ହେବ। ଭାଇ ଓ ବନ୍ଧୁଙ୍କ ମାଧ୍ୟମରେ ଲାଭ ପାଇବେ। ସାମାଜିକ କାର୍ଯ୍ୟରେ ମହତ୍ତ୍ଵପୂର୍ଣ୍ଣ ଭୂମିକା ନିର୍ବାହ କରିବେ। ବୈବାହିକ ଜୀବନରେ ମଧୁରତା ବଢ଼ିବ। ଶୁଭରଙ୍ଗ: ଧଳା। ଆରାଧନା: ବାବା କପିଳାସ।
/sambad/media/post_attachments/wp-content/uploads/2017/11/makar.jpg)
ମକର: ଘର ସଫାସୁତୁରା ରଖନ୍ତୁ, ସୁଖ ସମୃଦ୍ଧି ବୃଦ୍ଧି ହେବ। କାର୍ଯ୍ୟାଳୟରେ ଏଭଳି ଅବସର ମିଳିବ ଯଦ୍ଦ୍ଵାରା ଆପଣଙ୍କର ଯଥେଷ୍ଟ ଲାଭ ହେବ। ଆପଣ ସାକ୍ଷାତକାରରେ ସଫଳତା ହାସଲ କରିବେ। ଶୁଭରଙ୍ଗ: ବାଦାମୀ। ଆରାଧନା: ମାଆ ସୁରେଶ୍ୱରୀ।
/sambad/media/post_attachments/wp-content/uploads/2017/11/kumbha.jpg)
କୁମ୍ଭ: ବ୍ୟବସାୟୀଙ୍କୁ ବଡ଼ ଅର୍ଡର ମିଳିପାରେ। ଆପଣଙ୍କ ବ୍ୟବହାର ବହୁତ ମଧୁର ରହିବ। କଳା ସଙ୍ଗୀତ କ୍ଷେତ୍ରରେ ଥିବା ବ୍ୟକ୍ତି ବିଶେଷ ଭଲ ପ୍ରଦର୍ଶନ କରିବେ। ଅଫିସରେ ଆଜି କାମର ଚାପ କମ୍ ରହିବ। ପ୍ରେମ ପ୍ରସଙ୍ଗଯୁକ୍ତ ଜୀବନରେ ଖୁବ୍ ଆନନ୍ଦ ମିଳିବ। ଶୁଭରଙ୍ଗ: ନୀଳ। ଆରାଧନା: ମାଆ ଅମ୍ବିକା।
/sambad/media/post_attachments/wp-content/uploads/2017/11/mina.jpg)
ମୀନ: ଦିନଟି ଆପଣଙ୍କ ଲାଗି ଖଟା-ମିଠା ରହିବ। ବ୍ୟବସାୟୀ ନିଜର ଯୋଜନାକୁ ଗୁପ୍ତ ରଖନ୍ତୁ; ସମୟ ଆସିଲେ ପ୍ରକଟ କରିବେ। ଚାକିରିଆ ଦୂରସ୍ଥାନକୁ ଯାତ୍ରାରେ ଯାଇପାରନ୍ତି। ବିବାହିତା କଥାବାର୍ତ୍ତାରେ ସଂଯମ ରଖନ୍ତୁ। ଶୁଭରଙ୍ଗ: ସବୁଜ। ଆରାଧନା: ସନ୍ତୋଷୀ ମାତା।
Follow Us