/sambad/media/post_attachments/wp-content/uploads/2017/11/ms-1.jpg)
ମେଷ: ପରିବାର ମଧ୍ୟରେ ଆନନ୍ଦ ଉଲ୍ଲାସ ଦେଖାଦେବ। ସ୍ବାଦିଷ୍ଠ ଭୋଜନର ଆନନ୍ଦ ନେବେ। ପ୍ରିୟତମଙ୍କ ସହିତ ସମ୍ବନ୍ଧ ମଜଭୁତ ହେବ। ଜରୁରୀ କାମରେ ସଫଳତା ପାଇବେ।
/sambad/media/post_attachments/wp-content/uploads/2017/11/brus-290x300.jpg)
ବୃଷ: ଦିନଟି ରଚାନାତ୍ମକ କାର୍ଯ୍ୟରେ ବିତିବ। ସମ୍ଭବ ହେଲେ ନିଜ କାମ ସନ୍ଧ୍ୟା ପୂର୍ବରୁ ସମାପ୍ତ କରିଦିଅନ୍ତୁ। ପ୍ରିୟତମଙ୍କୁ ଅନ୍ତରର କଥା କୁହନ୍ତୁ, ମନକୁ ଶାନ୍ତି ମିଳିବ। ଛାତ୍ରଙ୍କ ଲାଗି ଦିନଟି ଭଲ।
/sambad/media/post_attachments/wp-content/uploads/2017/11/mithun.jpg)
ମିଥୁନ: ବହୁ ଦିନର ସ୍ବପ୍ନ ସାକାର ହେବ। ପ୍ରେମିକାଙ୍କୁ ଦାମିକା ଜିନିଷ ଉପହାର ଦେବେ। ବ୍ୟବସାୟରେ ଆଶାଜନକ ଫଳ ପାଇବେ। ମହିଳାମାନଙ୍କ ଲାଗି ଦିନଟି ଆରାମଦାୟକ ରହିବ।
/sambad/media/post_attachments/wp-content/uploads/2017/11/karkat.jpg)
କର୍କଟ: ଆପଣ ତା’କୁ ମହତ୍ତ୍ବ ଦିଅନ୍ତୁ ଯାହା ଆପଣଙ୍କ ଲାଗି ଗୁରୁତ୍ବପୂର୍ଣ୍ଣ। ପରିବାର, କାମ ଓ ବନ୍ଧୁ ମଧ୍ୟରେ ଭାରସାମ୍ୟ ବଜାୟ ରଖନ୍ତୁ। ଖେଳାଳି ପ୍ରତିଯୋଗିତାରେ ଭଲ କରିବେ।
/sambad/media/post_attachments/wp-content/uploads/2017/11/singha.jpg)
ସିଂହ: ଶାନ୍ତ ରହି ନିଜର ପ୍ରାଥମିକତା ଚୟନ କରନ୍ତୁ। ସରକାରୀ ଚାକିରିଆଙ୍କର କାମର ବୋଝ ଅଧିକ ରହିବ। ପୂର୍ବ କଥାକୁ ନେଇ ଜୀବନସାଥୀଙ୍କ ସହିତ ବଚସା ହୋଇପାରେ।
/sambad/media/post_attachments/wp-content/uploads/2017/11/kanya.jpg)
କନ୍ୟା: ନିଜର ଆର୍ଥିକ ସ୍ଥିତିକୁ ଦେଖି ଭବିଷ୍ୟତ ଲାଗି ଯୋଜନା କରନ୍ତୁ। ବ୍ୟବସାୟ ବିସ୍ତାର କରିବା ଲାଗି ଚିନ୍ତା କରିବେ। ସଙ୍ଗୀତ କ୍ଷେତ୍ରରେ ଥିବା ଲୋକଙ୍କ ଲାଗି ଦିନଟି ଭଲ।
/sambad/media/post_attachments/wp-content/uploads/2017/11/tula.jpg)
ତୁଳା: ଆପଣଙ୍କ ସମ୍ବନ୍ଧରେ ଲାଗି ରହିଥିବା ତିକ୍ତତା ଦୂର ହେବ। ବିଦେଶରେ ଯାଇ ଚାକିରି କରିବାକୁ ଚାହୁଁଥିବା ବ୍ୟକ୍ତି ଶୁଭ ଖବର ପାଇବେ। ଖେଳାଳିମାନେ ପୁରସ୍କୃତ ହେବେ।
/sambad/media/post_attachments/wp-content/uploads/2017/11/bicha.jpg)
ବିଛା: ଆପଣଙ୍କର ଧ୍ୟାନ ଧାର୍ମିକ କାର୍ଯ୍ୟରେ ରହିବ। ଏଭଳି ବ୍ୟକ୍ତିଙ୍କ ସହ ମିଶିବେ ଯାହାଙ୍କ ମାଧ୍ୟମରେ ଭବିଷ୍ୟତରେ ଲାଭ ହେବ। ଡାକ୍ତରଙ୍କର ନାମ ସମାଜରେ ଉଚ୍ଚା ରହିବ।
/sambad/media/post_attachments/wp-content/uploads/2017/10/dhanu.jpg)
ଧନୁ: ନିଜର କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ, ନହେଲେ ସୁଯୋଗ ହାତଛଡ଼ା ହୋଇଯିବ। ସରକାରୀ କ୍ଷେତ୍ରରୁ ଲାଭ ହେବାର ସମ୍ଭାବନା ଅଛି। ଛାତ୍ର ନୂଆ ଦକ୍ଷତା ହାସଲ କରିବେ।
/sambad/media/post_attachments/wp-content/uploads/2017/11/makar.jpg)
ମକର: ଲେଖକ ଓ କଳାକାରଙ୍କ ଲାଗି ଦିନଟି ବହୁତ ଭଲ। ଆର୍ଥିକ ସ୍ଥିତି ପୂର୍ବ ଅପେକ୍ଷା ସୁଦୃଢ଼ ହେବ। ନୂଆ ବ୍ୟବସାୟ ଆରମ୍ଭ କରିବା ଲାଗି ଦିନଟି ଶୁଭ।
/sambad/media/post_attachments/wp-content/uploads/2017/11/kumbha.jpg)
କୁମ୍ଭ: ଶାରୀରିକ ଓ ମାନସିକ ରୂପେ ଠିକ୍ ରହିବେ। ଆପଣଙ୍କ କାମର ପ୍ରଶଂସା ହୋଇପାରେ। ସରକାରୀ ଚାକିରିଆଙ୍କର ଭଲ ଜାଗାକୁ ବଦଳି ହେବ। ସମ୍ପର୍କ ଅଧିକ ନିବିଡ଼ ହେବ।
ମୀନ: ନିଜ ବିଚାରକୁ ସ୍ପଷ୍ଟ ଭାବେ ବ୍ୟକ୍ତ କରିବାକୁ ଚେଷ୍ଟା କରନ୍ତୁ। ବେପାରରେ ଅନ୍ୟମାନଙ୍କ ସହିତ ସଂପର୍କ ଗଢ଼ନ୍ତୁ, ଲାଭ ହେବ। ପରିବାରରେ ପରିବେଶ ଶାନ୍ତିପୂର୍ଣ୍ଣ ରହିବ।
Follow Us