/sambad/media/post_attachments/wp-content/uploads/2017/11/ms-1.jpg)
ମେଷ: ପୂରା ଦିନ ଆପଣଙ୍କ ମନ ପ୍ରସନ୍ନ ରହିବ। ବ୍ୟବସାୟରେ ନୂଆ ସୁଯୋଗ ପାଇବେ। ଅଫିସରେ ଆପଣଙ୍କ ପରାମର୍ଶକୁ ସମସ୍ତେ ସମ୍ମାନ କରିବେ। ପ୍ରେମ ପ୍ରସଙ୍ଗରେ ସଫଳତା ପାଇବେ।
/sambad/media/post_attachments/wp-content/uploads/2017/11/brus-290x300.jpg)
ବୃଷ: ଆପଣଙ୍କର ପରାକ୍ରମ ଓ ପୁରୁଷାର୍ଥ ବଢ଼ିବ। ଜରୁରୀ କାମରେ ଦୂର ସ୍ଥାନକୁ ଯିବେ। ଚାକିରିଆଙ୍କର ଏଭଳି ସ୍ଥାନକୁ ବଦଳି ହେବ ଯାହାଦ୍ବାରା ଯାତାୟାତରେ ଅସୁବିଧା ହୋଇପାରେ।
/sambad/media/post_attachments/wp-content/uploads/2017/11/mithun.jpg)
ମିଥୁନ: ଅଯଥା କଥାଠୁଁ ନିଜକୁ ଦୂରରେ ରଖନ୍ତୁ। ଅପ୍ରତ୍ୟାଶିତ ଧନପ୍ରାପ୍ତି ହେବ। ବ୍ୟବସାୟ ବିଷୟରେ ବନ୍ଧୁ ସହିତ କଥାବାର୍ତ୍ତା କରିବେ। ଗୃହିଣୀଙ୍କୁ ଘର କାମରେ ପତିଙ୍କ ସହଯୋଗ ମିଳିବ।
/sambad/media/post_attachments/wp-content/uploads/2017/11/karkat.jpg)
କର୍କଟ: ପୂର୍ବରୁ ଲାଗି ରହିଥିବା ଚିନ୍ତା ସମାପ୍ତ ହେବ। ନିଜର ଭାବନା ଓ ଯୋଜନାକୁ କ୍ରିୟାନ୍ବିତ କରିବା ପାଇଁ ଲଗାତାର ପ୍ରୟାସ କରିବେ। ଦାମ୍ପତ୍ୟ ଜୀବନ ପୂର୍ବ ଅପେକ୍ଷା ଭଲ ହେବ।
/sambad/media/post_attachments/wp-content/uploads/2017/11/singha.jpg)
ସିଂହ: ମନ ଅଶାନ୍ତି ମୁକ୍ତ ରହିବ। ମହତ୍ତ୍ବପୂର୍ଣ୍ଣ କଥା ଲୋକମାନଙ୍କ ସହ ଆଲୋଚନା କରିବାର ସୁଯୋଗ ପାଇବେ। ବ୍ୟବସାୟରେ ଯଥେଷ୍ଟ ଲାଭ ହେବ। ଅଫିସ କାମରେ ଦୂର ସ୍ଥାନକୁ ଯିବେ।
/sambad/media/post_attachments/wp-content/uploads/2017/11/kanya.jpg)
କନ୍ୟା: ଇଚ୍ଛା ପୂରା କରିବା ଚେଷ୍ଟାରେ ସଫଳ ହେବେ। ମହିଳା ବ୍ୟବସାୟୀଙ୍କ ଲାଗି ଦିନଟି ଲାଭପ୍ରଦ। କୋର୍ଟ ମାମଲାରେ ବ୍ୟସ୍ତତା ବଢ଼ିବ। ଛାତ୍ରଙ୍କୁ ସହପାଠୀଙ୍କ ସହଯୋଗ ମିଳିବ।
/sambad/media/post_attachments/wp-content/uploads/2017/11/tula.jpg)
ତୁଳା: ଆପଣ ନିଜ କଥାରେ ଲୋକଙ୍କୁ ମନାଇ ପାରିବେ। ବ୍ୟବସାୟୀଙ୍କ ଲାଗି ଦିନଟି ଲାଭଦାୟକ ହେବ। ଦୀର୍ଘ ଦିନରୁ ଲାଗି ରହିଥିବା ଘରୋଇ ଅସୁବିଧା ଦୂର ହେବ।
/sambad/media/post_attachments/wp-content/uploads/2017/11/bicha.jpg)
ବିଛା: ଆପଣଙ୍କୁ ନିଜ ପ୍ରତିଭାରେ ଯଥେଷ୍ଟ ଲାଭ ମିଳିବ। ଜମି ସମସ୍ୟା ସମାଧାନ ହୋଇଯିବ। ଜୀବନସାଥୀ ଓ ପରିଜନଙ୍କ ସ୍ନେହ ପାଇବେ। ବ୍ୟବସାୟୀଙ୍କ ଲାଗି ଦିନଟି ଲାଭପ୍ରଦ।
/sambad/media/post_attachments/wp-content/uploads/2017/10/dhanu.jpg)
ଧନୁ: ନୂଆ ବିଚାର ଆପଣଙ୍କ ଆର୍ଥିକ ପକ୍ଷ ଲାଗି ଲାଭଦାୟକ ହେବ। ଚାକିରି ପରିବର୍ତ୍ତନ କରିବାକୁ ଚାହୁଁଥିବା ଲୋକଙ୍କ ପାଇଁ ଦିନଟି ଭଲ। ଛାତ୍ର ମନ ଦେଇ ପଢ଼ିବାକୁ ଚେଷ୍ଟା କରନ୍ତୁ।
/sambad/media/post_attachments/wp-content/uploads/2017/11/makar.jpg)
ମକର: ଚାକିରିରେ ନୂଆ ଦାୟିତ୍ବ ପାଇବେ। ଅଚାନକ କୌଣସି ବନ୍ଧୁ ଆପଣଙ୍କୁ ଦେଖା କରିବାକୁ ଆସିବେ। ବ୍ୟବସାୟରେ ଭଲ ଲାଭ ହେବ। ପ୍ରେମ ସମ୍ବନ୍ଧରେ ମଧୁରତା ଆସିବ।
/sambad/media/post_attachments/wp-content/uploads/2017/11/kumbha.jpg)
କୁମ୍ଭ: କୌଣସି କାମକୁ ନୂଆକରି ମୂଳରୁ ଆରମ୍ଭ କରିବେ। ଆର୍ଥିକ ସ୍ଥିତି ସୁଦୃଢ଼ ହେବା ଯୋଗୁଁ ପରିବାରରେ ଅଶାନ୍ତି କମ୍ ହେବ। ରାଜନୀତି କ୍ଷେତ୍ରରେ ଥିବା ବ୍ୟକ୍ତିଙ୍କୁ ପ୍ରଶଂସା ମିଳିବ।
ମୀନ: କାର୍ଯ୍ୟକ୍ଷେତ୍ରରେ ଏଭଳି ସୁଯୋଗ ପାଇବେ ଯାହାଦ୍ବାରା ଆମଦାନି ବୃଦ୍ଧି ହେବ। ଜୀବନସାଥୀଙ୍କ ସହ ଆନନ୍ଦମୟ ସନ୍ଧ୍ୟା କାଟିବେ। ଲୁଗା ଦୋକାନ ଖୋଲିବା ପାଇଁ ଦିନଟି ଭଲ।
Follow Us