ଜାଣନ୍ତୁ ଆଜିର ରାଶିଫଳ

ରାଶିଫଳ ଜୀବନଚକ୍ରର ଏକ ଗୁରୁତ୍ବପୂର୍ଣ୍ଣ ଅଂଶବିଶେଷ। ଯଦିଓ ଅନେକ ରାଶିଫଳ ଉପରେ ବିଶ୍ବାସ କରନ୍ତି ନାହିଁ। କିନ୍ତୁ ଅନେକ ଲୋକ ଅଛନ୍ତି, ଯେଉଁମାନେ ରାଶିଫଳ ଦେଖି ଦିନ ଆରମ୍ଭ କରିଥାନ୍ତି। ଆସନ୍ତାକାଲି କେଉଁ ରାଶି ପାଇଁ କ’ଣ ସବୁ ଭଲ ଓ ଖରାପ ରହିଛି ତାହା ଆଗୁଆ ଜାଣନ୍ତୁ।

ଜାଣନ୍ତୁ ଆଜିର ରାଶିଫଳ

ମେଷ: ଅଧୁରା ଥିବାକାମ ବନ୍ଧୁ ସାହାଯ୍ୟରେ ସଂପୂର୍ଣ୍ଣ କରିବେ। ଧାରନେବା ଓ ଦେବାରେ ନିବୃତ୍ତ ରୁହନ୍ତୁ। ପାରିବାରିକ ଜୀବନ ସୁଖମୟ ହେବ। ଲେଖାପଢ଼ାରେ ଆପଣଙ୍କରଏକାଗ୍ରତା ବଢ଼ିବ। ‌

ବୃଷ: କୌଣସି ମାମଲାରେ ବଡ଼ ନିର୍ଣ୍ଣୟ ନେଇପାରନ୍ତି। ବ୍ୟବସାୟୀ ନିଜର କାଗଜପତ୍ର ସମ୍ଭାଳି କରି ରଖନ୍ତୁ। ପ୍ରେମ ସମ୍ବନ୍ଧରେ ନକାରାତ୍ମକତା ଅନୁଭବ କରିବେ। ଖାଦ୍ୟ ପାନୀୟ ପ୍ରତି ସଜାଗ ରହନ୍ତୁ। ‌

ମିଥୁନ: ଲୋକମାନଙ୍କ ଆଗରେ ଆପଣଙ୍କର ଭାବମୂର୍ତ୍ତି ଭଲ ରହିବ। ବାଲ୍ୟବନ୍ଧୁ ସହ ଦେଖା ହୋଇପାରେ। ବ୍ୟବସାୟୀଙ୍କୁ ଯଥେଷ୍ଟ ଲାଭ ହେବ। ବିଦ୍ୟାର୍ଥୀଙ୍କ ମନ ଲେଖାପଢ଼ାରେ ଲାଗିବ। ‌

କର୍କଟ: ବ୍ୟବସାୟ ସମ୍ବନ୍ଧରେ ବଡ଼ ନିଷ୍ପତ୍ତି ନେବା ପାଇଁ ଦିନଟି ଭଲ। ରାଜନୀତିରେ ଥିବା ଲୋକ ସଫଳତା ପାଇବେ। ଘରକୁ ବନ୍ଧୁ ଆସିପାରନ୍ତି। ପ୍ରେମିକା ସହିତ ସମ୍ବନ୍ଧ ମଜଭୁତ ହେବ।

ସିଂହ: ଚାକିରିଜୀବୀଙ୍କ ଲାଗି ଦିନଟି ଭଲ। ଉପରିସ୍ଥ କର୍ମଚାରୀ ଆପଣଙ୍କ ପ୍ରତି ବହୁତ ଖୁସି ରହିବେ। ନୂଆ ଜମି କିଣିବା ପୂର୍ବରୁ ଶୁଭମୁହୂର୍ତ୍ତ ଦେଖି ନିଅନ୍ତୁ। ଜୀବନସାଥୀର ପ୍ରେମ ଓ ସୁଖ ପାଇବେ।

କନ୍ୟା: ଆପଣଙ୍କ ସ୍ବଭାବକୁ କୋମଳ ରଖନ୍ତୁ। ଅଧିକ ଭାବୁକ ହେଲେ ଅଶାନ୍ତିରେ ରହିବେ। ମନର ବ୍ୟଥା ପାଖ ଲୋକଙ୍କୁ କୁହନ୍ତୁ ମନ ହାଲୁକା ହେବ। ରାଜନୀତି କାର୍ଯ୍ୟରେ ରୁଚି ବଢ଼ିବ।

ତୁଳା: ଅଫିସରେ ସହକର୍ମୀ ଆପଣଙ୍କ କାମର ପ୍ରଶଂସା କରିବେ। ବ୍ୟବସାୟରେ ଧନଲାଭ ହେବ। ଅନ୍ତରଙ୍ଗ ବନ୍ଧୁ ସହିତ ଦେଖା ହୋଇପାରେ। ଛାତ୍ରଙ୍କୁ କୌଣସି ନୂଆ ପ୍ରୋଜେକ୍ଟ ମିଳିବ।

ବିଛା: ପରିବାରରେ କୌଣସି ଲୋକଙ୍କ ସହିତ ମତଭେଦ ହୋଇପାରେ। ଅପବ୍ୟୟ ଉପରେ ନିୟନ୍ତ୍ରଣ ରଖନ୍ତୁ। ଅଫିସରେ ଆପଣଙ୍କର ଖଟଣି ପାଇଁ ପଦୋନ୍ନତି ମିଳିପାରେ।

ଧନୁ: ଆପଣଙ୍କର ନୂଆ କାର୍ଯ୍ୟ ପ୍ରତି ଆଗ୍ରହ ବଢ଼ିବ। ଆର୍ଥିକ ପକ୍ଷ ପୂର୍ବ ଅପେକ୍ଷା ସୁଦୃଢ଼ ହେବ। ଓକିଲଙ୍କୁ ପୁରୁଣା ମକଦ୍ଦମାରେ ବିଜୟ ମିଳିବ। ଡ଼ାକ୍ତରଙ୍କର ସମାଜରେ ପ୍ରସିଦ୍ଧି ବଢ଼ିବ।

ମକର: କୌଣସି ଚାଲେଞକୁ ସହଜରେ ସମାଧାନ କରିଦେବେ। ପୂର୍ବରୁ କରିଥିବା କୌଣସି ଭୁଲ୍ ପାଇଁ ପଶ୍ଚାତାପ କରିବେ। ବଜେଟକୁ ଧ୍ୟାନ ରଖି ଖର୍ଚ୍ଚ କରନ୍ତୁ। ଦାମ୍ପତ୍ୟ ଜୀବନରେ ଖୁସି ଆସିବ।

କୁମ୍ଭ: ସବୁ କାମ ମନମୁତାବକ ସଂପୂର୍ଣ୍ଣ ହେବ। ଅବିବାହିତଙ୍କ ଲାଗି ବିବାହର ଭଲ ପ୍ରସ୍ତାବ ଆସିବ। ପୁସ୍ତକ ବ୍ୟବସାୟୀଙ୍କୁ ଆଶା ଠାରୁ ଅଧିକ ଲାଭ ହେବ। ଇଂଜିନିୟର ଛାତ୍ରଙ୍କ ଲାଗି ଭଲ ଦିନଟିଏ।

ମୀନ: ଆପଣଙ୍କ ଲାଗି ଦିନଟି ବହୁତ ଭଲ ରହିବ। ଚାକିରି ବୃତ୍ତିରେ ସଫଳତା ପାଇବେ। ଜୀବନସାଥୀ ସହିତ ବାହାରକୁ ବୁଲି ଯାଇପାରନ୍ତି। ନୂଆ ବସ୍ତ୍ର କିଣିବାରେ ଅଧିକ ଖର୍ଚ୍ଚ କରିପାରନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe