କର୍କଟ ରୋଗ ସହ ଏହି ସବୁ ଶାରୀରିକ ସମସ୍ୟା ଦୂର କରିଥାଏ ଟମାଟୋ ଜୁସ୍

Advertisment
କର୍କଟ ରୋଗ ସହ ଏହି ସବୁ ଶାରୀରିକ ସମସ୍ୟା ଦୂର କରିଥାଏ ଟମାଟୋ ଜୁସ୍

Yummly

ଟମାଟୋ ଏକ ଏମିତି ଜିନିଷ ଯାହାକୁ ଲୋକମାନେ ଦୈନନ୍ଦିନ ଜୀବନରେ ପ୍ରାୟ ସବୁଥିରେ ବ୍ୟବହାର କରିଥାନ୍ତି । ତରକାରିର ସ୍ୱାଦ ବଢ଼ାଇବା ସହିତ ସାଲାଡ୍, ଟମାଟୋ କେଚ୍‌ ଅପ୍‌, ସୁପ୍‌ ଇତ୍ୟାଦି ପ୍ରସ୍ତୁତିରେ ଟମାଟୋକୁ ଲୋକମାନେ ବ୍ୟବହାର କରିଥାନ୍ତି । ପ୍ରତିଦିନ ଏହାକୁ ବା ଏଥିରେ ତିଆରି ଜିନିଷକୁ ଖାଇବା ଦ୍ୱାରା ଶରୀରର ଅନେକ ସମସ୍ୟା ଦୂର ହୋଇଥାଏ । କ୍ୟାଲ୍‌ସିୟମ, ଫସ୍‌ଫରସ୍‌ ଏବଂ ଭିଟାମିନ୍‌ ‘ସି’ରେ ଭରପୁର ଥିବା ଟମାଟୋର ଜୁସ୍‌ ପ୍ରସ୍ତୁତ କରି ପିଇବା ଦ୍ୱାରା ଶରୀରରେ ଦେଖା ଯାଉଥିବା ମୋଟାପଣ, ଏସିଡ଼ିଟି ଏବଂ ଆଖିର ସମସ୍ୟା ଦୂର ହୋଇଥାଏ । ତେବେ ଆସନ୍ତୁ ଜାଣିବା ଟମାଟୋ ଜୁସ୍‌ ପିଇବା ଦ୍ୱାରା ଶରୀରର କେଉଁ କେଉଁ ସମସ୍ୟା ଦୂର ହୋଇଥାଏ ।

୧. ଟମାଟୋ ଜୁସ୍‌ରେ ଆଣ୍ଟିଅକ୍ସିଡ଼ାଣ୍ଟ, ଫଲିକ୍‌ ଏସିଡ଼୍‍, ବେଟା କେରୋଟିନ୍‌ ଭଳି ତତ୍ତ୍ୱ ରହିଥାଏ, ଯାହା ଶରୀରରେ କର୍କଟ ରୋଗର କୋଷିକାଗୁଡ଼ିକୁ ବଢ଼ିବାରୁ ରୋକିଥାଏ । ପ୍ରତିଦିନ ଟମାଟୋ ଜୁସ୍‌ ପିଇବା ଦ୍ୱାରା କର୍କଟ ରୋଗ ହେବାର ଆଶଙ୍କା ୧୮ ପ୍ରତିଶତ କମି ଯାଇଥାଏ ।
୨. ଯକୃତର ବିଶୁଦ୍ଧିକରଣ ପାଇଁ ଟମାଟୋ ଜୁସ୍‌ ପିଇବା ହେଉଛି ସବୁଠାରୁ ଭଲ ଉପାୟ । ଏହାକୁ ପିଇବା ଦ୍ୱାରା ଶରୀର ଏବଂ ଯକୃତରୁ ସବୁ ପ୍ରକାରର ଖରାପ ଜିନିଷ ଦୂର ହେବା ସହ ଶରୀର ସୁସ୍ଥ ରହିଥାଏ ।

Is Tomato Juice Good for You? Benefits and Downsides

୩.ଏଥିରେ ଥିବା ଫାଇବର, ପୋଟାସିୟମ ଏବଂ ଭିଟାମିନ୍‌ ‘ସି’ ହୃଦ୍‌ ଜନିତ ସମସ୍ତ ସମସ୍ୟାକୁ ଦୂର କରିଥାଏ । ପ୍ରତିଦିନ ଗୋଟେ ଗ୍ଲାସ୍‌ ଟମାଟୋ ଜୁସ୍‌ ପିଇବା ଦ୍ୱାରା ଶରୀରରେ ଉପୁଜୁଥିବା ସମସ୍ତ ହୃଦ୍‌ ଜନିତ ସମସ୍ୟା ଦୂର ହେବା ସହ କୋଲେଷ୍ଟ୍ରଲର ପରିମାଣ କମ ହୋଇଥାଏ ।
୪.ଟମାଟୋ ଜୁସ୍‌ ଶରୀରରେ ଥିବା ବିଷାକ୍ତ ପଦାର୍ଥ ଦୂର କରୁଥିବାରୁ ତ୍ୱଚା ଚମକିବାକୁ ଲାଗିଥାଏ । ଏହା ସହ ଏଥିରେ ଥିବା ଲାଇକୋପିନ୍‌ ଅଂଶ ଶରୀରର ହାଡ଼କୁ ଶକ୍ତ କରିଥାଏ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe