ଜାଣନ୍ତୁ, ଟମାଟୋ ରସ ସେବନ କଲେ କି ଲାଭ ମିଳିଥାଏ?

Advertisment
ଜାଣନ୍ତୁ, ଟମାଟୋ ରସ ସେବନ କଲେ କି ଲାଭ ମିଳିଥାଏ?

photo-youtube

ଅଧିକାଂଶ ଲୋକ ଆଜିକାଲି ବିଲାତି ବାଇଗଣକୁ ଟମାଟୋଭାବେ ଜାଣୁଛନ୍ତି। ସେମାନେବିଲାତି ବାଇଗଣ ନ କହି ବଦଳରେ ଟମାଟୋ ହିଁ କହୁଛନ୍ତି। ଆମର ଦୈନନ୍ଦିନ ଜୀବନରେ ବିଲାତି ବାଇଗଣ ଏକ ପରିବା ଯାହା ବିଭିନ୍ନ ତରକାରୀରେ ଉପଯୋଗ କରାଯାଇଥାଏ। ତେବେ ଏହାର ରସର ଉପକାରିତା ସଂପର୍କରେ ଆପଣ ଜାଣନ୍ତି କି ?

ବ୍ରିଟିଶ ଜର୍ଣ୍ଣାଲ୍‌ ଅଫ୍‌ ନ୍ୟୁଟ୍ରିସନ୍‌ ଅନୁଯାୟୀ ପ୍ରତିଦିନ ବିଲାତି ବାଇଗଣ ରସ ପିଇଲେ ଶରୀରର ଓଜନ ହ୍ରାସ ପାଇଥାଏ । ତେବେ ଏହାର ମାତ୍ରା ଏକ ଗ୍ଲାସରୁ ଅଧିକ ହେବା ଅନୁଚିତ । କ୍ରମାଗତ ଭାବେ ୨୦ ଦିନ ଯାଏଁ ଟମାଟୋ ରସ ସେବନ କଲେ ମହିଳାମାନଙ୍କର ଶରୀରରେ ଚର୍ବି କମିଥାଏ । ଏହା ମୋଟାପାକୁ ହ୍ରାସ କରିବାରେ ବି ସହାୟକ ହୋଇଥାଏ । ଏହାକୁ ନିୟମିତଭାବେ ସେବନ କରିଲେ ଶରୀରରେ ରୋଗ ପ୍ରତିରୋଧକ କ୍ଷମତା ବି ବଢ଼ିଥାଏ।

publive-image photo-organicfacts.net

ଏହା ଛଡା ଟମାଟୋ ରସ ଶରୀରରେ ଏଡି ପୋନକ୍ଟିନ୍‌ ନାମକ ପ୍ରୋଟିନ୍‌ର ସ୍ତର ମଧ୍ୟ ବୃଦ୍ଧି କରିଥାଏ , ଯାହା ଫଳରେ ଦେହର ଫ୍ୟାଟ୍‌ କମ୍‌ ହୋଇଥାଏ । ଟମାଟୋ ରସ କିନ୍ତୁ ଅଧିକ ପରିମାଣରେ ସେବନ କରିବା ଅନୁଚିତ। ଖାଲି ପେଟରେ ବି ପିଇବା ଅନୁଚିତ। କାରଣ ଏପରି କରିେଏଲ ଶରୀରରେ ଏସିଡିଟି ବା ଅମ୍ଳ ହେବାର ଆଶଙ୍କା ଦେଖା ଦେଇଥାଏ। ଖାଲି ସେତିକି ନୁହେଁ ଟମାଟୋ ରସ ମୋଟାପା କମାଇବାରେ ଏକ ଭଲ ସାମଗ୍ରୀ ।ଯେଉଁମାନେ ନିଜର ପୃଥୁଳତାକୁ ନେଇ ଚିନ୍ତାରେ ଅଛନ୍ତି ସେମାନେ ଏହାର ପ୍ରୟୋଗ କରି ପାରନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe