ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

Advertisment
ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

publive-imageମେଷ: ମନ୍ଦିରକୁ ଠାକୁର ଦର୍ଶନ ପାଇଁ ଯିବେ। ଅନ୍ୟର ଉତ୍ସାହ ଦେଖି ଆପଣ ପ୍ରଭାବିତ ହେବେ। ଅଫିସରେ ଆପଣଙ୍କ ପ୍ରଦର୍ଶନରେ କର୍ତ୍ତୃପକ୍ଷ ଖୁସି ହେବେ।

publive-imageବୃଷ: ପଡ଼ୋଶୀ ଆପଣଙ୍କ ଭଲ ବ୍ୟବହାରରେ ଖୁସି ରହିବେ। ଆୟର ନୂଆ ଉତ୍ସ ସମ୍ମୁଖକୁ ଆସିବ। ରାଜନୀତି କ୍ଷେତ୍ରରେ ଥିବା ଲୋକଙ୍କ ଲାଗି ଭଲ ଦିନଟିଏ।

publive-imageମିଥୁନ: ଆପଣଙ୍କର ସବୁ କାମ ନିର୍ଦ୍ଧାରିତ ସମୟରେ ପୂରା ହେବ। ଶତ୍ରୁଙ୍କୁ ପରାସ୍ତ କରିବେ। ଜୀବନସାଥୀ ଆପଣଙ୍କୁ ଭଲ ଜିନିଷ ଦେଇପାରନ୍ତି। ବ୍ୟବସାୟୀଙ୍କୁ ଧନଲାଭ ହେବ।

publive-imageକର୍କଟ: ଆପଣଙ୍କ ମନ ସକାରାତ୍ମକ ରହିବ। ଭାବିଥିବା ସବୁ କାମ ପୂରା ହେବ। ଧନଲାଭର ନୂଆ ରାସ୍ତା ଦୃଷ୍ଟିଗୋଚର ହେବ। ବିବାହିତ ଦମ୍ପତି ବାହାରକୁ ବୁଲି ଯିବେ।

publive-imageସି˚ହ: ମନରେ ନୂଆ ବିଚାର ଆସିବ। ଆପଣଙ୍କୁ ପରିଶ୍ରମର ଫଳ ନିଶ୍ଚୟ ମିଳିବ। ଜମି ଦଲାଲଙ୍କୁ ଯଥେଷ୍ଟ ଲାଭ ହେବ। ଘରକୁ କୌଣସି ବନ୍ଧୁ ଆସିବେ।

publive-imageକନ୍ୟା: ଖୋଦ୍‌କୁ ପ୍ରମାଣିତ କରିବା ଲାଗି ଭଲ ଦିନଟିଏ। ଅଫିସରେ ସମସ୍ତଙ୍କର ସହଯୋଗ ପାଇବେ। ଆର୍ଥିକ ସ୍ଥିତି ଚିନ୍ତାଜନକ ହୋଇପାରେ। ପ୍ରେମ ଜୀବନ ଭଲ ରହିବ।

publive-imageତୁଳା: ଆପଣଙ୍କର ସ୍ବଭାବ ସକାରାତ୍ମକ ରହିବ। କ୍ୟାରିୟରରେ ପରିବର୍ତ୍ତନ ଆଣିବା ଲାଗି ଅବସର ମିଳିପାରେ। ପରିବାର ସହିତ ଗୁରୁତ୍ବପୂର୍ଣ୍ଣ ବିଷୟରେ ଆଲୋଚନା କରିବେ।

publive-imageବିଛା: ଅଧିକ ପରିଶ୍ରମ ପରେ ବି କମ୍‌ ଲାଭ ମିଳିପାରେ। ନୂଆ ଲୋକଙ୍କ ସହିତ ସାକ୍ଷାତ ହୋଇପାରେ। ଅଫିସରେ ନିଜ କାମର ଶ୍ରେୟ ଅନ୍ୟ କାହାରକୁ ଦିଅନ୍ତୁ ନାହିଁ।

publive-imageଧନୁ: ମନରେ ଦବି ରହିଥିବା କଥା ସମ୍ମୁଖକୁ ଆଣନ୍ତୁ। କାରବାରରେ ଲାଭ ହେବାର ଯୋଗ ରହିଛି। ଅଫିସ ତରଫରୁ ବାହାରକୁ ଯିବାର ସୁଯୋଗ ପାଇବେ।

publive-imageମକର: ସକାରାତ୍ମକ ପରିବର୍ତ୍ତନ ଆପଣଙ୍କ ଜୀବନକୁ ଉତ୍କୃଷ୍ଟ କରିବ। କାହାରି ସହିତ କଥାବାର୍ତ୍ତା ବେଳେ ବ୍ୟବହାର ନମ୍ର ରଖନ୍ତୁ। ପାରିବାରିକ ଜୀବନ ସୁଖକର ହେବ।

publive-image

କୁମ୍ଭ: ଚାକିରି ବୃତ୍ତିରେ ଶୃଙ୍ଖଳା ଦେଖାଦେବ। କୌଣସି ପୁରୁଣା ବନ୍ଧୁ ସହିତ ମିଶିବା ଲାଗି ଇଚ୍ଛା ହେବ। ରୋଜଗାର ଖୋଜୁଥିବା ଯୁବକଙ୍କୁ ଉପାର୍ଜନ ମିଳିବ।

publive-imageମୀନ: ପ୍ରଭୁଙ୍କ ଧୢାନ ଦ୍ବାରା ମନରେ ସକାରାତ୍ମକ ଶକ୍ତି ସ˚ଚାର ହେବ। ବ୍ୟବସାୟରେ ଉନ୍ନତି ହେବ। ଛାତ୍ରଙ୍କର ଲେଖାପଢ଼ାରେ ବାଧା ଦୂର ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe