ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

publive-imageମେଷ: କାରବାରରେ ଲାଭ ପାଇବେ। ବନ୍ଧୁ ସହିତ ବିଗିଡ଼ିଥିବା ସମ୍ବନ୍ଧ ସୁଧୁରିବ। ମନରେ ଦବି ରହିଥିବା କଥା ଖୋଲିକରି କହନ୍ତୁ। ଏହାଦ୍ବାରା ମନ ଶାନ୍ତ ହେବ ଏବଂ ଅଶାନ୍ତି ଦୂର ହେବ। ଛାତ୍ରଙ୍କ ଲାଗି ଦିନଟି ଭଲ ରହିବ।

publive-imageବୃଷ: ଜୀବନରେ ଲାଗି ରହିଥିବା ସବୁ କଷ୍ଟ ନିବାରଣ ହେବ। ବ୍ୟବସାୟ କାମରେ ଅନ୍ୟ ସହରକୁ ଯିବେ। ଘରକୁ କେହି ବନ୍ଧୁ ଆସିପାରନ୍ତି। ଆପଣଙ୍କୁ ରୋଜଗାରର ଅବସର ମିଳିବ।

publive-imageମିଥୁନ: ଆପଣଙ୍କୁ ଶିକ୍ଷା କ୍ଷେତ୍ରରେ ଉନ୍ନତି ମିଳିବ। ଆପଣଙ୍କର ଆତ୍ମବିଶ୍ବାସ କମ୍ ହେବାକୁ ଦିଅନ୍ତୁ ନାହିଁ। କଳା ବା ରଚନାତ୍ମକ କାର୍ଯ୍ୟରେ ଆପଣଙ୍କର ରୁଚି ବଢ଼ିବ। ଜୀବନସାଥୀ ସହିତ ସମ୍ବନ୍ଧ ମଧୁର ହେବ।

publive-image

କର୍କଟ: କୌଣସି ଜରୁରୀ କାମ ସଂପୂର୍ଣ୍ଣ କରିବାରେ ସଫଳ ହେବେ। ଜୀବନସାଥୀ ସହିତ ସମୟ ଅତିବାହିତ କରିବେ। କୌଣସି ବଡ଼ ଏବଂ ଅଲଗା କାମ କରିବାରେ ନିବୃତ୍ତ ରହନ୍ତୁ। ଜମି କିଣିବା ଲାଗି ଦିନଟି ଭଲ।

publive-imageସିଂହ: କୌଣସି ବନ୍ଧୁ ମାଧ୍ୟମରେ ଆପଣଙ୍କର କାମ ସଂପୂର୍ଣ୍ଣ ହୋଇଯିବ। ସାହିତ୍ୟ କ୍ଷେତ୍ରରେ ଥିବା ଲୋକ ନିଜର ଯୋଗ୍ୟତା ପାଇଁ ସମ୍ମାନିତ ହେବେ। ଅନ୍ୟର ଉତ୍ସାହ ଦେଖି ଆପଣ ଉତ୍ସାହିତ ହେବେ।

publive-imageକନ୍ୟା: ଅଫିସ୍‌ରେ କାମ ପ୍ରତିଦିନ ତୁଳନାରେ ବହୁତ ଭଲଭାବରେ ହେବ। ଅଚାନକ ଧନଲାଭ ହେବ। ସନ୍ଧ୍ୟାରେ ଘରକୁ ବନ୍ଧୁ ଆସିବେ। କିଛି ଯୋଜନା ସମୟ ପୂର୍ବରୁ ପୂରା ହୋଇଯିବ। ପ୍ରେମ ଜୀବନ ଭଲ ରହିବ।

publive-imageତୁଳା: ଅର୍ଡର ସପ୍ଲାଇଙ୍କ ପାଇଁ ଦିନଟି ଭଲ ରହିବ। ଡାକ୍ତର ନୂଆ ଚିକିତ୍ସାଳୟ ଆରମ୍ଭ କରିପାରନ୍ତି। ଜୀବନସାଥୀ ଠାରୁ ଭଲ ଜିନିଷ ପାଇବେ। କୌଣସି ପୁରୁଣା ବନ୍ଧୁ ସହିତ ଦେଖା ହୋଇପାରେ।

publive-imageବିଛା: ଭାବିଥିବା ସବୁ କାମ ପୂରା ହୋଇଯିବ। ମାନସିକ ରୂପେ ପ୍ରସନ୍ନତା ବଜାୟ ରହିବ। ଜୀବନସାଥୀ ସହିତ ସମ୍ବନ୍ଧ ମଧୁର ହେବ। କାମର କୌଣସି ଯୋଜନା ସମୟ ପୂର୍ବରୁ ପୂରା ହୋଇଯିବ।

publive-imageଧନୁ: ଆପଣଙ୍କ ମନରେ ନୂଆ ନୂଆ ବିଚାର ଆସିବ। ଆପଣ ପରିଶ୍ରମର ଫଳ ନିଶ୍ଚୟ ପାଇବେ। ଦାୟିତ୍ବର ଅଧିକ ବୋଝ ପାଇଁ ଆପଣଙ୍କ ମନୋଭାବ ଖରାପ ହେବ। ରାଜନୀତିରେ ସଫଳତା ପାଇବେ।

publive-image

ମକର: ଆର୍ଥିକ ଉଢ଼ାଣ ଗଢ଼ାଣର ସ୍ଥିତି ଦେଖିବେ। ଜରୁରୀ କାମରେ ବନ୍ଧୁର ସହଯୋଗ ପାଇବେ। ନିଜ ସାମର୍ଥ୍ୟରେ କାମକୁ ସରଳତାରେ ପୂରା କରିନେବେ। ଜୀବନସାଥୀ ସହ ଲାଗି ରହିଥିବା ମନାନ୍ତର ଦୂର ହୋଇଯିବ।

publive-image

କୁମ୍ଭ: କ୍ୟାରିୟରରେ ପରିବର୍ତ୍ତନ ଆଣିବା ଲାଗି ନୂଆ ଅବସର ପାଇବେ। ରାଜନୀତି କ୍ଷେତ୍ରରେ ସଫଳତା ମିଳିପାରେ। କାହାରି ସହିତ ମିଶି କରିଆସୁଥିବା କାମରେ ସଫଳ ହେବେ। ପ୍ରଭୁଙ୍କ ପ୍ରତି ଆସ୍ଥା ବଢ଼ିବ।
publive-image

ମୀନ: ଆର୍ଥିକ ସ୍ଥିତି ମଜଭୁତ ରହିବ। ଯେଉଁ କାମ ମନପ୍ରାଣ ଢାଳି କରିବେ ସେହି କାମ ଭଲ ଭାବରେ ହେବ। ଯାନ ସାବଧାନତାର ସହ ଚଳାନ୍ତୁ। ଅଫିସ୍‌ କାମ ବିନା ବାଧାରେ ସଂପୂର୍ଣ୍ଣ ହେବ। ପ୍ରେମ ଜୀବନ ଭଲ ରହିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe