ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ରାଶିଫଳ ଜୀବନଚକ୍ରର ଏକ ଗୁରୁତ୍ବପୂର୍ଣ୍ଣ ଅଂଶବିଶେଷ। ଯଦିଓ ଅନେକ ରାଶିଫଳ ଉପରେ ବିଶ୍ବାସ କରନ୍ତି ନାହିଁ। କିନ୍ତୁ ଅନେକ ଲୋକ ଅଛନ୍ତି, ଯେଉଁମାନେ ରାଶିଫଳ ଦେଖି ଦିନ ଆରମ୍ଭ କରିଥାନ୍ତି। ଆସନ୍ତାକାଲି କେଉଁ ରାଶି ପାଇଁ କ’ଣ ସବୁ ଭଲ ଓ ଖରାପ ରହିଛି ତାହା ଆଗୁଆ ଜାଣନ୍ତୁ।

horoscopeqw

ମେଷ: ଦିନଟି ଆପଣଙ୍କ ଲାଗି ସବୁ ଦୃଷ୍ଟିରୁ ଭଲ। ସମାଜରେ ପ୍ରସିଦ୍ଧି ବଢ଼ିବ। ବ୍ୟବସାୟୀ ଅନ୍ୟମାନଙ୍କୁ ନିଜ ମତରେ ସହମତ କରାଇନେବେ। ପାରିବାରିକ ଜୀବନ ସୁଖକର ହେବ। ‌

ବୃଷ: ଜୀବନରେ କୌଣସି ନୂଆ ଖୁସିର ସଂକେତ ମିଳିପାରେ। ଇଂଜିନିୟରଙ୍କୁ ଜଲଦି ଲାଭ ମିଳିବ। ଅଧ୍ୟାପକଙ୍କ ଲାଗି ଦିନଟି ଭଲ। ଜୀବନସାଥୀ ସହ ନାଟକ ଦେଖିବାର ଯୋଜନା କରିବେ। 

ମିଥୁନ: ଅଫିସରେ କୌଣସି କାମରେ ବାଧା ଆସିପାରେ। ଭାଗୀଦାରରେ କରୁଥିବା କାମର ଆପଣଙ୍କୁ ଲାଭ ମିଳିବ। ଆପଣଙ୍କର କୌଣସି ବିଶେଷତା ଲୋକ ମାନଙ୍କ ସମ୍ମୁଖକୁ ଆସିବ। ପ୍ରେମ ସମ୍ବନ୍ଧ ନିବିଡ଼ ହେବ। 

କର୍କଟ: ଆପଣଙ୍କୁ ଚେଷ୍ଟାରେ ସକାରାତ୍ମକ ଫଳ ମିଳିବ। ବ୍ୟବସାୟ କାମରେ ଦୂରସ୍ଥାନକୁ ଯିବେ। ପ୍ରେମୀଯୁଗଳ ଜଣେ ଅନ୍ୟଜଣଙ୍କ ସହ ସମୟ ଅତିବାହିତ କରିବେ। ବିଜ୍ଞାନ ଛାତ୍ରଙ୍କ ଲାଗି ଦିନଟି ଭଲ। ‌ 

ସିଂହ: ଆପଣଙ୍କର ବିଶେଷ କାମ ପ୍ରଥମେ ସଂପୁର୍ଣ୍ଣ କରିବାକୁ ଚେଷ୍ଟା କରିବେ। ବିରୋଧୀ ଆପଣଙ୍କ ଠାରୁ ଦୂରତ୍ବ ବନାଇ ରହିବେ। ଜୀବନସାଥୀ ଆପଣଙ୍କ ଭାବନାକୁ ବୁଝିବାକୁ ଚେଷ୍ଟା କରିବେ। 

କନ୍ୟା: ଆପଣ କୌଣସି ଜରୁରୀ କାମରେ ସଫଳତା ପାଇପାରିବେ। ଆର୍ଥିକ ସ୍ଥିତି ସ୍ବଚ୍ଛଳ ରହିବ। ଅନ୍ତରଙ୍ଗ ବନ୍ଧୁ ସହ ସିନେମା ଦେଖିବାର ଯୋଜନା କରିବେ। ସ୍ବାଦିଷ୍ଠ ଖାଦ୍ୟ ଭୋଜନ କରିବେ। ‌ 

ତୁଳା: ଆପଣଙ୍କ ସମ୍ମୁଖକୁ ଭଲ ଅବସର ଆସିବ। ପର୍ଯ୍ୟଟନ କ୍ଷେତ୍ରରେ ଥିବା ଲୋକଙ୍କୁ ଲାଭ ହେବ। କୌଣସି ପ୍ରୋଜେକ୍ଟ ଲାଗି ନୂଆ ଯୋଜନା କରିବେ। ଛାତ୍ରଙ୍କୁ ପରିଶ୍ରମର ସୁଫଳ ମିଳିବ। 

ବିଛା: କୌଣସି ଜରୁରୀ କାମ ସଂପୂର୍ଣ୍ଣ କରିବାରେ ସଫଳ ରହିବେ। ଜୀବନସାଥୀ ସହ ସମ୍ବନ୍ଧ ଭଲ ରହିବ। ନିଜ ମାନ ମର୍ଯ୍ୟାଦାର ଧ୍ୟାନ ରଖନ୍ତୁ। କାରବାରରେ ସ୍ଥିରତା ବଜାୟ ରହିବ। ‌‌

ଧନୁ: ଧୈର୍ଯ୍ୟଧରି କାମ କରିବେ। ଅଚାନକ ଧନଲାଭ ହୋଇପାରେ। କୌଣସି ଭଲ ଖବର ଶୁଣିବେ। ବନ୍ଧୁ ସହ ବାହାରକୁ ବୁଲି ଯିବାର ଯୋଜନା କରିବେ। ଛାତ୍ର ଭବିଷ୍ୟତ ଲାଗି ଯୋଜନା ପ୍ରସ୍ତୁତ କରି ପଢ଼ନ୍ତୁ। 

‌ମକର: ଜୀବନକୁ ସୁନ୍ଦର କରିବା ଲାଗି କିଛି ନୂଆ ଓ ରଚନାତ୍ମକ କରିବେ। ସକାରାତ୍ମକ ଭାବନା ଆପଣଙ୍କୁ ସଫଳତା ଆଣିଦେବାର ସହାୟକ ହେବ।  ଜୀବନସାଥୀ ସହ ସମ୍ବନ୍ଧରେ ମଧୁରତା ବଢ଼ିବ। ‌

କୁମ୍ଭ: ଆପଣଙ୍କର ସବୁ କଷ୍ଟ ନିବାରଣ ହେବ। ବ୍ୟାଙ୍କରେ ଋଣ ସମ୍ବନ୍ଧୀୟ କୌଣସି କାମ ସଂପୂର୍ଣ୍ଣ ହୋଇଯିବ। ବିବାହିତ ନିଜର ସାଥୀ ସହ ଭଲ ସମୟ ଅତିବାହିତ କରିବେ। ‌ 

ମୀନ: ଘରେ କୌଣସି ମାମଲାକୁ ନେଇ ବିବାଦ ହୋଇପାରେ। ସମାଜରେ ମାନ ସମ୍ମାନ ବଜାୟ ରଖିବା ଲାଗି ଆପଣଙ୍କୁ ଚେଷ୍ଟା କରିବାକୁ ହେବ। ଲେଖକ ଓ ସାହିତ୍ୟିକଙ୍କ ଲାଗି ଭଲ ଦିନଟିଏ। ‌

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe