ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

Advertisment

ରାଶିଫଳ ଜୀବନଚକ୍ରର ଏକ ଗୁରୁତ୍ବପୂର୍ଣ୍ଣ ଅଂଶବିଶେଷ। ଯଦିଓ ଅନେକ ରାଶିଫଳ ଉପରେ ବିଶ୍ବାସ କରନ୍ତି ନାହିଁ। କିନ୍ତୁ ଅନେକ ଲୋକ ଅଛନ୍ତି, ଯେଉଁମାନେ ରାଶିଫଳ ଦେଖି ଦିନ ଆରମ୍ଭ କରିଥାନ୍ତି। ଆସନ୍ତାକାଲି କେଉଁ ରାଶି ପାଇଁ କ’ଣ ସବୁ ଭଲ ଓ ଖରାପ ରହିଛି ତାହା ଆଗୁଆ ଜାଣନ୍ତୁ।

ରାଶିଫଳ ଜୀବନଚକ୍ରର ଏକ ଗୁରୁତ୍ବପୂର୍ଣ୍ଣ ଅଂଶବିଶେଷ। ଯଦିଓ ଅନେକ ରାଶିଫଳ ଉପରେ ବିଶ୍ବାସ କରନ୍ତି ନାହିଁ। କିନ୍ତୁ ଅନେକ ଲୋକ ଅଛନ୍ତି, ଯେଉଁମାନେ ରାଶିଫଳ ଦେଖି ଦିନ ଆରମ୍ଭ କରିଥାନ୍ତି। ଆସନ୍ତାକାଲି କେଉଁ ରାଶି ପାଇଁ କ’ଣ ସବୁ ଭଲ ଓ ଖରାପ ରହିଛି ତାହା ଆଗୁଆ ଜାଣନ୍ତୁ।

horoscopeqw

ମେଷ: ମାଟି ବ୍ୟବସାୟୀଙ୍କର ଯଥେଷ୍ଟ ଲାଭ ହେବ। ପରିଶ୍ରମ ଓ ବ୍ୟବହାର କାରଣରୁ ଆପଣଙ୍କୁ ଧନଲାଭ ହେବ। ଅଧିକ ସମୟ ବାପା ମାଆଙ୍କ ସହିତ ଅତିବାହିତ କରିବେ। ଘରକୁ କୁଣିଆ ଆସିବେ। 

ବୃଷ: କାର୍ଯ୍ୟର ଗତି ଭଲଭାବେ ଆଗକୁ ବଢ଼ିବ। ଅଫିସରେ ଆପଣଙ୍କ କାମ ପୂର୍ବ ଅପେକ୍ଷା ରଚନାତ୍ମକ ଭଲ ରହିବ। ବ୍ୟବସାୟରେ କିଛି ପରିବର୍ତ୍ତନ କରି ପାରନ୍ତି। ଇଲେକ୍ଟ୍ରୋନିକ୍ସ ଜିନିଷ କିଣିବା ଲାଗି ଦିନଟି ଶୁଭ। ‌

ମିଥୁନ: ବେପାରକୁ ଆଗକୁ ବଢ଼ାଇବା ପାଇଁ ନୂଆ ଅବସର ପାଇବେ। ରାଜନୀତିରେ ସଫଳତା ପାଇବେ। ଧାର୍ମିକ ଅନୁଷ୍ଠାନକୁ ଯିବା ପାଇଁ ଯୋଜନା କରିବେ। ପାରିବାରିକ ବାତାବରଣ ଶାନ୍ତିପୂର୍ଣ୍ଣ ରହିବ। 

କର୍କଟ: ଆପଣଙ୍କ ଧ୍ୟାନ ଆଧ୍ୟାତ୍ମିକ ଆଡ଼କୁ ଅଧିକ ରହିବ। ଆର୍ଥିକ ସମସ୍ୟା ସମାପ୍ତ ହେବ। କୌଣସ ମହତ୍ବପୂର୍ଣ୍ଣ କାର୍ଯ୍ୟରେ ବ୍ୟସ୍ତ ରହିବା ଯୋଗଁ ମନୋରଞନ ପାଇଁ ପ୍ରସ୍ତୁତ କରିଥିବା ଯୋଜନା ବାତିଲ ହେବ। 

ସିଂହ: କାର୍ଯ୍ୟକ୍ଷେତ୍ରରେ ସଫଳତା ହାସଲ କରିବେ। ବିରୋଧୀ କ୍ଷତି ପହଞ୍ଚାଇବାକୁ ପ୍ରୟାସ କରିପାରନ୍ତି। ତେଣୁ ସତର୍କ ରୁହନ୍ତୁ। ସାମାଜିକ କାର୍ଯ୍ୟରେ ରୁଚି ବଢ଼ିବ। ଦାମ୍ପତ୍ୟ ଜୀବନ ସକାରାତ୍ମକ ରହିବ। 

କନ୍ୟା: କୌଣସି ମାମଲାରେ ସହମତି ପାଇଁ ପ୍ରସ୍ତୁତ ରୁହନ୍ତୁ। ଧୈର୍ଯ୍ୟଧରି କାମ କରନ୍ତୁ ସବୁ କାମ ସଂପର୍ଣ୍ଣ ହୋଇଯିବ। ଚାକିରି ଖୋଜୁଥିବା ଲୋକଙ୍କ ଲାଗି ଦିନଟି ଭଲ ରହିବ। ରାଜନୀତିରେ ସଫଳତା ପାଇବେ। 

ତୁଳା: ଅଫିସ କାମରେ ଅନ୍ୟମାନଙ୍କର ମତ ନିଅନ୍ତୁ ନାହିଁ। ପରିଶ୍ରମ ଆପଣଙ୍କ ଜୀବନରେ ଆନନ୍ଦ ଭରି ଦେବ। ଅଲଗା ଅଲଗା ଉତ୍ସରୁ ଫାଇଦା ପାଇବେ। ବୈବାହିକ ଜୀବନ ସୁଖମୟ ରହିବ। 

ବିଛା: କୋର୍ଟ କଚେରି ମାମଲାରେ ଜୟଲାଭ କରି ପାରନ୍ତି। ସାମାଜିକ କ୍ଷେତ୍ରରେ ଆପଣଙ୍କର ପ୍ରଶଂସା ହେବ। ଜୀବନସାଥୀଙ୍କୁ ଦେଇଥିବା ବଚନ ପୂରା କରିବେ। କାରବାରରେ ସଫଳତା ଓ ଚାକିରିରେ ଉନ୍ନତି ହେବ। 

ଧନୁ: ଜୀବନସାଥୀ ଠାରୁ ଉପହାର ମିଳିପାରେ। ବନ୍ଧୁ ଆପଣଙ୍କୁ ସାହାଯ୍ୟ ମାଗି ପାରନ୍ତି। ନିବେଶରୁ ଆପଣଙ୍କୁ ଲାଭ ହେବ। ସମ୍ମୁଖକୁ ଆସୁଥିବା ସବୁ ସମସ୍ୟାର ସମାଧାନ କରିବାରେ ସଫଳ ହେବେ। 

ମକର: ପରିବାର ସହିତ ମନ୍ଦିରକୁ ଠାକୁର ଦର୍ଶନ ପାଇଁ ଯିବେ। ଆର୍ଥିକ ସ୍ଥିତି ମଜଭୁତ ବଜାୟ ରହିବ। ପୁରୁଣା ବନ୍ଧ ସହିତ ସାକ୍ଷାତ ହୋଇପାରେ। ନିଜ କାମରେ ସଫଳତା ହାସଲ କରିବେ। 

କୁମ୍ଭ: ଆପଣଙ୍କ ଧ୍ୟାନ ରଚନାତ୍ମକ କାର୍ଯ୍ୟ ଆଡ଼କୁ ଅଧିକ ରହିବ। ରାଜନୀତିକ ଲୋକଙ୍କ ସହିତ ସଂପର୍କ ବଢ଼ିବ। ଆପଣ କିଛି ନୂଆ ଶିଖିବାକୁ ପ୍ରୟାସ କରିବେ। ସ୍ବାସ୍ଥ୍ୟ ପୂର୍ବ ଅପେକ୍ଷା ଭଲ ରହିବ। 

ମୀନ: କୌଣସି କାମକୁ ସଂପୂର୍ଣ୍ଣ କରିବା ପ୍ରୟାସରେ ସଫଳ ରହିବେ। ଆପଣଙ୍କର ଆତ୍ମସମ୍ମାନ ବୃଦ୍ଧି ହେବ। ରାତିରେ ବନ୍ଧୁ ସହିତ ବାହାରକୁ ଭୋଜନ କରିବାକୁ ଯିବେ। ନିଜର ସ୍ବାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe