ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

Advertisment

ରାଶିଫଳ ଜୀବନଚକ୍ରର ଏକ ଗୁରୁତ୍ବପୂର୍ଣ୍ଣ ଅଂଶବିଶେଷ। ଯଦିଓ ଅନେକ ରାଶିଫଳ ଉପରେ ବିଶ୍ବାସ କରନ୍ତି ନାହିଁ। କିନ୍ତୁ ଅନେକ ଲୋକ ଅଛନ୍ତି, ଯେଉଁମାନେ ରାଶିଫଳ ଦେଖି ଦିନ ଆରମ୍ଭ କରିଥାନ୍ତି। ଆସନ୍ତାକାଲି କେଉଁ ରାଶି ପାଇଁ କ’ଣ ସବୁ ଭଲ ଓ ଖରାପ ରହିଛି ତାହା ଆଗୁଆ ଜାଣନ୍ତୁ।

ରାଶିଫଳ ଜୀବନଚକ୍ରର ଏକ ଗୁରୁତ୍ବପୂର୍ଣ୍ଣ ଅଂଶବିଶେଷ। ଯଦିଓ ଅନେକ ରାଶିଫଳ ଉପରେ ବିଶ୍ବାସ କରନ୍ତି ନାହିଁ। କିନ୍ତୁ ଅନେକ ଲୋକ ଅଛନ୍ତି, ଯେଉଁମାନେ ରାଶିଫଳ ଦେଖି ଦିନ ଆରମ୍ଭ କରିଥାନ୍ତି। ଆସନ୍ତାକାଲି କେଉଁ ରାଶି ପାଇଁ କ’ଣ ସବୁ ଭଲ ଓ ଖରାପ ରହିଛି ତାହା ଆଗୁଆ ଜାଣନ୍ତୁ।

horoscopeqw

ମେଷ: କୌଣସି କାମକୁ ପୂରା କରିବା ଲାଗି ଭାଇର ପରାମର୍ଶ ନେବେ। ଅନ୍ତରଙ୍ଗ ବନ୍ଧୁ ସହିତ ସାକ୍ଷାତ ହେବ। ଘରେ ସୁଖଦ ଓ ଭଲ ପରିବେଶ ରହିବ। ମହିଳାମାନେ ନିଜ ବ୍ୟବସାୟରେ ସକ୍ରିୟ ରହିବେ। ‌

ବୃଷ: ଭାବିଥିବା କାମ ନିଜ ବଳରେ ପୂରା କରିବେ। ବେପାରରେ ବେଗ ବଢ଼ିବ ଓ ଧନଲାଭ ହେବ। ସଙ୍ଗୀତ ଶିକ୍ଷାନୁଷ୍ଠା‌ନରେ ନାମ ଲେଖାଇ ପାରନ୍ତି। ମହିଳାମାନେ ଘର କାମରେ ବ୍ୟସ୍ତ ରହିବେ। 

ମିଥୁନ: ଦୁଃସାହସିକ ପଦକ୍ଷେପ ନେଇ ପାରନ୍ତି। କିଛି ଲୋକ ଆପଣଙ୍କ କାମରେ ବାଧା ସୃଷ୍ଟି କରିବେ। ବନ୍ଧୁ ଘରୁ ଭଲ ଖବର ପାଇବେ। ପ୍ରେମୀ ଯୁଗଳ ବାହରକୁ ବୁଲି ଯିବେ। ସ୍ବାସ୍ଥ୍ୟ ପୂର୍ବ ଅପେକ୍ଷା ଭଲ ରହିବ। 

କର୍କଟ: ସମୟ ଆପଣଙ୍କ ଲାଗି ଅନୁକୂଳ ରହିଥିବା ଯୋଗୁଁ ସବୁ କାମ ସହଜରେ ପୂରା ହୋଇଯିବ। ଡ଼ାକ୍ତରଙ୍କ ଲାଗି ଦିନଟି ଭଲ ରହିବ। ପରୀକ୍ଷାରେ ସଫଳତା ଆପଣଙ୍କ ପାଦସ୍ପର୍ଶ କରିବ। 

ସିଂହ: ବ୍ୟବସାୟ ସଂପର୍କିତ ବୈଠକରେ ଯୋଗ ଦେବେ। ନିବେଶ କରିବା ପୂର୍ବରୁ ଭଲଭାବେ ଚିନ୍ତା କରି କରନ୍ତୁ। ଭାଇ ଭଉଣୀଙ୍କ ଠାରୁ ଉପହାର ପାଇବେ। ନବ ବିବାହିତ ଦମ୍ପତ୍ତି ଧାର୍ମାନୁଷ୍ଠାନକୁ ବୁଲି ଯିବେ। 

କନ୍ୟା: ବ୍ୟବସାୟରେ ମନୋଯୋଗରେ କାମ କରନ୍ତୁ ଲାଭ ପାଇବେ। ପ୍ରିୟବନ୍ଧୁ ସହିତ ସାକ୍ଷାତ ହେବ। କାରବାରରେ କିଛି ନୂଆ କରିବା ପ୍ରୟାସରେ ସଫଳ ହେବେ। ଜମି ମାମଲାରେ ଲାଭ ପାଇବେ। 

ତୁଳା: କୌଣସି କାମ ତରବରିଆରେ କରନ୍ତୁ ନାହିଁ। ଅବିବାହିତଙ୍କ ଲାଗି ଦିନଟି ଭଲ। ସୃଜନଶୀଳ କାମରେ ମନ ଲଗାଇବେ। ରାଜନୀତି କ୍ଷେତରେ ଥିବା ଲୋକଙ୍କ ଲାଗି ଦିନଟି ଭଲ। ଘରକୁ କିଛି ବନ୍ଧୁ ଆସି ପାରନ୍ତି। 

ବିଛା: ଅଫିସରେ ଦିନଟି ଭଲରେ କଟିବ। କାହାରି ପ୍ରଲୋଭନରେ ପଡ଼ନ୍ତୁ ନାହିଁ। ଚାକିରି ଖୋଜୁଥିବା ଲୋକ ସଫଳତା ପାଇବେ। ପରିବାରରେ ଖୁସିର ମାହୋଲ ରହିବ। ଆବଶ୍ୟକତା ଅନୁସାରେ ଖର୍ଚ୍ଚ କରନ୍ତୁ। 

ଧନୁ: ପାରିବାରିକ ସୌହାର୍ଦ୍ଦ ବଢ଼ିବ। ପରିବାର ଲୋକଙ୍କ ସହିତ ମନ୍ଦିରକୁ ଠାକୁର ଦର୍ଶନ ପାଇଁ ଯିବେ। ଶାନ୍ତ ମନରେ କାମ କରନ୍ତୁ କାମ ଜଲଦି ପୂରା ହୋଇଯିବ। ରାଜୀନତିରେ ସଫଳତା ପାଇବେ। 

ମକର: ପୂର୍ବରୁ ପ୍ରସ୍ତୁତି କରିଥିବା ଯୋଜନା ଅନୁସାରେ କାମ କରନ୍ତୁ କାମ ସହଜରେ ପୂରା ହୋଇଯିବ। ମନୋରଞନରେ ଅଧିକ ଖର୍ଚ୍ଚ କରି ପାରନ୍ତି। କତୃପକ୍ଷ ଆପଣଙ୍କ କାମର ତାଲିକା ତଦାରଖ କରିବେ। 

କୁମ୍ଭ: ନୂଆ ପ୍ରୋଜେକ୍ଟରେ ଅଧିକ ଲାଭ ହୋଇପାରେ। କାମର ବୋଝ ଅଧିକ ହେବା ଯୋଗୁଁ ଅଧିକ ଯାତୟାତ କରିବେ। ବ୍ୟବସାୟରେ ନୂଆ ମୋଡ଼ ଆସିବ। ପ୍ରତିଯୋଗୀ ପରୀକ୍ଷାରେ ସଫଳତା ପାଇଁ ଅଧିକ ପରିଶ୍ରମ କରନ୍ତୁ। 

ମୀନ: ଅସହାୟଙ୍କୁ ସାହାଯ୍ୟ କରିବେ। କୌଣସି ପ୍ରଭାବଶାଳୀ ବ୍ୟକ୍ତିଙ୍କ ସହିତ ସାକ୍ଷାତ ହେବ। ବ୍ୟବସାୟରେ ଉନ୍ନତି ହେବ। ଜୀବନସାଥୀ ଆପଣଙ୍କୁ ପ୍ରସନ୍ନ ହେବାର ସୁଯୋଗ ଦେବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe