ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

Advertisment

ରାଶିଫଳ ଜୀବନଚକ୍ରର ଏକ ଗୁରୁତ୍ବପୂର୍ଣ୍ଣ ଅଂଶବିଶେଷ। ଯଦିଓ ଅନେକ ରାଶିଫଳ ଉପରେ ବିଶ୍ବାସ କରନ୍ତି ନାହିଁ। କିନ୍ତୁ ଅନେକ ଲୋକ ଅଛନ୍ତି, ଯେଉଁମାନେ ରାଶିଫଳ ଦେଖି ଦିନ ଆରମ୍ଭ କରିଥାନ୍ତି। ଆସନ୍ତାକାଲି କେଉଁ ରାଶି ପାଇଁ କ’ଣ ସବୁ ଭଲ ଓ ଖରାପ ରହିଛି ତାହା ଆଗୁଆ ଜାଣନ୍ତୁ।

ରାଶିଫଳ ଜୀବନଚକ୍ରର ଏକ ଗୁରୁତ୍ବପୂର୍ଣ୍ଣ ଅଂଶବିଶେଷ। ଯଦିଓ ଅନେକ ରାଶିଫଳ ଉପରେ ବିଶ୍ବାସ କରନ୍ତି ନାହିଁ। କିନ୍ତୁ ଅନେକ ଲୋକ ଅଛନ୍ତି, ଯେଉଁମାନେ ରାଶିଫଳ ଦେଖି ଦିନ ଆରମ୍ଭ କରିଥାନ୍ତି। ଆସନ୍ତାକାଲି କେଉଁ ରାଶି ପାଇଁ କ’ଣ ସବୁ ଭଲ ଓ ଖରାପ ରହିଛି ତାହା ଆଗୁଆ ଜାଣନ୍ତୁ।

horoscopeqw

ମେଷ:-ଚାକିରିରେ ପଦୋନ୍ନତି ଯୋଗ ଅଛି। ସରକାରୀ ବିଭାଗରେ କାମ କରୁଥିବା ଲୋକଙ୍କୁ ବରିଷ୍ଠଙ୍କ ଠାରୁ ପ୍ରୋତ୍ସାହନ ମିଳିବ। କାରବାର ବଢ଼ାଇବା ପାଇଁ ଅନୁଭବୀ ବ୍ୟକ୍ତିଙ୍କ ପରାମର୍ଶ ନେବେ। ‌

ବୃଷ:-କାର୍ଯ୍ୟକ୍ଷେତ୍ରରେ ବନ୍ଧୁର ସଂପୂର୍ଣ୍ଣରୂପେ ସହଯୋଗ ପାଇବେ। ବେପାରରେ କୌଣସି ନୂଆ ସହମତି ହୋଇପାରେ। ନବବିବାହିତ ଦମ୍ପତ୍ତି ଭ୍ରମଣରେ ଯିବା ପାଇଁ ଯୋଜନା କରିବେ।

ମିଥୁନ:-ପରିବାର ଲୋକଙ୍କର ଆପଣଙ୍କ ପ୍ରତି ବିଶ୍ବାସ ବଢ଼ିବ। ମାତା ପିତା ଆପଣଙ୍କ କଥାରେ ଖୁବ୍ ପ୍ରଭାବିତ ହେବେ। ସମାଜରେ ଆପଣଙ୍କର ପ୍ରଭାବ ବଢ଼ିବ। ଅଫିସରେ ଆପଣଙ୍କର ପ୍ରଦର୍ଶନ ଭଲ ରହିବ। ‌

କର୍କଟ:-ପରିବାରରେ କୌଣସି ବ୍ୟକ୍ତିଙ୍କୁ ବଡ଼ ସଫଳତା ମିଳିବ। ଅଫିସ କାର୍ଯ୍ୟରେ ବ୍ୟସ୍ତ ରହିବେ। ରାଜନୀତି କ୍ଷେତ୍ରରେ ଥିବା ଲୋକଙ୍କୁ ଦଳ ତରଫରରୁ କୌଣସି ବଡ଼ ଦାୟିତ୍ବ ମିଳିବ।

ସିଂହ:-ଅଫିସରେ କୌଣସି ବଡ଼ କାମ ମିଳିପାରେ। ବ୍ୟବସାୟ କାମରେ ଦୂରସ୍ଥାନକୁ ଯିବେ। ଜୀବନସାଥୀଙ୍କ ସହଯୋଗ ମିଳିବା ଯୋଗୁଁ ମନ ପ୍ରସନ୍ନ ରହିବ। ଛାତ୍ରଙ୍କ ଲାଗି ଦିନଟି ଭଲ ରହିବ।

କନ୍ୟା:-ଆପଣଙ୍କ ଲାଗି ଦିନଟି ସକାରାତ୍ମକ ରହିବ। ବ୍ୟବସାୟିକ ଯୋଜନାରେ ଆପଣଙ୍କୁ ସଫଳତା ହାସଲ ହେବ। ପରିବାର ସହିତ ମନ ପସନ୍ଦ ଜାଗାକୁ ବୁଲି ଯିବେ। ଛାତ୍ରଛାତ୍ରୀ ପରୀକ୍ଷାରେ ଭଲ କରିବେ।

ତୁଳା:-ଆର୍ଥିକ ଦୃଷ୍ଟିରୁ କୌଣସି ବଡ଼ ମହତ୍ବପୂର୍ଣ୍ଣ କାମ କରିବାରେ ସଫଳ ହେବେ। ଛୋଟ ଛୋଟ କଥାରେ ଅନାବଶ୍ୟକ ତର୍କବିତର୍କ କରନ୍ତୁ ନାହିଁ। ବ୍ୟବସାୟରେ ଭାଗୀଦାରି ସହିତ ତାଳମେଳ ରଖି ଆଗକୁ ବଢ଼ନ୍ତୁ।

ବିଛା:-ପାରିବାରିକ ଜୀବନରେ ଲାଗି ରହିଥିବା ସମସ୍ୟା ଦୂର ହେବ। ଆପଣଙ୍କର ସଂପର୍କ ବରିଷ୍ଠ ଏବଂ ଅନୁଭବୀ ବ୍ୟକ୍ତିଙ୍କ ସହିତ ହେବ। ବେପାରରେ ପ୍ରତିଦିନ ଅପେକ୍ଷା ଅଧିକ ଲାଭ ହେବ। ‌

ଧନୁ:-ଚାକିରି ସମ୍ବନ୍ଧୀୟ କାମରେ ଦୂରସ୍ଥାନକୁ ଯିବେ। ସ୍ବାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟାରେ ଅଣହେଳା କରନ୍ତୁ ନାହିଁ। କାର୍ଯ୍ୟକ୍ଷେତ୍ରରେ ଲକ୍ଷ୍ୟପ୍ରାପ୍ତି ଲାଗି ନିରନ୍ତର ସକ୍ରିୟ ରହିବେ। କଳାତ୍ମକ କାର୍ଯ୍ୟରେ ରୁଚି ବଢ଼ିପାରେ। ‌

ମକର:-ନିଜର ବ୍ୟବସାୟିକ ଯୋଜନା ପରିବର୍ତ୍ତନ କରିବେ। ଆପଣଙ୍କର ସାମାଜିକ ପରିସର ବୃଦ୍ଧି ହେବ। ନୂଆ ଘର କିଣିବା ଲାଗି ବିଚାର କରିବେ। ବନ୍ଧୁମାନଙ୍କ ସହିତ ମନୋରଞନର ଅବସର ପାଇବେ। ‌

କୁମ୍ଭ:-ବନ୍ଧୁମାନଙ୍କ ସହିତ ସମ୍ବନ୍ଧ ଆହୁରି ମଜଭୁତ ହେବ। ବେପାରୀଙ୍କ ଲାଗି ଲାଭର ଯୋଗ ଅଛି। ଘର ଠାରୁ ଦୂରରେ ରହି ଚାକିରି କରୁଥିବା ଲୋକ ପରିବାର ଠାରୁ ଖୁସି ଖବର ପାଇବେ। ସ୍ବାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ।

ମୀନ:-ଦାମ୍ପତ୍ୟ ଜୀବନରେ ଖୁସି ଆସିବ। ଚାକିରି ବଦଳାଇବା ପାଇଁ ବିଚାର କରିବେ। ଜମିରେ ନିବେଶ କରିପାରନ୍ତି। କାର୍ଯ୍ୟରେ ପରିବାରଜନଙ୍କ ସହଯୋଗ ମିଳିବା ଯୋଗୁଁ ଆପଣଙ୍କୁ ପ୍ରସନ୍ନତା ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe