Times of India
ବଛା ବଛା କେତୋଟି ଉତ୍ତମ ଖାଦ୍ୟ ଭିତରେ ଅଣ୍ଡା ଅନ୍ୟତମ। ଏଥିରେ ପ୍ରଚୁର ପରିମାଣର ନ୍ୟୁଟ୍ରିଏଣ୍ଟ୍ସ ଅଛି। ଏହାକୁ ଆପଣ ଆପଣଙ୍କର ଦୈନିକ ଡାଏଟ୍ରେ ସାମିଲ୍ କରିପାରିବେ। ଏଥିରେ ପ୍ରଚୁର ପରିମାଣର କ୍ୟାଲୋରି, ପ୍ରୋଟିନ୍ ରହିଛି। ଏଥିରେ ପ୍ରଚୁର ପରିମାଣର ଭିଟାମିନ୍ ଏ ଏବଂ ଇ ରହିଛି। ସକାଳ ଜଳଖିଆରେ ଦୈନିକ ଗୋଟାଏ ଅଣ୍ଡା ସାମିଲ୍ କଲେ ଶରୀର ପାଇଁ ଖୁବ୍ ଭଲ।
ଅଣ୍ଡାରେ ପ୍ରଚୁର ପରିମାଣର ପ୍ରୋଟିନ୍ ରହିଛି ଯେହେତୁ ଏହା ଅାପଣଙ୍କ କେଶ ଝଡ଼ା ସମସ୍ୟାକୁ ଦୂର କରିପାରେ। ଦୈନିକ ଗୋଟାଏ ଲେଖାଏ ଅଣ୍ଡା ଖାଇଲେ ଆପଣଙ୍କ କେଶ ଝଡ଼ିବା ସମସ୍ୟା ପୂରାପୂରି ଭାବେ କମିଯିବ।
ଆପଣଙ୍କର ଯଦି ଶ୍ବାସ ରୋଗ ଅଛି ତେବେ ଆପଣ ଅଣ୍ଡା ଖାଇବା ଖୁବ୍ ଭଲ। ଦୈନିକ ଗୋଟାଏ କଞ୍ଚା ଅଣ୍ଡା କିମ୍ବା ସିଝା ଅଣ୍ଡା ଖାଇଲେ ଆପଣଙ୍କ ଶ୍ବାସ ରୋଗ କମ୍ ହୋଇଯିବ।
Medium
ଅଣ୍ଡା ଖାଇଲେ ଆଖି ସମସ୍ୟା ଦୂର ହୋଇଥାଏ। ଏକ ଅଧ୍ୟୟନରୁ ଜଣାପଡ଼ିଛି ଯେ ଅଣ୍ଡା ଖାଇବା ଦ୍ବାରା ମୋତିଆବିନ୍ଦୁ ହେବାର ସମ୍ଭାବନା କମ୍ ଥାଏ।
ଆଖିରୁ ଭିଟାମିନ୍ ଏ କମ୍ ହୋଇଗଲେ ଦୃଷ୍ଟି ଶକ୍ତି ହ୍ରାସ ପାଇବାର ସମ୍ଭାବନା ରହିଛି। ଅଣ୍ଡାରେ ପ୍ରଚୁର ପରିମାଣର ଭିଟାମିନ୍ ଏ ଥିବାରୁ ଆପଣଙ୍କର ଆଖି ସମସ୍ୟା ଥିଲେ ଆପଣ ଏହାକୁ ଦୈନିକ ଖାଇପାରିବେ।
ଅଣ୍ଡା ହୃଦ୍ରୋଗୀଙ୍କ ପାଇଁ ବି ଖୁବ୍ ଭଲ। ଅଣ୍ଡା ଖାଇବା ଦ୍ବାରା ହୃଦ୍ ଜନିତ ସମସ୍ୟା ଦୂର ହୋଇଥାଏ।
Follow Us