ଆପଣଙ୍କର ହୃଦ୍‌ ରୋଗ ଅଛି କି? ଏହି ସବୁ ପରିବା ଖାଇ ସମସ୍ୟାକୁ କରନ୍ତୁ ନିୟନ୍ତ୍ରଣ

ଆପଣଙ୍କର ହୃଦ୍‌ ରୋଗ ଅଛି କି? ଏହି ସବୁ ପରିବା ଖାଇ ସମସ୍ୟାକୁ କରନ୍ତୁ ନିୟନ୍ତ୍ରଣ

Good Housekeeping

ହୃଦ୍‌ ରୋଗ ଆଜିକାଲିକା ସମୟ ପାଇଁ ଏକ ସାଧାରଣ ସମସ୍ୟା ପାଲଟି ଗଲାଣି। କେବଳ ବୟସ୍କ ନହଁନ୍ତି, ବରଂ ଯୁବ ବୟସ୍କ ବ୍ୟକ୍ତିଙ୍କ ଭିତରେ ବି ଏବେ ଏହି ରୋଗ ଦେଖିବାକୁ ମିଳୁଛି। ଦୂଷିତ ପରିବେଶ ଓ ବିଷାକ୍ତ ଖାଦ୍ୟ ଏହାର ମୁଖ୍ୟ କାରଣ। ଆମେ ସୁସ୍ଥକର ଖାଦ୍ୟ ଖାଇଲେ ଏହି ସମସ୍ୟାକୁ ଏଡ଼େଇ ଦେଇ ପାରିବା। ତେବେ, ଚାଲନ୍ତୁ ଜାଣିବା କେଉଁ ସବୁ ଖାଦ୍ୟ ଖାଇଲେ ଆମେ ହୃଦ୍‌ ରୋଗରୁ ମୁକ୍ତି ପାଇପାରିବା।

: ଗାଜର ଖାଇବା ହୃତ୍‌ପିଣ୍ଡ ପାଇଁ ଖୁବ୍ ଭଲ ହୋଇଥାଏ। ଏଥିରେ ପ୍ରଚୁର ପରିମାଣର କ୍ୟାରୋଟିନଏଡ୍‌ସ୍‌ ଥାଏ। ଏଥିରେ ଥିବା ଶକ୍ତିଶାଳୀ ଆଣ୍ଟି ଅକ୍ସିଡାଣ୍ଟ୍‌ ହୃଦ୍‌ ରୋଗୀଙ୍କ ପାଇଁ ଖୁବ୍ ଭଲ ହୋଇଥାଏ।

: ବିଲାତି ବାଇଗଣ ଖାଇବା ମଧ୍ୟ ଖୁବ୍‌ ଉପକାରୀ। ଏଥିରେ ଥିବା ଲାଇକୋଫିନ୍‌ ହୃତ୍‌ପିଣ୍ଡକୁ ସୁସ୍ଥ ରଖିଥାଏ।

: ବ୍ରୋକୋଲି ଏକ ଖୁବ୍ ଭଲ ପରିବା। ଏଥିରେ ଥିବା ଭିଟାମିନ୍‌ ସି ହୃଦ୍‌ ରୋଗ ଦମନ କରିବା ପାଇଁ ଯଥେଷ୍ଟ।

publive-image
American Heart Association

: ଯେତେ ପାରୁଛନ୍ତି ବିଭିନ୍ନ ପ୍ରକାରର ଶାଗ ଖାଆନ୍ତୁ। ଏହା କବେଳ ହୃଦ୍‌ ରୋଗ ନୁହେଁ, ଆହୁରି ଅନେକ ପ୍ରକାର ରୋଗକୁ ଭଲ କରିଥାଏ।

: ପିଆଜ ଓ ରସୁଣ ବି ହୃଦ୍ ‌ରୋଗୀଙ୍କ ପାଇଁ ଭଲ ହୋଇଥାଏ। ଆପଣଙ୍କ ହୃଦ୍‌ ସମସ୍ୟା ଥିଲେ ଏହାକୁ ଭକ୍ଷଣ କରିପାରିବେ।

: ଆଳୁରେ ପ୍ରଚୁର ପରିମାଣର ପଟ୍ଟାସିୟମ ଅଛି। ତେଣୁ ଆଳୁ ଖାଇବା ଦ୍ବାରା ହୃଦ୍‌ ରୋଗ ସହ ରକ୍ତ ଚାପ ବି ନିୟନ୍ତ୍ରଣରେ ରହିଥାଏ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe