ସାଥୀ ଯଦି ଏଭଳି ସ୍ପର୍ଶ ଦିଅନ୍ତି , କ’ଣ ମନେ କରନ୍ତି ପ୍ରେମିକା ?

Advertisment
ସାଥୀ ଯଦି ଏଭଳି ସ୍ପର୍ଶ ଦିଅନ୍ତି , କ’ଣ ମନେ କରନ୍ତି ପ୍ରେମିକା ?

photo-dailymail.co.uk

କିଶୋରୀ ଓ ଯୁବତୀମାନେ ସେମାନଙ୍କର ପ୍ରେମ ସଂପର୍କକୁ ନେଇ ବେଶ୍‌ ସଚେତନ । ସେମାନେ ପାର୍ଟନରର ସ୍ପର୍ଶରେ ଉତ୍ତେଜିତ ହୋଇଥାଆନ୍ତି । ହେଲେ ଜାଣନ୍ତି ଏହି ସମୟରେ ସେମାନଙ୍କ ମନରେ କିଭଳି ବିଚାର ଆସିଥାଏ । ଯେତେବେଳେ କେହି ପୁଅ କୌଣସି ଝିଅର ହାତ ଧରନ୍ତି, ସେତେବେଳେ ଭାବେ ଯେ ତା’ର ସାଥୀ ସର୍ବଦା ଏମିତି ତା’ର ହାତ ଧରିାଥାନ୍ତୁ । ଏହା ଫଳରେ ଝିିଅଟି ଭାବେ ଯେ ଭବିଷ୍ୟତରେ ମଧ୍ୟ ପ୍ରେମିକ ତାଙ୍କର ସାଥ୍‌ ଦେବେ ।

ଯଦି ପୁଅଟି ଝିଅର ହାତ ଜୋରରେ ଧରିଥାଏ, ତେବେ ଝିଅକୁ ଖୁବ୍‌ ଭଲ ଅନୁଭବ କରିଥାଏ । ସେ ମନେ ମନେ ଭାବିଥାଏ ଯେ ଏହି ପାର୍ଟନର ତା’ ପାଇଁ ଲକି ସାବ୍ୟସ୍ତ ହେବ । ଯଦି ପାର୍ଟନର ରାସ୍ତା ପାର କରିବା ସମୟରେ ଜନଗହଳି ଇଲାକା ପ୍ରେମିକାର ହାତ ଧରିଥାଏ, ତେବେ ଝିଅଟି ଭାବେ ଯେ ତା’ର ସାଥୀ ଖୁବ୍‌ କେଆରିଂ ।
ଠିକ୍‌ ସେହିପରି ଯଦି ପ୍ରେମିକ ନିୟମିତଭାବେ ପ୍ରେମିକାକୁ ହଷ୍ଟେଲ୍‌କୁ ଛାଡିବା ପାଇଁ ଯାଏ ଅଥବା ତାକୁ ଘରୁ କଲେଜ୍‌କୁ ନେଇ ଆସିଥାଏ ବା ଅଫିସରେ ଛାଡ଼ିଥାଏ, ତେବେ ଯୁବତୀଟି ଭାବେ ଯେ ବୋଧହୁଏ ପାର୍ଟନର ତାକୁ ବିବାହ କରିବାକୁ ଚାହେଁ ଓ ଉଭୟେ ବାହା ହେଲେ ଖୁସିରେ ରହିବେ ।

publive-image photo- fanpop.com

ଯଦି ଯୁବତୀଟି ଲକ୍ଷ୍ୟ କରେ ତା’ର ପ୍ରେମିକ ବିଳମ୍ବିତ ରାତିଯାଏଁ ମୋବାଇଲରେ ଅନ୍‌ଲାଇନ୍‌ ରହେ, ତେବେ ପ୍ରେମିକର ଅନ୍ୟ କାହା ସହିତ ସଂପର୍କ ରହିବାର ସନ୍ଦେହ ଘର କରିଥାଏ ପ୍ରେମିକାର ମନରେ ।ନିଜ ସଂପର୍କ ଲୁଚାଇବା ପାଇଁ ଯଦି ପାର୍ଟନର୍‌ ଚିହ୍ନା ଲୋକଙ୍କ ଆଗରେ ହାତ ଛାଡ଼ି ଅଲଗା ଯିବାର ପ୍ରୟାସ କରେ, ତେବେ ଯୁବତୀ ମନରେ ଭାବନା ଆସିଥାଏ ଯେ ଏହି ଯୁବକ ତା’କୁ ମଝି ରାସ୍ତାରେ ଛାଡ଼ି ଚାଲିଯିବ । ସେ ବିଶ୍ୱସ୍ତ ହୋଇ ନ ପାରନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe